ପ୍ରମୂଖ ଖବର
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ବଣାଇ : ବିଦ୍ୟୁତ ଖୁଣ୍ଟକୁ ପିଟି ଓଲଟିଲା OSRTC ବସ୍‌, ୨୦ ଆହତ
  • ||

ବ୍ରାଭୋଙ୍କ ରେକର୍ଡ ଭାଙ୍ଗିଲେ ରସିଦ, ଟି-ଟ୍ୱେଣ୍ଟି ଫର୍ମାଟ୍‌ରେ ନେଲେ ସର୍ବାଧିକ ୱିକେଟ୍

Published By : Prameya | February 6, 2025 11:51 AM

ଜୋହାନ୍ସବର୍ଗ,୦୬/୦୨: ଆଫଗାନିସ୍ତାନର ଅଭିଜ୍ଞ ଲେଗ ସ୍ପିନର ରସିଦ ଖାନଙ୍କ ନାମରେ  ଆଉ ଏକ ରେକର୍ଡ ଯୋଡ଼ି ହୋଇଯାଇଛି ।  ଟି-ଟ୍ୱେଣ୍ଟି ଫର୍ମାଟ୍‌ରେ ସେ ସର୍ବାଧିକ ୱିକେଟ ହାସଲ କରିବାରେ ରେକର୍ଡ କରିଛନ୍ତି । ଏହି  ଫର୍ମାଟ୍‌ (ଅନ୍ତର୍ଜାତୀୟ ଓ ଲିଗ୍‌କୁ ମିଶାଇ)ରେ ସେ ମୋଟ୍‌ ୬୩୨ଟି ୱିକେଟ୍‌ ଅକ୍ତିଆର  କରିସାରିଛନ୍ତି । ପୂର୍ବରୁ ଏହି ରେକର୍ଡ ୱେଷ୍ଟ  ଇଣ୍ଡିଜ୍‌ର ଡ୍ୱେନ ବ୍ରାଭୋଙ୍କ ନାମରେ ରହିଥିଲା ।  ସେ ଏହି ଫର୍ମାଟ୍‌ରେ ୬୩୧ଟି ୱିକେଟ୍‌  ନେଇଥିଲେ । 

ଚଳିତ ଏସ୍‌ଏ୨୦ ଟୁର୍ଣ୍ଣାମେଣ୍ଟର  ପ୍ରଥମ କ୍ୱାଲିଫାୟରରେ ୨ଟି ୱିକେଟ୍‌ ନେଇ  ବ୍ରାଭୋଙ୍କୁ ଅତିକ୍ରମ କରିଥିଲେ । ସର୍ବାଧିକ  ୱିକେଟ୍‌ ତାଲିକାରେ ସୁନୀଲ ନାରାଏନ୍‌ (୫୭୪  ୱିକେଟ୍‌) ତୃତୀୟ, ଇମ୍ରାନ ତାହିର ଚତୁର୍ଥ  (୫୩୧ୱିକେଟ୍‌) ଓ ସାକିବ ଅଲ୍‌ ହାସନ  ପଞ୍ଚମ(୪୯୨ ୱିକେଟ୍‌) ସ୍ଥାନରେ ରହିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.