ପ୍ରମୂଖ ଖବର
  • ଗଞ୍ଜାମ : ଭିଜିଲାନ୍ସ ଜାଲରେ ଛନ୍ଦି ହେଲେ ସବ୍‌ରେଜିଷ୍ଟର୍‌, ୨ଟି ସ୍ଥାନରେ ଏକକାଳୀନ ଚଢାଉ
  • ||
  • ରାଜଧାନୀରେ ମାତାଲ ଯୁବତୀଙ୍କ ହାଇଡ୍ରାମା, ୨ ଘଣ୍ଟା ନାକେଦମ୍‌ ହେଲେ ହର୍‌ ଟିମ୍‌
  • ||
  • ବିଶ୍ୱ ବଜାର ଉପରେ ଶୁଳ୍କ ଯୁଦ୍ଧ ପ୍ରଭାବ, ୪ ମାସରେ ୧ ଟ୍ରିଲିୟନ ଡଲାର ସ୍ୱାହା
  • ||
  • ମାଲକାନଗିରି : ସୁରକ୍ଷାବାହିନୀକୁ ବଡ଼ ସଫଳତା, ୧୭ ମାଓବାଦୀଙ୍କ ଆତ୍ମସମର୍ପଣ
  • ||
  • କୋରାପୁଟ : ବେଆଇନ୍‌ ମଦ ଭାଟିରେ ଅବକାରୀ ଚଢ଼ାଉ: ବିପୁଳ ପରିମାଣର ଦେଶୀ ମଦ ଜବତ, ବ୍ୟବସାୟୀ ଚମ୍ପଟ
  • ||
  • ମାଲକାନଗିରି : ବନ୍ଧୁ ମିଳନରେ ଜମିଲା ଭୋଜି ଭାତର ଆସର, ବିଷାକ୍ତ ଛତୁ ଏବଂ ପନିର୍ ଖାଇ ୨୨ ଅସୁସ୍ଥ
  • ||
  • ମହିଳା ପ୍ରିମିୟର ଲିଗ୍‌ ୨୦୨୫: ଫାଇନାଲ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ-ମୁମ୍ବାଇ ଇଣ୍ଡିଆନ୍ସ, ଶନିବାର ହେବ ଟକ୍କର
  • ||
  • କଳିଙ୍ଗା ଘାଟିରେ ଓଲଟିଲା ଘରୋଇ ବସ୍: ୭ ଆହତ, ଜଣେ ଗୁରୁତର
  • ||
  • କାନାଡାର ନୂଆ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ମାର୍କ କାର୍ଣ୍ଣି
  • ||
  • ସାଲିଆସାହିରେ ଚାଲିଥିଲା ବେଆଇନ୍‌ ଦେଶୀ ମଦ କାରବାର, ଚଢାଉ କଲା ଅବକାରୀ ବିଭାଗ, ୮ ଗିରଫ
  • ||
  • ରାଜଧାନୀ ଉପକଣ୍ଠରେ ରକ୍ତର ହୋଲି ଖେଳିଲେ ଆକ୍ରମଣକାରୀ: ଖଣ୍ଡାଚୋଟରେ ଯୁବକ ମୃତ, ମା, ସାଙ୍ଗ ଗୁରୁତର
  • ||
  • ଭୁବନେଶ୍ୱର : ସୂର୍ଯ୍ୟନଗରରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ, ଗୋଡ଼ାଇ ଗୋଡ଼ାଇ ଖଣ୍ଡାରେ ହାଣିଲେ ଦୁର୍ବୃତ୍ତ
  • ||
  • ଶ୍ରୀମନ୍ଦିରରେ ଦୋଳପୂର୍ଣ୍ଣିମା ନୀତି, ରତ୍ନ ସିଂହାସନ ଶ୍ରୀବିଗ୍ରହଙ୍କ ସୁନାବେଶ ଦର୍ଶନ କରିବେ ଭକ୍ତ
  • ||
  • ଦୋଳ, ହୋଲିରେ ନାକେଦମ କରିବ ଗରମ, ୧୭ ଯାଏ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରକୋପ; ଆଜି ୧୦ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
  • ||

ସୁନା ତସ୍କରୀ କେସ୍‌ରେ ଅଭିନେତ୍ରୀଙ୍କ ଜାମିନ ଆବେଦନ ଖାରଜ , ଜେଲ୍‌ରେ ରହିବେ ରାନ୍ୟା ରାଓ

Published By : Prameya | March 14, 2025 8:39 PM

ନୂଆଦିଲ୍ଲୀ : କନ୍ନଡ ଅଭିନେତ୍ରୀ ରାନ୍ୟା ରାଓଙ୍କ ନାଁ ଏହି ସମୟରେ କର୍ଣ୍ଣାଟକର ରାଜନୀତିରେ ଭୂମିକମ୍ପ ସୃଷ୍ଟି କରିଛି। ୧୪ କିଲୋ ସୁନାର ତସ୍କରୀ ଅଭିଯୋଗରେ ଗିରଫ ରାନ୍ୟା ରାଓ ଏହି ସମୟରେ ନ୍ୟାୟିକ ହେପାଜତରେ ଅଛନ୍ତି। ରାଓଙ୍କର ଜାମିନ ପାଇଁ ଆବେଦନ କରାଯାଇ ଥିଲା, ଯାହାକୁ ସ୍ପେଶାଲ କୋର୍ଟ ଖାରଜ କରି ଦେଇଛନ୍ତି। 

କେମିତି ଧରାପଡ଼ିଲେ ରାନ୍ୟା ରାଓ ? 

୩ ମାର୍ଚ୍ଚରେ ଯେବେ ରାନ୍ୟା ରାଓ ଦୁବାଇରୁ ବେଙ୍ଗାଲୁରୁର କେମ୍ପେଗୌଡା ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦରରେ ପହଞ୍ଚିଲେ, ତ ସେ ଭିଆଇପି ପ୍ରୋଟୋକଲ ଅନୁସାରେ ଗ୍ରୀନ୍ ଚ୍ୟାନେଲରେ ବାହାରିବାକୁ ଚେଷ୍ଟା କରି ଥିଲେ। ଏହି ରାସ୍ତା ସେହି ଯାତ୍ରୀଙ୍କ ପାଇଁ ହୋଇଥାଏ , ଯାହାକୁ ଘୋଷିତ କରିବା ପାଇଁ କିଛି ହୋଇ ନଥାଏ। କିନ୍ତୁ ଏହି ସମୟରେ ମେଟାଲ ଡିଟେକ୍ଟରରେ ଯାଞ୍ଚରେ ଅଧିକାରୀଙ୍କୁ ରାନ୍ୟାଙ୍କ ଶରୀରରେ କିଛି ସଦିଗ୍ଧ ଜିନିଷ ଥିବାର ସଙ୍କେତ ମିଳି ଥିଲା । ଯେବେ ଅଧିକାରୀମାନେ ଯାଞ୍ଚ କଲେ ତ ପାଇଲେ କି , ରାନ୍ୟା ନିଜ ଅଣ୍ଟା ଓ ପାଦରେ ବ୍ୟାଣ୍ଡେଜ୍‌ ଓ ଟିସୁ ସାହାଯ୍ୟରେ ସୁନା ବିସ୍କୁଟ ଗୁଡ଼ାଇ ରଖି ଥିଲେ। ଏହା ବ୍ୟତୀତ , ତାଙ୍କର ଜୋତା ଓ ଜ୍ୟାକେଟ୍‌ର ଜିବ୍‌ରେ ମଧ୍ୟ ସୁନାର ଟୁକୁଡ଼ା ଲୁଚାଇ ଥିଲେ। ଯାଞ୍ଚରେ ଜଣାପଡ଼ିଲା ଯେ ଜବତ ସୁନା ୨୪ କ୍ୟାରେଟ୍‌ର ଥିଲା ଏବଂ ଏହାର ଓଜନ ୧୪.୨ କିଲୋଗ୍ରାମ୍‌ ଥିଲା, ଯାହାର ଦାମ୍‌ ପାଖାପାଖି ୧୨.୫୬ କୋଟି ଟଙ୍କା କୁହାଯାଉଛି।

ତସ୍କରୀ ପାଇଁ ୟଟ୍ୟୁବ୍‌ରୁ ଶିଖିଲେ ପ୍ଲାନ୍‌ –

ପଚରାପଚରି ବେଳେ ରାନ୍ୟା କହିଛନ୍ତି କି, ତାଙ୍କୁ ଦୁବାଇ ଏୟାରପୋର୍ଟର ଟର୍ମିନାଲ-୩ର ଗେଟ୍‌-ଏ ରେ ଏକ ଇଣ୍ଟରନେଟ୍‌ କଲ୍‌ ମାଧ୍ୟମରେ ନିର୍ଦ୍ଦେଶ ମିଳି ଥିଲା ଯେ , ସେଠାରୁ ତାଙ୍କୁ ସୁନା ସଂଗ୍ରହ କରିବାର ଅଛି। ରାନ୍ୟା ଏହା ମଧ୍ୟ କହିଛନ୍ତି କି ଏହା ତାଙ୍କର ପ୍ରଥମ ତସ୍କରୀର ପ୍ରୟାସ ଥିଲା ଏବଂ ସେ ୟୁଟ୍ୟୁବ୍ ଭିଡ଼ିଓ ଦେଖି ସୁନା ଲୁଚାଇବାର ଉପାୟ ଶିଖି ଥିଲେ। ଅଭିନେତ୍ରୀ କହିଛନ୍ତି କି , ଏୟାରପୋର୍ଟ ଲାଉଞ୍ଜରେ ଜଣେ ବ୍ୟକ୍ତି , ଯିଏ ୬ଫୁଟ୍‌ ଲମ୍ୱ , ଗହମ ରଙ୍ଗର ଓ ଆମେରିକୀୟ ଭାଷାରେ କଥାବାର୍ତ୍ତା କରୁଥିବା ବ୍ୟକ୍ତି ଥିଲେ , ସେ ଅଭିନେତ୍ରୀଙ୍କୁ ଏକ କୋଣକୁ ନେଇ ସୁନା ପ୍ୟାକେଟ୍‌ ଦେଇ ଥିଲେ। 

ଭିଆଇପି ରାସ୍ତା ଦେବାରେ ପୁଲିସଙ୍କ ରହିଛି ହାତ –

ରାନ୍ୟାଙ୍କୁ ଭିଆଇପି ରାସ୍ତାରେ ବାହାରକୁ ଯିବାକୁ ବସପ୍ପା ବିଲ୍ଲୁର ଓରଫ ବସଭରାଜଙ୍କର ଭୂମିକା ସାମନାକୁ ଆସିଛି। ବସଭରାଜ କେମ୍ପେଗୌଡା ଏୟାରପୋର୍ଟରେ ହେଡ୍‌ କନଷ୍ଟେବଲ ଭାବେ ମୁତୟନ ଥିଲେ। ନିଜ ବୟାନରେ ବସଭରାଜ ସ୍ୱୀକାର କରିଥିଲେ କି, ସେ ରାନ୍ୟାଙ୍କୁ ବିମାନ ବନ୍ଦରର ସାଧାରଣ ସୁରକ୍ଷା ଯାଞ୍ଚରୁ ରକ୍ଷା କରି ଗ୍ରୀନ ଚ୍ୟାନେଲ୍‌ ଦେଇ ବାହାରକୁ ଆଣି ଥିଲେ। ବସଭରାଜ ଦାବି କରିଛନ୍ତି ଯେ, ତାଙ୍କୁ ଅନେକ ବରିଷ୍ଠ ପୁଲିସ ଅଧିକାରୀଙ୍କ ପରିବାରର ସଦସ୍ୟଙ୍କୁ ଭିଆଇପି ପ୍ରୋଟୋକଲ ଅନୁସାରେ ଯିବାର ନିର୍ଦ୍ଦେଶ ମିଳିଥିଲା।

ରାନ୍ୟା ରାଓଙ୍କର ଗିରଫ ପରେ କର୍ଣ୍ଣାଟକର ରାଜନୀତିରେ ବିବାଦ ଘନେଇଛି। ବିଜେପି ଓ କଂଗ୍ରେସ ମଧ୍ୟରେ ଆରୋପ ପ୍ରତ୍ୟାରୋପର ସମୟ ଗତିଶୀଳ ହୋଇଛି। ସିବିଆଇ ଓ ଇଡି ଏହି ମାମଲାର ଗଭୀରତାର ସହ ଯାଞ୍ଚ କରୁଛନ୍ତି ଏବଂ ଏହି ତସ୍କରୀ ପଛରେ କେଉଁ କେଉଁ ବଡ଼ ନାଁ ସାମିଲ ଅଛି ଏହା ଜାଣିବାକୁ ଲାଗି ପଡ଼ିଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.