ପ୍ରମୂଖ ଖବର
  • ଗଞ୍ଜାମ : ଭିଜିଲାନ୍ସ ଜାଲରେ ଛନ୍ଦି ହେଲେ ସବ୍‌ରେଜିଷ୍ଟର୍‌, ୨ଟି ସ୍ଥାନରେ ଏକକାଳୀନ ଚଢାଉ
  • ||
  • ରାଜଧାନୀରେ ମାତାଲ ଯୁବତୀଙ୍କ ହାଇଡ୍ରାମା, ୨ ଘଣ୍ଟା ନାକେଦମ୍‌ ହେଲେ ହର୍‌ ଟିମ୍‌
  • ||
  • ବିଶ୍ୱ ବଜାର ଉପରେ ଶୁଳ୍କ ଯୁଦ୍ଧ ପ୍ରଭାବ, ୪ ମାସରେ ୧ ଟ୍ରିଲିୟନ ଡଲାର ସ୍ୱାହା
  • ||
  • ମାଲକାନଗିରି : ସୁରକ୍ଷାବାହିନୀକୁ ବଡ଼ ସଫଳତା, ୧୭ ମାଓବାଦୀଙ୍କ ଆତ୍ମସମର୍ପଣ
  • ||
  • କୋରାପୁଟ : ବେଆଇନ୍‌ ମଦ ଭାଟିରେ ଅବକାରୀ ଚଢ଼ାଉ: ବିପୁଳ ପରିମାଣର ଦେଶୀ ମଦ ଜବତ, ବ୍ୟବସାୟୀ ଚମ୍ପଟ
  • ||
  • ମାଲକାନଗିରି : ବନ୍ଧୁ ମିଳନରେ ଜମିଲା ଭୋଜି ଭାତର ଆସର, ବିଷାକ୍ତ ଛତୁ ଏବଂ ପନିର୍ ଖାଇ ୨୨ ଅସୁସ୍ଥ
  • ||
  • ମହିଳା ପ୍ରିମିୟର ଲିଗ୍‌ ୨୦୨୫: ଫାଇନାଲ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ-ମୁମ୍ବାଇ ଇଣ୍ଡିଆନ୍ସ, ଶନିବାର ହେବ ଟକ୍କର
  • ||
  • କଳିଙ୍ଗା ଘାଟିରେ ଓଲଟିଲା ଘରୋଇ ବସ୍: ୭ ଆହତ, ଜଣେ ଗୁରୁତର
  • ||
  • କାନାଡାର ନୂଆ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ମାର୍କ କାର୍ଣ୍ଣି
  • ||
  • ସାଲିଆସାହିରେ ଚାଲିଥିଲା ବେଆଇନ୍‌ ଦେଶୀ ମଦ କାରବାର, ଚଢାଉ କଲା ଅବକାରୀ ବିଭାଗ, ୮ ଗିରଫ
  • ||
  • ରାଜଧାନୀ ଉପକଣ୍ଠରେ ରକ୍ତର ହୋଲି ଖେଳିଲେ ଆକ୍ରମଣକାରୀ: ଖଣ୍ଡାଚୋଟରେ ଯୁବକ ମୃତ, ମା, ସାଙ୍ଗ ଗୁରୁତର
  • ||
  • ଭୁବନେଶ୍ୱର : ସୂର୍ଯ୍ୟନଗରରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ, ଗୋଡ଼ାଇ ଗୋଡ଼ାଇ ଖଣ୍ଡାରେ ହାଣିଲେ ଦୁର୍ବୃତ୍ତ
  • ||
  • ଶ୍ରୀମନ୍ଦିରରେ ଦୋଳପୂର୍ଣ୍ଣିମା ନୀତି, ରତ୍ନ ସିଂହାସନ ଶ୍ରୀବିଗ୍ରହଙ୍କ ସୁନାବେଶ ଦର୍ଶନ କରିବେ ଭକ୍ତ
  • ||
  • ଦୋଳ, ହୋଲିରେ ନାକେଦମ କରିବ ଗରମ, ୧୭ ଯାଏ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରକୋପ; ଆଜି ୧୦ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
  • ||

ଗୁଜରାଟର ଭରୁଚରେ କବାଡ଼ିଆ ଗୋଦାମରେ ଭୀଷଣ ଅଗ୍ନିକାଣ୍ଡ , ୫ ଗୋଦାମ ଜଳି ପାଉଁଶ

Published By : Prameya | March 14, 2025 9:38 PM

ଗୁଜରାଟ : ଗୁଜରାଟର ଭରୁଚ ସହରର ଅଙ୍କଲେଶ୍ୱର ଅଞ୍ଚଳ ସ୍ଥିତ ଏକ କବାଡ଼ିଆ ଗୋଦାନରେ ଶୁକ୍ରବାର ସନ୍ଧ୍ୟାରେ ଭୀଷଣ ଅଗ୍ନିକାଣ୍ଡ ଘଟିଛି। ନିଆଁକୁ କାବୁ କରିବା ପାଇଁ ୧୦ରୁ ଅଧିକ ଅଗ୍ନିଶମ ବାହିନୀ ଗାଡ଼ି ଘଟଣା ସ୍ଥଳରେ ଅଛନ୍ତି। ନିଆଁ ଏତେ ଭୟାନକ ହୋଇଛି ଯେ, ଏବେସୁଦ୍ଧା ପାଖାପାଖି ୫ଟି କବାଡିଆ ଗୋଦାମ ଜଳି ପାଉଁଶ ହୋଇ ଯାଇଛି। 

ଏହି ଅଗ୍ନିକାଣ୍ଡର ଯେଉଁ ଭିଡ଼ିଓ ସାମ୍ନାକୁ ଆସିଛି, ଏଥିରେ ନିଆଁର ଖୁବ୍‌ ଉଚ୍ଚ ଉଚ୍ଚ ଆସ୍ତରଣ ଉପରକୁ ଉଠିବାର ଦେଖିବାକୁ ମିଳୁଛି। ଏହାସହ ବହୁ ମାତ୍ରାରେ ଲଗାତାର ଧୂଆଁ ମଧ୍ୟ ବାହାରିବାର ଦେଖିବାକୁ ମିଳୁଛି। 

ସୂଚନା ଯେ, ଏହା ପୂର୍ବରୁ ଶୁକ୍ରବାର ସକାଳେ ଗୁଜରାଟର ରାଜକୋଟରେ ୧୨ ମହଲା ଆବାସୀୟ ବିଲ୍ଡିଂରେ ଭୀଷଣ ନିଆଁ ଲାଗିବାରୁ ୩ଜଣ ଲୋକଙ୍କ ମୃତ୍ୟୁ ହୋଇଥିଲା ଏବଂ ଜଣେ ବ୍ୟକ୍ତି ଆହତ ହୋଇଥିଲେ। ଏହି ଘଟଣା ସହରର ୧୫୦ ଫୁଟ ରିଙ୍ଗ ରୋଡ୍‌ ଅଞ୍ଚଳରେ ଘଟିଥିଲା ଏବଂ ବିଲ୍ଡିଂରେ ଫସି ଥିବା ପାଖାପାଖି ୪୦ ନିବାସୀଙ୍କୁ ରକ୍ଷା କରାଯାଇ ପାରି ଥିଲା। 

ସେହିପରି, ମାର୍ଚ୍ଚ ୧୩ ତାରିଖ (ଗୁରୁବାର) ଦିଲ୍ଲୀର କନାଣ୍ଟ ପ୍ଲେସରେ ଏକ ରେଷ୍ଟୁରାଣ୍ଟର ରୋଷେଇ ଘରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା। ନିଆଁ ଲିଭାଇବା ପାଇଁ ଘଟଣାସ୍ଥଳରେ ଛଅଟି ଦମକଳ ଗାଡ଼ି ନିୟୋଜିତ ହୋଇ ଥିଲା। କୁହାଯାଉଛି ଯେ, ଏଲପିଜି ସିଲିଣ୍ଡରରେ ଲିକେଜ୍ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟି ଥିଲା। ଏହି ଦୁର୍ଘଟଣାରେ ୬ଜଣ ପୋଡ଼ି ଯାଇ ଥିଲେ, ସେମାନଙ୍କୁ DFS ୟୁନିଟକୁ ନିଆଯାଇ ଥିଲା।

ସକାଳ ପ୍ରାୟ ୧୧:୫୫ ସମୟରେ ବିକ୍କାଗାନେ ବିରିୟାନି ରେଷ୍ଟୁରାଣ୍ଟରେ ଅଗ୍ନିକାଣ୍ଡ ଘଟିଥିବା ନେଇ ଦିଲ୍ଲୀ ଅଗ୍ନିଶମ ବାହିନୀକୁ ସୂଚନା ମିଳିଥିଲା। ଏହା ପରେ ଘଟଣାସ୍ଥଳକୁ ଛଅଟି ଦମକଳ ଗାଡ଼ି ପଠାଯାଇ ଥିଲା। ତେବେ ଖବର ଲେଖାଯିବା ପର୍ଯ୍ୟନ୍ତ ନିଆଁକୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣ କରାଯାଇ ପାରି ନାହିଁ। ଏନେଇ ଜଣେ ଅଧିକାରୀ କହିଛନ୍ତି ଯେ, ରେଷ୍ଟୁରାଣ୍ଟର ରୋଷେଇ ଘରେ ଥିବା ଏକ ଏଲପିଜି ସିଲିଣ୍ଡର ଲିକେଜ୍ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିଲା। ଆହତମାନଙ୍କୁ ଚିକିତ୍ସା ପାଇଁ RML ହସ୍ପିଟାଲକୁ ନିଆଯାଇ ଥିଲା।

ରେଷ୍ଟୁରାଣ୍ଟରେ ଅଗ୍ନିକାଣ୍ଡ ପରେ, ଦିଲ୍ଲୀ ଅଗ୍ନିଶମ ସେବା (DFS) ଏହି ଅଞ୍ଚଳର ଦୋକାନ ଗୁଡ଼ିକର ନୋ-ଅବଜେକ୍ସନ ସାର୍ଟିଫିକେଟ୍ (NOC) ଯାଞ୍ଚ କରିବାକୁ ନିଷ୍ପତ୍ତି ନେଇ ଥିଲା। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.