ପ୍ରମୂଖ ଖବର
  • ବାଲିଗୁଡାରେ ଚାଞ୍ଚଲ୍ୟ, କିଡ୍‌ନୀ ଚୋରି ଅଭିଯୋଗ ପରେ କବର ଖୋଳି ଶବ କାଢିଲା ପୋଲିସ
  • ||
  • ନକଲି କଲ୍‌ ସେଣ୍ଟର ଠାବ ଘଟଣା, ଅଧିକ ତଦନ୍ତ ପାଇଁ କୋଲକାତା ଯିବ ସାଇବର ପୁଲିସ୍‌
  • ||
  • ପୁରୀ : ଅଣପଞ୍ଜିକୃତ ହବିଷ୍ୟାଳିଙ୍କ ପାଇଁ ବ୍ୟବସ୍ଥା, ବୃନ୍ଦାବତୀ ନିବାସର ବେସ୍‌ମେଣ୍ଟରେ ରହିବେ ୧୪୦ ହବିଷ୍ୟାଳି
  • ||
  • ଦେବଗଡ : ଆନ୍ତଃଜିଲ୍ଲା ମୋଟରସାଇକେଲ ଚୋରୀ ରାକେଟ ଠାବ: ୩ ଲୁଟେରା ଗିରଫ, ୮ ବାଇକ୍‌ ଜବତ
  • ||
  • ଭରତପୁର ଥାନା ଘଟଣା; ସମସ୍ତ ତଥ୍ୟ ବିଚାର ବିଭାଗୀୟ କମିଶନଙ୍କୁ ପ୍ରଦାନ କରିବ କ୍ରାଇମବ୍ରାଞ୍ଚ
  • ||
  • ପୁରୁଷୋତ୍ତମପୁର : ପ୍ରେମ ପାଇଁ ହାରିଲେ ଜୀବନ, ବେକରେ ରଶି ଲଗାଇ ଯୁବକଙ୍କ ଆତ୍ମହତ୍ୟା
  • ||
  • ବୌଦ୍ଧ ଗସ୍ତରେ ଡିଜିପି ୱାଇ ବି ଖୁରାନିଆ, ମାଓ ଦମନ ଏବଂ ଆଇନ ଶୃଙ୍ଖଳା ବିଷୟରେ କରିବେ ଆଲୋଚନା
  • ||
  • କୋଣାର୍କ : ଗୋପର ୨ଟି ବେଆଇନ କରତକଳ ଉପରେ ଚଢ଼ାଉ, ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ଜବତ
  • ||
  • ଅନ୍‌ଲାଇନ୍‌ ଆବେଦନ କରି ନିରାଶ ହେଲେ ହବିଷ୍ୟାଳୀ: ଶିବିର ସାମ୍ନାରେ ଧାରଣା ଦେଲେ, କାନ୍ଦିକାନ୍ଦି ଘରକୁ ଫେରିଲେ
  • ||
  • ଅଧା ସହରବାସୀ ଭୋଗିବେ ଜଳ କଷ୍ଟ, ଦୁର୍ବଳ ପାଇପ ମରାମତି ପାଇଁ ଅପରାହ୍ନ ୨ଟାରୁ ୨୪ ଘଣ୍ଟା ଜଳ ଯୋଗାଣ ବନ୍ଦ
  • ||
  • ଓଏଏସ୍‌ ସ୍ତରରେ ବଡ଼ ଧରଣର ଅଦଳବଦଳ: ୧୧୮ ଓଏଏସ୍‌ଙ୍କ ବଦଳି, ୭୦ରୁ ଅଧିକ ତହସିଲଦାର ବଦଳିଲେ
  • ||
  • ଆଜିଠୁ ମୁମ୍ୱାଇରେ ନିବେଶକ ସମ୍ମିଳନୀ, ସାମିଲ ହେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • କଳିଙ୍ଗ ଷ୍ଟାଡିୟମ୍‌ ଟ୍ରାଫିକ୍‌ ପୋଷ୍ଟରେ ଆସହାୟ ପୋଲିସ, ଡିଆଇଜି ଏବଂ ତାଙ୍କ ପତ୍ନୀଙ୍କୁ ଦୁର୍ବ୍ୟବହାର
  • ||
  • ପୁରୀ : ଆଜିଠୁ ମହାକାର୍ତ୍ତିକ ବ୍ରତ: ଶ୍ରୀକ୍ଷେତ୍ରରେ ସଂକଳ୍ପ କରି ଚଉରା ମୂଳେ ରାଇଦାମୋଦର ବ୍ରତ କରିବେ ହବିଷ୍ୟାଳୀ
  • ||

ନିଲାମ ହେବ ରତନ ଟାଟାଙ୍କ ହୀରା ଚିତ୍ର, ଶିଳ୍ପ ସାମ୍ରାଜ୍ୟର ସମ୍ରାଟଙ୍କୁ ଜନ୍ମଦିନରେ ଉପହାର ଦେଇଥାନ୍ତେ ଶୈଳେଶ

ମୁମ୍ବାଇ ୧୮/୧୦: ମୁମ୍ବାଇ ସ୍ଥିତ କଳାକାର ଶୈଳେଶ ଆଚରେକର ଦିବଂଗତ ଉଦ୍ୟୋଗପତି ରତନ ଟାଟାଙ୍କର ଏକ ଚିତ୍ର ପ୍ରସ୍ତୁତ କରିଥିଲେ । ୧୨ ହଜାର ବଡ଼ ଓ ଛୋଟ ହୀରାରେ ପ୍ରସ୍ତୁତ ଏହି ଚିତ୍ରକୁ ସେ ନିଲାମ କରିବାକୁ ନିଷ୍ପତ୍ତି ନେଇଛନ୍ତି । ରତନ ଟାଟାଙ୍କ ଦେହାନ୍ତ ପରେ ଦୁଃଖିତ ଶୈଳେଶ ଦାନ ଉଦ୍ଦେଶ୍ୟରେ ଏହି ସୁନ୍ଦର କୃତିକୁ ନିଲାମ କରିବେ । ଉଭୟ ଶୈଳଶ ଓ ରତନଙ୍କ ଜନ୍ମଦିନ ଗୋଟିଏ ଦିନରେ ପଡୁଛି । ଆସନ୍ତା ଡିସେମ୍ବର ୨୮ ତାରିଖ ରତନଙ୍କ ଜନ୍ମଦିନ ଅବସରରେ ଶୈଳେଶ ବ୍ୟକ୍ତିଗତ ଭାବେ ଏହି ଚିତ୍ରକୁ ତାଙ୍କ ସମ୍ମୁଖରେ ଉପସ୍ଥାପନ କରିବାକୁ ଚାହୁଁଥିଲେ । 

ଶୈଳେଶ କହିଛନ୍ତି ‘ମୁଁ ସ୍ୱତନ୍ତ୍ର ଭାବେ ଏହି ଚିତ୍ରକୁ ରତନ ଟାଟା ସାର୍‌ଙ୍କ ପାଇଁ ପ୍ରସ୍ତୁତ କରିଥିଲି । ତାଙ୍କର ଆଗାମି ଜନ୍ମଦିନ ଅବସରରେ ତାଙ୍କୁ ସାକ୍ଷାତ କରି ଅଭିନନ୍ଦନ ଜଣାଇ ଏହି ଉପହାର ତାଙ୍କୁ ଦେବାକୁ ଆଶା କରିଥିଲି । କିନ୍ତୁ ଚଳିତ ମାସ ୯ ତାରିଖରେ ତାଙ୍କ ଦେହାନ୍ତ ଯୋଗୁ ମୋ ସ୍ୱପ୍ନ ଅଧୁରା ରହିଗଲା ।’ ଚଳିତ ବର୍ଷ ଆରମ୍ଭରେ ରତନଙ୍କ ସମ୍ମାନରେ କିଛି ସ୍ୱତନ୍ତ୍ର କରିବା ବିଚାର ନେଇ ଶୈଳେଶ ତାଙ୍କର ଏକ ହୀରା ଚିତ୍ରକଳା ପ୍ରସ୍ତୁତ କରିବାକୁ ନିଷ୍ପତ୍ତି ନେଇଥିଲେ । ଏହି ଚିତ୍ର ପ୍ରସ୍ତୁତି ଲାଗି ସେ ଦୀର୍ଘ ୬ ମାସ କଠିନ ପରିଶ୍ରମ କରିଥିଲେ । ଶୈଳେଶ କହିଛନ୍ତି ‘ଦୁର୍ଭାଗ୍ୟବଶତଃ ରତନ ଟାଟା ଆମ ସହ ନାହାନ୍ତି । କିନ୍ତୁ ତାଙ୍କର ମହାନ ବିଚାରକୁ ସମ୍ମାନ ଦେବାକୁ ଏବଂ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ଏହି ଚିତ୍ରକଳାର ନିଲାମ ପାଇଁ ଆମେ ନିଷ୍ପତ୍ତି ନେଇଛୁ । କୁକୁରଙ୍କ କଲ୍ୟାଣ ଭଳି ରତନଙ୍କ ପ୍ରିୟ କିଛି ଦାତବ୍ୟ କାର୍ଯ୍ୟରେ ନିଲାମ ଅର୍ଥ ଖର୍ଚ୍ଚ କରାଯିବ ବୋଲି ସେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.