ପ୍ରମୂଖ ଖବର
  • ଭୁବନେଶ୍ୱର : SBI ଏଟିଏମ୍‌ ତାଡ଼ିନେଲେ ଦୁର୍ବୃତ୍ତ, ସିସିଟିଭି ଆଧାରରେ ପୋଲିସର ତଦନ୍ତ ଆରମ୍ଭ
  • ||
  • ଜୟପୁର : ମହିଳାଙ୍କ ବେକରୁ ସୁନା ଚେନ୍ ଝାମ୍ପି ନେଲେ ଦୁର୍ବୃତ୍ତ, ପୋଲିସର ତଦନ୍ତ ଆରମ୍ଭ
  • ||
  • ମିଆଁମାରରେ ଭୂକମ୍ପ ଝଟକା,ରିକ୍ଟର ସ୍କେଲରେ ତୀବ୍ରତା ୪.୮ ରେକର୍ଡ଼
  • ||
  • କଣାସରେ ନିୟନ୍ତ୍ରଣକୁ ଆସୁନି ଝାଡ଼ାବାନ୍ତି, ଆହୁରି ୨୦ ନୂଆ ଆକ୍ରାନ୍ତ ଚିହ୍ନଟ,ହସ୍ପିଟାଲରେ ଚିକିତ୍ସା ଜାରି
  • ||
  • ଟ୍ରମ୍ପ ସରକାରଙ୍କୁ ବଡ଼ ଝଟକା, ଜନ୍ମଗତ ନାଗରିକତା ଅଧିକାର ଉଚ୍ଛେଦ ଆଦେଶ ଉପରେ ଲାଗିଲା ରୋକ୍
  • ||
  • ଶୁକ୍ରବାର ବସିବ ପ୍ରାକ୍ ବଜେଟ୍ ବୈଠକ, ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଜି.ଉଦୟଗିରି : କଳିଙ୍ଗା ଘାଟିରେ ଓଲଟିଲା ଲୁହା ରଡ୍‌ ବୋଝେଇ ଟ୍ରକ୍‌, ଯାତାୟତ ବାଧାପ୍ରାପ୍ତ
  • ||
  • ବଜେଟ୍ ୨୦୨୫, ଆଜି ନର୍ଥ ବ୍ଲକ୍‌ରେ ଆୟୋଜିତ ହେବ ହାଲୁଆ ଉତ୍ସବ,ସାମିଲ ହେବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
  • ||
  • ରାଜ୍ୟରେ ଆହୁରି କମିବ ଶୀତ, ୩ ଦିନ ଯାଏ ୨ ରୁ ୪ ଡିଗ୍ରୀ ବଢ଼ିବ ରାତି ତାପମାତ୍ରା
  • ||

ରଣଜୀ ଟ୍ରଫିର ଦ୍ୱିତୀୟ ଭାଗ: ଆଜିଠୁ ଗ୍ରାଉଣ୍ଡକୁ ଓହ୍ଲାଇବେ ରୋହିତ, ପନ୍ତ, ଗିଲ୍‌, ଜାଡ଼େଜା

Published By : Prameya | January 23, 2025 8:14 AM

ମୁମ୍ବାଇ ୨୩/୦୧: ଆଜିଠୁ ରଣଜୀ ଟ୍ରଫିର ଦ୍ୱିତୀୟ ଭାଗ ଆରମ୍ଭ ହେବ । ଲିଗ୍‌ ପର୍ଯ୍ୟାୟର ପଞ୍ଚମ ରାଉଣ୍ଡ ଶେଷ ହେବା ପରେ ରଣଜୀ ଟ୍ରଫିକୁ ସ୍ଥଗିତ ରଖାଯାଇ ଦୁଇ ସୀମିତ ଓଭର ଘରୋଇ ଟୁର୍ଣ୍ଣାମେଣ୍ଟ ସୟଦ ମୁସ୍ତାକ ଅଲି ଟି-ଟ୍ୱେଣ୍ଟି ଓ ବିଜୟ ହଜାରେ ଟ୍ରଫି ଆୟୋଜନ କରାଯାଇଥିଲା । ଲିଗ୍‌ ପର୍ଯ୍ୟାୟର ୨ଟି ରାଉଣ୍ଡ ମୁକାବିଲା ଖେଳାଯିବା ସହ ନକ୍‌ ଆଉଟ୍‌ ଚୂଡ଼ାନ୍ତ  ହେବ । ପ୍ରଥମ ଭାଗ ତୁଳନାରେ ଦ୍ୱିତୀୟ ଭାଗ ବେଶ୍‌ ସଂଘର୍ଷପୂର୍ଣ୍ଣ ରହିବ ଓ ଦର୍ଶକଙ୍କୁ ଆକର୍ଷିତ କରିବ । ଏହା ପଛର ଅସଲ କାରଣ ହେଉଛି ଭାରତୀୟ ଟେଷ୍ଟ ଦଳର ଅଧିକାଂଶ ସଦସ୍ୟ ରଣଜୀ ଟ୍ରଫି ଜରିଆରେ ଘରୋଇ କ୍ରିକେଟ୍‌କୁ ଫେରିବେ । ରୋହିତ ଶର୍ମା, ଯଶସ୍ୱୀ  ଜୈସ୍ୱାଲ, ରିଷଭ ପନ୍ତ, ଶୁଭମନ ଗିଲ, ରବିନ୍ଦ୍ର ଜାଡେଜା ପ୍ରମୁଖ ଗ୍ରାଉଣ୍ଡକୁ ଓହ୍ଲାଉଛନ୍ତି । ବିରାଟ କୋହଲି ଅନ୍ତିମ ଲିଗ୍‌ ମ୍ୟାଚ୍‌ ଜରିଆରେ ରଣଜୀ  ଟ୍ରଫିକୁ ପ୍ରତ୍ୟାବର୍ତ୍ତନ କରିବେ ।  

ରୋହିତ ୧୦ବର୍ଷ ପରେ  ରଣଜୀ ଟ୍ରଫି ଖେଳିବାକୁ ଯାଉଛନ୍ତି । ଶେଷ ଥର ପାଇଁ ସେ ୨୦୧୫ରେ ଏହି ପ୍ରିମିୟର ଘରୋଇ ଟୁର୍ଣ୍ଣାମେଣ୍ଟ ଖେଳିଥିଲେ । ଡିଫେଣ୍ଡିଂ ଚାମ୍ପିଅନ୍‌  ମୁମ୍ବାଇ ଷଷ୍ଠ ରାଉଣ୍ଡ୍‌ରେ ଜମ୍ମୁ ଓ  କାଶ୍ମୀରକୁ ଭେଟିବ । ଗୁରୁବାରଠୁ ଷ୍ଟାର  ସ୍ପୋର୍ଟ୍ସରେ ଏହି ମ୍ୟାଚର ସିଧା ପ୍ରସାରଣ  ହେବ । ଅଜିଙ୍କ୍ୟ ରାହାଣେ ମୁମ୍ବାଇ  ଦଳର ନେତୃତ୍ୱ ନେବେ । ରୋହିତ  ଓ ଜୈସ୍ୱାଲ ଓପନ କରିବେ । ଶ୍ରେୟାସ  ଆୟର, ସର୍ଦୁଲ ଠାକୁର, ଶିବମ ଦୁବେ  ମଧ୍ୟ ଏହି ମ୍ୟାଚ୍‌ ଖେଳୁଛନ୍ତି । ମୁମ୍ବାଇ  ପକ୍ଷରୁ ଖେଳୁଥିବା ଟେଷ୍ଟ ଦଳର ସଦସ୍ୟ  ସର୍ଫରାଜ ଖାନ୍‌ ସମ୍ପ୍ରତି ଆହତ ଥିବାରୁ ଏହି ମ୍ୟାଚ୍‌ ଖେଳୁ ନାହାନ୍ତି । ତାଙ୍କ ସାନ  ଭାଇ ମୁସିର ଖାନ୍‌ ମଧ୍ୟ ଫିଟ୍‌ ନାହାନ୍ତି ।  ଗତ ବର୍ଷ ଏକ ସଡ଼କ ଦୁର୍ଘଟଣାରେ ମୁସିର ଆହତ ହୋଇଥିଲେ ।  

ପନ୍ତ, ଜାଡେଜା,  ପୂଜାରା ମୁଖ୍ୟ ଆକର୍ଷଣ ଗ୍ରୁପ୍‌ ଡି’ରେ ଦିଲ୍ଲୀ ଷଷ୍ଠ ରାଉଣ୍ଡ୍‌ରେ  ସୌରାଷ୍ଟ୍ରକୁ ଭେଟିବେ । ଏହି ମ୍ୟାଚ  ଜରିଆରେ ପନ୍ତ ଓ ଜାଡ଼ୋଜା ଗ୍ରାଉଣ୍ଡକୁ  ଓହ୍ଲାଇବେ । କିନ୍ତୁ ସମସ୍ତଙ୍କ ନଜର  ଚେତେଶ୍ୱର ପୂଜାରାଙ୍କ ଉପରେ  ରହିବ । ବେକରେ ଯନ୍ତ୍ରଣା ଯୋଗୁଁ  କୋହଲି ଏହି ମ୍ୟାଚ୍‌ ଖେଳୁ ନାହାନ୍ତି ।  ୩୦ତାରିଖରୁ ଆରମ୍ଭ ହବାକୁ ଥିବା  ରେଳବାଇ ବିପକ୍ଷ ମୁକାବିଲାରେ କୋହଲି ଖେଳିବେ ବୋଲି ଦିଲ୍ଲୀ  କ୍ରିକେଟ୍‌ ଆସୋସିଏସନ୍‌(ଡିଡିସିଏ)କୁ  ଜଣାଇ ସାରିଛନ୍ତି । କୋହଲି ଶେଷ ଥର  ୨୦୧୨ରେ ରଣଜୀ ଟ୍ରଫି ଖେଳିଥିଲେ ।  ସେହିପରି ୨୦୧୭ ପରେ ପନ୍ତ ପ୍ରଥମ  କରି ରଣଜୀ ଟ୍ରଫି ଖେଳିବାକୁ ଯାଉଛନ୍ତି ।  

ଖେଳିବେ ଗିଲ୍‌,  ପାଡ଼ିକଲ, ପ୍ରସିଦ୍ଧ

ଏଲିଟ୍‌ ଗ୍ରୁପ୍‌-ସି’ର ଅନ୍ୟ ଏକ ମ୍ୟାଚ୍‌ରେ କର୍ଣ୍ଣାଟକ ଓ ପଞ୍ଜାବ ପରସ୍ପରକୁ ଭେଟିବେ । ଏହି ମ୍ୟାଚ୍‌ ଜରିଆ ଶୁଭମନ ଗିଲ ଗ୍ରାଉଣ୍ଡକୁ ଓହ୍ଲାଇବେ । କର୍ଣ୍ଣାଟକ  ପକ୍ଷରୁ କେଏଲ ରାହୁଲ ଅନୁପସ୍ଥିତ  ରହିବେ । କିନ୍ତୁ ବର୍ଡର-ଗାଭାସ୍କର ଟ୍ରଫି  ଖେଳି ଫେରିଥିବା ଦେବଦତ୍ତ ପାଡ଼ିକଲ ଓ ପ୍ରସିଦ୍ଧ କ୍ରିଷ୍ଣା ଏହି ମ୍ୟାଚ୍‌ ଖେଳୁଛନ୍ତି ।  ରାହୁଲ ସମ୍ପ୍ରତି ଆହତ ଅଛନ୍ତି । ବର୍ଡର-ଗାଭାସ୍କର ଟ୍ରଫି ସମୟରେ ତାଙ୍କ କହୁଣୀରେ ଆଘାତ ଲାଗିଥିଲା ।  

ଖେଳିବେନି ଈଶ୍ୱରନ୍‌, ଆକାଶ ଦୀପ 

ଗ୍ରୁପ୍‌-ସିରେ ବେଙ୍ଗଲ୍‌ ଗୁରୁବାର ହରିଆନାକୁ ଭେଟିବ । ବେଙ୍ଗଲର ଦୁଇ  ଷ୍ଟାର ଖେଳାଳି ଅଭିମନ୍ୟୁ ଈଶ୍ୱରନ୍‌ ଓ  ଆକାଶ ଦୀପ ମଧ୍ୟ ଏହି ମ୍ୟାଚ୍‌ ଖେଳୁ  ନାହାନ୍ତି । ବର୍ଡର-ଗାଭାସ୍କର ଟ୍ରଫିର  ବକ୍ସିଂ ଡେ’ ଟେଷ୍ଟରେ ଆକାଶ ଦୀପ  ଆହତ ହୋଇଥିଲେ । ଈଶ୍ୱରନ ଭାରତ  ଫେରିବା ପରେ ଏକ କ୍ଲବ୍‌ ସ୍ତରୀୟ  ମ୍ୟାଚ୍‌ ଖେଳୁଥିବା ବେଳେ ଆହତ  ହୋଇଛନ୍ତି । ତାଙ୍କ ଡାହାଣ ହାତ ମଝି  ଆଙ୍ଗୁଳି ଭାଙ୍ଗି ଯାଇଛି । ଫିଟ୍‌ ହେବା ପାଇଁ ତାଙ୍କୁ ୩ସପ୍ତାହ ସମୟ ଲାଗିବ ।  

ସିରାଜଙ୍କୁ ବିଶ୍ରାମ

ଗ୍ରୁପ୍‌ରେ ହାଇଦ୍ରାବାଦ ଗୁରୁବାର ହିମାଚଳକୁ ଭେଟିବ । ସିରାଜ ଏହି  ମ୍ୟାଚ୍‌ ଖେଳୁ ନଥିଲେ ହେଁ ହାଇଦ୍ରାବାଦ  ଦଳ ସହ ଅଭ୍ୟାସ କରୁଛନ୍ତି । ସେ  ୩୦ତାରିଖରୁ ଆରମ୍ଭ ହେବାକୁ  ଯାଉଥିବା ବିଦର୍ଭ ବିପକ୍ଷ ମୁକାବିଲା  ଖେଳିବେ । ବର୍ଡର-ଗାଭାସ୍କର ଟ୍ରଫିରେ  ସେ ୫ଟି ଯାକ ଟେଷ୍ଟ ଖେଳଥିଲେ ।  ଫିଟ୍‌ ଥିଲେ ହେଁ ତାଙ୍କୁ ହିମାଚଳ  ବିପକ୍ଷ ମ୍ୟାଚ୍‌ରୁ ବିଶ୍ରାମ ଦିଆଯାଇଛ

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.