ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

ରାମେଶ୍ବରମ୍‌ କାଫେ ବିସ୍ଫୋରଣ ମାମଲା; ଏନ୍‌ଆଇଏକୁ ବଡ଼ ସଫଳତା, ପଶ୍ଚିମବଙ୍ଗରୁ ଗିରଫ ହେଲେ ଦୁଇ ଆତଙ୍କବାଦୀ

Image source: ABP live

ନୂଆଦିଲ୍ଲୀ,୧୨/୦୪: ଜାତୀୟ ତଦନ୍ତକାରୀ ଏଜେନ୍ସି ଏନ୍‌ଆଇଏ ଶୁକ୍ରବାର ଏପ୍ରିଲ ୧୨ ତାରିଖ ଦିନ ରମେଶ୍ୱରମ୍ କାଫେ ବିସ୍ଫୋରଣ ମାମଲାରେ ପଶ୍ଚିମବଙ୍ଗର କୋଲକାତାରୁ ଦୁଇଜଣ ପଳାତକ ଆତଙ୍କବାଦୀଙ୍କୁ ଗିରଫ କରିଛି। ମାର୍ଚ୍ଚ ୧ ରେ ବେଙ୍ଗାଲୁରୁର ଏକ କାଫେରେ ବିସ୍ଫୋରଣରେ ୯ ଜଣ ଆହତ ହୋଇଥିଲେ। ତେବେ ତମାମ ଆକ୍ରମଣରେ ସମ୍ପୃକ୍ତ ଆତଙ୍କବାଦୀମାନେ ହେଲେ ମୁସାଭିର ହୁସେନ୍ ଶାଜିବ ଏବଂ ଅବଦୁଲ ମଦିନ ତାହା।

ଜଣେ ଏନଆଇଏ ମୁଖପାତ୍ର କହିଛନ୍ତି, "ରମେଶ୍ୱରମ୍ କାଫେ ବିସ୍ଫୋରଣ ମାମଲାରେ ଫେରାର ଥିବା ଅଦବୁଲ ମାଥିନ ତାହା ଏବଂ ମୁସାଭିର ହୁସେନ୍ ଶାଜିବକୁ କୋଲକାତା ନିକଟରୁ ଚିହ୍ନଟ କରାଯାଇ ଏନଆଇଏ ଟିମ୍ ଗିରଫ କରିଛି। ଏପ୍ରିଲ ୧୨ ତାରିଖ ଦିନ ସକାଳେ ଏନଆଇଏ କୋଲକାତାରୁ ଫେରାର ଆତଙ୍କୀମାନଙ୍କୁ ଖୋଜି ବାହାର କରିବାରେ ସଫଳ ହୋଇଛି। ସେଠାରେ ସେମାନେ ମିଥ୍ୟା ପରିଚୟ ଦେଇ ଲୁଚି ରହିଥିଲେ। 

୧୦ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଥିଲା ଏନ୍‌ଆଇଏ: 

ଗତ ମାସରେ, ଏନଆଇଏ ୩୦ ବର୍ଷିୟ ତାହା ଏବଂ ଶାଜିବର ଫଟୋ ସହିତ ସେମାନଙ୍କ ସହ ଜଡ଼ିତ ସୂଚନା ସେୟାର କରିଥିଲା। ଏହି ଆତଙ୍କବାଦୀଙ୍କ ଉପରେ ୧୦ ଲକ୍ଷ ଟଙ୍କା ପୁରସ୍କାର ମଧ୍ୟ ଘୋଷଣା କରାଯାଇଥିଲା। ଏନ୍‌ଆଇଏ ମୁଖପାତ୍ର କହିଛନ୍ତି ଯେ "ଶାଜିବ କାଫେରେ ଆଇଡି ରଖିଥିବା ବେଳେ ତାହ୍‌ ବିସ୍ଫୋରଣ ଯୋଜନା ତଥା କାର୍ଯ୍ୟକାରୀ କରିବା ଏବଂ ପରବର୍ତ୍ତୀ ସମୟରେ ଆଇନର କବଳରୁ ରକ୍ଷା ପାଇବା ପାଇଁ ମାଷ୍ଟରମାଇଣ୍ଡ ଥିଲା। ଏନଆଇଏ ଏହି ଦୁଇ ଆତଙ୍କବାଦୀଙ୍କୁ ଧରିବା ପାଇଁ କେନ୍ଦ୍ରୀୟ ଗୁଇନ୍ଦା ଏଜେନ୍ସି ଏବଂ ପାଶ୍ଚାତ୍ୟ ଏଜେନ୍ସି ସହ ପଶ୍ଚିମବଙ୍ଗ, ତେଲେଙ୍ଗାନା, କର୍ଣ୍ଣାଟକ ଏବଂ କେରଳ ରାଜ୍ୟର ପୋଲିସ ଏଜେନ୍ସି ସହିତ ଯୋଗଯୋଗରେ ଥିଲା।

ଏନଆଇଏ କହିଛି ଯେ ୩୦୦ ରୁ ଅଧିକ କ୍ୟାମେରାରୁ ସିସିଟିଭି ଫୁଟେଜ ସ୍କାନ କରିବା ପରେ ଜଣାପଡ଼ିଥିଲା ଯେ ୨୦୨୦ ରେ ସୁରକ୍ଷା ଏଜେନ୍ସିର ରାଡାରକୁ ଆସିଥିବା ଦୁଇଜଣ ଆଇଏସ୍‌ଆଇଏସ୍‌ ଆତଙ୍କୀ ଶାଜିବ ଏବଂ ତାହା ଏହି ବିସ୍ଫୋରଣ କରିବାରେ ମୁଖ୍ୟ ଅଭିଯୁକ୍ତ ଅଟନ୍ତି। 

You can also read: ୨୦୨୪ ନିର୍ବାଚନରେ ଗୁଗଲ୍‌ ବିଜ୍ଞାପନ: ବିଜେପି ଖର୍ଚ୍ଚ କରିଛି ସର୍ବାଧିକ ୩୯ କୋଟି, କଂଗ୍ରେସ ୯ କୋଟି, ବିଜେଡିର ୨.୪ କୋଟି


 

 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.