ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

ଗୁୁରୁବାର ପବିିିିତ୍ର ହେରାପଞ୍ଚମୀ, ନନ୍ଦିଘୋଷ ରଥ ଭାଙ୍ଗି ରାଗ ଶୁଝାଇବେ ଅଭିମାନିନୀ ମା’ ଲକ୍ଷ୍ମୀ

ପୁରୀ,୧୧/୦୭: ପତ୍ନୀଙ୍କୁ ବଡ଼ଦେଉଳରେ ଛାଡ଼ି ଭାଇଭଉଣୀଙ୍କୁ ସାଙ୍ଗରେ ନେଇ ମହାପ୍ରଭୁ ରଥ ଯାତ୍ରାରେ ଆସିଛନ୍ତି । ମହାପ୍ରଭୁଙ୍କ ଏଭଳି କାର୍ଯ୍ୟ ପାଇଁ ପ୍ରଚଣ୍ଡ ଅଭିମାନ କରିଛନ୍ତି ମହାଲକ୍ଷ୍ମୀ । ଏଣୁ ଗୁଣ୍ଡିଚାଘର ସମ୍ମୁଖରେ ଲକ୍ଷ୍ମୀ ଠାକୁରାଣୀ ବିଜେ ହେବେ । ରୋଷ କରି ମହାପ୍ରଭୁଙ୍କୁ ନେଇ ଆସିଥିବା ନନ୍ଦିଘୋଷ ରଥ ଭାଙ୍ଗିବେ । ଜଗମୋହନରେ  ଠାକୁରାଣୀ ବିଜେ ହୋଇ ଠାକୁରଙ୍କ ଆଜ୍ଞାମାଳ ଲାଗି ହେବେ ।  ପରେ ହେରାଗୌରୀ ସାହି ହୋଇ ଠାକୁରାଣୀ ଶ୍ରୀମନ୍ଦିରକୁ  ଫେରିବେ । 

ଗୁରୁବାର ରାତିରେ ହେରାପଞ୍ଚମୀ ନୀତି ପାଳନ ଅବସରରେ ସେବକ ଓ ଦାସୀଙ୍କ ଗହଣରେ ମହାଲକ୍ଷ୍ମୀଙ୍କ  ଏହି ମାନବୀୟ ଲୀଳା ଅନୁଷ୍ଠିତ ହେବ । ଏହି ନୀତିବହୁଳ  ଦିନପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ ପ୍ରସ୍ତୁତ  ହୋଇଛି । ରାତି ସାଢ଼େ ୯ଟାରେ ମା'ଲକ୍ଷ୍ମୀଠାକୁରାଣୀ ରଥ ନିକଟରେ ପାରମ୍ପରିକ ନୀତି ସାରି ଜଗମୋହନକୁ  ବିଜେ କରିବେ । ପରେ ମହାଲକ୍ଷ୍ମୀଙ୍କୁ ଆଜ୍ଞାମାଳ ଲାଗି  ହୋଇ ୯ଟା ୩୫ରେ ସନ୍ଧ୍ୟାଧୂପ ଟେରା ପଡ଼ିବ ।  ଶ୍ରୀମନ୍ଦିରରୁ ବଡ଼ଦାଣ୍ଡ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହେବ ।

  • PrameyaOdia
  • prameya
  • Ratha Yatra 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.