ପ୍ରମୂଖ ଖବର
  • ପଦ୍ମପୁର : ଶିକ୍ଷକ ଦାବିରେ ସ୍କୁଲରେ ପଡ଼ିଲା ତାଲା, ବିଦ୍ୟାଳୟ ବାହାରେ ଧାରଣା ଦେଲେ ଛାତ୍ରଛାତ୍ରୀ ଓ ଅବିଭାବକ
  • ||
  • ୨ ଦିନିଆ ଝାଡ଼ଖଣ୍ଡ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ନିର୍ବାଚନ ପ୍ରଚାର ହେବେ ସାମିଲ୍
  • ||
  • ବ୍ରହ୍ମପୁର : ଏମକେସିଜି ମେଡିକାଲ ନର୍ସିଙ୍ଗ ସଙ୍ଘର କାର୍ଯ୍ୟବନ୍ଦ ଆନ୍ଦୋଳନ; ଜରୁରୀ କାଳୀନ ସେବା ବନ୍ଦ, ରୋଗୀ ହନ୍ତସନ୍ତ
  • ||
  • ଆଠମଲ୍ଲିକ : ବାର୍‌ହା ଶିକାର କରିବାକୁ ଯାଇ ଶିକାରୀ ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଆସ୍କା : ବିଦ୍ୟୁତ ଆଘାତରେ ଯୁବକ ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • କାମାକ୍ଷାନଗର : ବିଦ୍ୟୁତ ଆଘାତରେ ଦେଢ଼ ବର୍ଷର ଶିଶୁ ପୁତ୍ରର ମୃତ୍ୟୁ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଉମରକୋଟ : ତିନି ହାତୀ ଆକ୍ରମଣରେ ବ୍ୟକ୍ତିଙ୍କ ମୃତ୍ୟୁ, ମୃତକଙ୍କ ପରିବାରକୁ ମିଳିବ ସରକାରୀ ସାହାୟତା
  • ||
  • ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟରେ ବଡ଼ ଧରଣର ବିସ୍ଫୋରଣ, ୫ ଶ୍ରମିକ ଆହତ
  • ||
  • ମର୍ଶାଘାଇ : ଦିବ୍ୟାଙ୍ଗଙ୍କ ଦୋକାନ ଉପରେ ମାଡିଗଲା ମାଲବାହୀ ଟ୍ରକ୍, ଅଳ୍ପକେ ବର୍ତ୍ତିଗଲେ ୪ ଜଣ
  • ||
  • ମୋହନା : ମିନି ଟ୍ରକ୍‌ ଧକ୍କାରେ ଶ୍ରମିକ ଗୁରୁତର, ଜାତୀୟ ରାଜପଥ ଅବରୋଧ କଲେ ଗ୍ରାମବାସୀ
  • ||
  • ଦରମା ନପାଇବାରୁ ସମଲେଇ ମନ୍ଦିର ପରିସରରେ ସୁରକ୍ଷାକର୍ମୀଙ୍କ ଧାରଣା
  • ||
  • ସୋସିଆଲ ମିଡିଆ ପୋଷ୍ଟରୁ ଅଶାନ୍ତ ଭଦ୍ରକ: ଲାଗିଲା ୧୬୩ ଧାରା, ୧୦ ପ୍ଲାଟୁନ୍‌ ଫୋର୍ସ ମୁତୟନ, ୧୦ ଗିରଫ
  • ||
  • ରେଳ ଧାରଣା ଦାବିରେ ପାଟଣାଗଡ ୧୨ଘଣ୍ଟିଆ ବନ୍ଦ, ଯାନବାହନ ଚଳାଚଳ ଠପ୍‌
  • ||
  • ବିଶ୍ୱ ଅର୍ଥନୀତି ପାଇଁ ସତର୍କଘଣ୍ଟି: ଚରମ ସ୍ତରରେ ବେକାରି ହାର, ୨୦୦୮ ଭଳି ଲକ୍ଷଣ ଦେଖିବାକୁ ମିଳିଲାଣି
  • ||
  • ବୌଦ୍ଧ : ସରପଞ୍ଚଙ୍କ ଗୁଳିମାଡରେ ଯୁବକ ଗୁରୁତର, ପୂର୍ବ ଶତ୍ରୁତାକୁ ନେଇ ଆକ୍ରମଣ ହୋଇଥିବା ସନ୍ଦେହ
  • ||
  • ଶନିବାର ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ, ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ, ୪ଟି ପ୍ରସ୍ତାବରେ ବାଜିପାରେ ମୋହର
  • ||
  • ଜଳେଶ୍ୱର : ଅଧୁରା ରହିଗଲା ଜଗା ଦର୍ଶନ;୨୦ ଫୁଟ ତଳକୁ ଖସିଲା ଟୁରିଷ୍ଟ ବସ୍‌, ୪ ମୃତ
  • ||
  • ରାଜ୍ୟରେ ଆଜିଠୁ କମିବ ବର୍ଷା, ଅକ୍ଟୋବର ୧ରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା, ୬ରେ ଲଘୁଚାପ
  • ||

ରଥଖଳା ହାଲ୍‌ଚାଲ୍‌..ଦଣ୍ଡା କାଠ ପୋଲା ପଡିବାରୁ ଚିନ୍ତାରେ ବିଶ୍ୱକର୍ମା, ଗରଗରାରେ ବିନ୍ଧ ଆରମ୍ଭ...

ପୁରୀ,୧୧/୦୬: ବନବିଭାଗ ପଠାଇଥିବା ରଥ କାଠ ପୋଲା ପଡ଼ିବାରେ ନିର୍ମାଣକାରୀଙ୍କ ମୁଣ୍ଡ ବିନ୍ଧା ବଢିଛି । ଦୀର୍ଘ ସମୟ ଧରି ଅନେକ ପରିଶ୍ରମ କରି ଦଣ୍ଡା ପ୍ରସ୍ତୁତ କଲାବେଳକୁ କାଠ ପୋଲା । ଫଳରେ ନିର୍ମାଣକାରୀଙ୍କ ସବୁ ପରିଶ୍ରମ ବୃଥା ଯାଇଛି । ରଥର ଦଣ୍ଡା ହଣା ଶେଷ ବେଳକୁ କାଠ ପୋଲା ଥିବା ଜଣାପଡ଼ିଛି । ନନ୍ଦିଘୋଷ ରଥର ୩ଟି ଓ ଦର୍ପଦଳନ ରଥର୨ଟି  ଦଣ୍ଡା କାଠ ପୋଲା ପଡ଼ିଥିବା ସୂଚନା ରହିଛି । ଏଣୁ ପୋଲା କାଠ ବଦଳାଇ ପୁଣି ନୂଆ କାଠରେ ଦଣ୍ଡା ତିଆରି ହେଉଛି । ମହିପୁର ରେଞ୍ଜରୁ ଆସିଥିବା ସାହାଜ କାଠ ପୋଲା ଥିବା ସୂଚନା ରହିଛି । 

ନନ୍ଦିଘୋଷ ରଥର ମୁଖ୍ୟ  ବିଶ୍ୱକର୍ମା ବିଜୟ କୁମାର ମହାପାତ୍ର କୁହନ୍ତି  ଚଳିତ ବର୍ଷ ୪୦ ଫୁଟିଆ ସାହାଜ କାଠ ଆମକୁ ହଇରାଣ କରି ଦେଇଛି । ମୋଟା କାଠ ଗଡ଼ ଉପରକୁ ଠିକ୍‌ ଦିଶୁଥିଲେ ମଧ୍ୟ ଭିତର ଫମ୍ପା ରହୁଛି । ଅଖ ତିଆରି ବେଳେ ମଧ୍ୟ ଏଭଳି କିଛି ସମସ୍ୟା ଦେଖିବାକୁ ମିଳିଥିଲା । ଏବେ ଦଣ୍ଡା ନିର୍ମାଣ ସମୟକୁ ସମସ୍ୟା ଆହୁରି ଘନଉଛି । ଏଣୁ କାଠ ବଦଳିବା ସହ ମୋଟା ମୋଟା କାଠ ଗଣ୍ଡିକୁ ପୁଣି ହାଣି ଦଣ୍ଡା ତିଆରି ହେଉଛି । ଶ୍ରୀମନ୍ଦିର ବରିଷ୍ଠ ତତ୍ତ୍ୱାବଧାରକ  ସୁଦର୍ଶନ ମେକାପ କୁହନ୍ତି ଏଥରକ କିଛି କାଠ  ପୋଲା ରହିଛି । ହେଲେ ଏନେଇ ଚିନ୍ତା କରିବାର  କିଛି ନାହିଁ । ଅଧିକ କାଠ ରହିଥିବାରୁ ରଥ ନିର୍ମାଣ  ପ୍ରଭାବିତ ହେବାର କୌଣସି ଆଶଙ୍କା ନାହିଁ ।  ଆବଶ୍ୟକ ହେଲେ ଆହୁରି କାଠ ମଧ୍ୟ ମଗାଯିବ  ବୋଲି ଶ୍ରୀ ମେକାପ କହିଛନ୍ତି । ଏପଟେ ରଥ ଖଳାରେ ଗରଗରା ଚଉପଟ  ସରିବା ପରେ ବିନ୍ଧ ଆରମ୍ଭ ହୋଇଛି । ଚାରି  ନାହାକା ଚଉପଟ କାମ ଜାରି ରହିଛି । ଚକ ଓ  ଅଖଗୁଡ଼ିକ ମାପଚୁପ ହେଲେ ରଥର ମୂଳଦୁଆ  ପ୍ରସ୍ତୁତ ହେବ। ଅଖ ଉପରେ ଦଣ୍ଡା ପଡ଼ିବ । ଦଣ୍ଡା  ଉପରେ ଗରଗରା ରହିବ । ଗରଗରା ଉପରେ  ଚାରି ନାହାକା ଉଠିବ । 

ଏହାପରେ ରଥ ଉପରି  ଭାଗ କାମ ଆରମ୍ଭ ହେବ । ରୂପକାର ଗୁଜ ଓ  କରତି ସେବକ ରଥର ଗୟଳ ଚିରଟ କରୁଛନ୍ତି ।  ଓଝା ସେବକମାନେ ଶାଳରେ ରଥ ପାଇଁ ଆବଶ୍ୟକ  ଲୁହା ସାମଗ୍ରୀ ତିଆରୁଛନ୍ତି । ତିନି ରଥର ନିର୍ମାଣ  କାର୍ଯ୍ୟରେ ସମନ୍ୱୟ ରଖାଯାଇ କାମ ଆଗଉଛି ।  ପୂର୍ବରୁ ତିନି ରଥର ୪୨ ଚକ ଓ ୨୧ ଅଖ ତିଆରି  ସରିଛି । ଏଣୁ ଯଥା ଶୀଘ୍ର ଚକ ଓ ଅଖ ସଂଯୋଗ  କରିବାକୁ ଚାହୁଁଛନ୍ତି ନିର୍ମାଣକାରୀ । ଏପଟେ କାଠ  ଖରାପ ପଡ଼ିବାରେ ଦଣ୍ଡା ତିଆରି ପଛାଇ ରଥ  କାମ ଧିମା ହେଉଥିବା ଜଣାଯାଇଛି ।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.