ପ୍ରମୂଖ ଖବର
  • କାମାକ୍ଷାନଗର : ସ୍ତ୍ରୀ ସମ୍ମୁଖରେ ସ୍ୱାମୀକୁ ପଥରରେ ଛେଚି ହତ୍ୟା, ୩ ଅଭିଯୁକ୍ତ ଫେରାର
  • ||
  • ଗଞ୍ଜାମ ଏସପି ଭାବେ ଦାୟିତ୍ୱ ନେଲେ ଶୁଭେନ୍ଦୁ ପାତ୍ର, ଅପରାଧ ନିୟନ୍ତ୍ରଣ ଏବଂ ଅପରାଧୀ ଦମନ ରହିବ ଲକ୍ଷ
  • ||
  • ବଦଳିଲେ ଭଦ୍ରକ ଏସପି; କାର୍ଯ୍ୟଭାର ଗ୍ରହଣ କଲେ ସନ୍ଦୀପ ସମ୍ପଦ, ନୂତନ ଏସପିଙ୍କୁ ଜିଲ୍ଲା ପୋଲିସ କାର୍ଯ୍ୟାଳୟରେ ସ୍ୱାଗତ
  • ||
  • ଟ୍ୱିନ୍‌ସିଟି ଅତିରିକ୍ତ ପୋଲିସ କମିଶନର ଭାବେ ଦାୟିତ୍ୱ ଗ୍ରହଣ କଲେ ଉମାଶଙ୍କର ଦାସ
  • ||
  • ଭୋଗରାଇ : ଶିକ୍ଷକ ବଦଳି ପ୍ରତିବାଦରେ ବିଦ୍ୟାଳୟରେ ପଡିଲା ତାଲା, ରାସ୍ତାରେ ଧାରଣା ଦେଲେ ଛାତ୍ରଛାତ୍ରୀ ଓ ଅଭିଭାବକ
  • ||
  • ବାଲିଗୁଡା : ଦୁର୍ଗାପାଙ୍ଗାରେ ମହାମାରୀ ରୂପ ନେଉଛି ଝାଡାବାନ୍ତି; ୬ ମୃତ,୧୫ରୁ ଉର୍ଦ୍ଧ୍ୱ ଆକ୍ରାନ୍ତ
  • ||
  • ହିନ୍ଦୋଳ : ପୋଖରୀରେ ବୁଡି ମହିଳା ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଭୁବନ : ପାରିବାରିକ କଳହର କରୁଣ ପରିଣତି, ସ୍ତ୍ରୀକୁ ହତ୍ୟା କରି କୂଅରେ ପକାଇଲା ସ୍ୱାମୀ
  • ||
  • ସାଲେପୁର : ଅନଲାଇନ୍ ଗେମ୍ ଖେଳିବା ପଡ଼ିଲା ମହଙ୍ଗା, ଲକ୍ଷାଧିକ ଟଙ୍କା ହାରି ଜୀବନ ହାରିଲେ ଯୁବକ
  • ||
  • ନୟାଗଡ : ବନ୍ଧୁକ ଦେଖାଇ କେନ୍ଦୁପତ୍ର ଫଡି ଘରୁ ଲୁଟ୍‌, ଲକ୍ଷାଧିକ ଟଙ୍କାର କେନ୍ଦୁପତ୍ର ସହ ଟଙ୍କା ଏବଂ ମୋବାଇଲ୍ ଲୁଟି ନେଲେ ଦୁର୍ବୃତ୍ତ
  • ||
  • ଜଳେଶ୍ବର : ବନ୍ଧୁକ ମୁନରେ ଲକ୍ଷାଧିକ ଟଙ୍କାର ସୂନା ଗହଣା ଏବଂ ନଗଦ ଟଙ୍କା ଲୁଟ୍‌, ଜଣେ ଅଟକ
  • ||
  • ଶୁକ୍ରବାର ମୁଖ୍ୟମନ୍ତ୍ରୀ ନିବାସ ଖାଲି କରିବେ ଅରବିନ୍ଦ କେଜରିୱାଲ, ଆପ୍‌ ମୁଖ୍ୟାଳୟ ନିକଟରେ ଚୂଡ଼ାନ୍ତ ହୋଇଛି ଘର
  • ||
  • ଭରତପୁର ଥାନାରେ ହଙ୍ଗାମା ମାମଲା, ଆଜି ୫ ପୁଲିସ ଅଧିକାରୀଙ୍କ ପଲିଗ୍ରାଫ୍‌ ପରୀକ୍ଷା
  • ||
  • କାମାକ୍ଷାନଗର : ଶୌଚ ହେବାକୁ ଯାଇଥିବାବେଳେ ଧକ୍କା ଦେଲା ଟ୍ରେନ୍, କଟିଗଲା ଯୁବକଙ୍କ ବାମ ଗୋଡ଼
  • ||
  • ବାଲେଶ୍ୱର : ରାଇସ୍‌ ମିଲ୍‌ ମାଲିକଙ୍କ ଦବଙ୍ଗଗିରି, ଖବର ସଂଗ୍ରହ ବେଳେ ସାମ୍ୱାଦିକଙ୍କୁ ଆକ୍ରମଣ
  • ||
  • UAEରେ ବାଜିବ ମହିଳା ଟି-ଟ୍ୱେଣ୍ଟି ୨୦୨୪ ବିଶ୍ୱକପ୍ ବିଗୁଲ, ୧୦ ଦଳ, ୨୩ ମ୍ୟାଚ୍‌, ୨ ଭେନ୍ୟୁରେ ଖେଳାଯିବ
  • ||
  • ଦକ୍ଷିଣ ପୂର୍ବ ବାଂଲାଦେଶ ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣିବଳୟ ସୃଷ୍ଟ, ୪ରେ ସୁଦ୍ଧା ଲଘୁଚାପ: ଆଇଏମ୍‌ଡି ଡିଜି
  • ||

ବେଆଇନ ଚାଉଳ ରଖିବା ଅଭିଯୋଗରେ ରାଇସ ମିଲ୍‌ରେ ଚଢ଼ାଉ

ନୀଳଗିରି/ଖନ୍ତାପଡ଼ା,୨/୧୦ :  ଖନ୍ତାପଡ଼ା ଥାନା ନିକଟରେ ଥିବା ରମାଦେବୀ ରାଇସ ମିଲରେ ବେଆଇନ ଚାଉଳ ଥିବା ଅଭିଯୋଗ  ନେଇ ବୁଧବାର ସନ୍ଧ୍ୟାରେ ଚଢାଉ କରାଯାଇଛି । ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡଙ୍ଗୀ,ବାଲେଶ୍ୱର ଉପ ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜଶିଖରେ,ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ନିରଦ ରଞ୍ଜନ ଦାଶ,ଜିଲ୍ଲା ସହ ଯୋଗାଣ ଅଧିକାରୀ ହିମାଂଶୁ ଭୂଷଣ ସାହୁ ଅଚାନକ ଚଢ଼ାଉ କରିଛନ୍ତି ।  ଖନ୍ତାପଡ଼ା ପୋଲିସ ମଧ୍ୟ  ଉପସ୍ଥିତ ଅଛନ୍ତି। 

ସୂଚନାଯୋଗ୍ୟ  ସରକାରଙ୍କର ଗାଇଡ଼ ଲାଇନ ଅନୁଯାୟୀ ବିଭିନ୍ନ ଲ୍ୟାମ୍ପ ମାଧ୍ୟମରେ ମିଲର ଖରିଫ ଓ ରବିକୁ ମିଶାଇ ୨ଲକ୍ଷ ୧୦୨କ୍ୱିଣ୍ଟାଲ୫୫ କିଲୋଗ୍ରାମ କ୍ରୟ କରିଥିଲା। ଗତ କିଛିଦିନ ଧରି ଉକ୍ତ ମିଲରେ ବେଆଇନ ଚାଉଳ ଯୋଗା ଯାଉଥିବା ଓ ଗଛିତ ଥିବା ଧାନ ବସ୍ତା ଗୁଡିକ ହରିଲୁଟ ହୋଇଥିବାର ଅଭିଯୋଗ ହୋଇଥିଲା। ଏହାକୁ ନେଇ ଯାଞ୍ଚ କରାଯାଇଥିଲ। ସାଂସଦ ଶ୍ରୀଯୁକ୍ତ ଷଡ଼ଙ୍ଗୀ ଚାଉଳର ମାନ ନିରୀକ୍ଷଣ କରିବା ସହିତ ପ୍ରତେକ ସ୍ଥାନ ବୁଲି ପରିଦର୍ଶନ କରିଥିଲେ। ଯାଞ୍ଚ ସମୟରେ କୌଣସି ଗାଡି ବାହାରକୁ ନଯିବା ସହିତ ସମସ୍ତ କର୍ମଚାରୀ ସେଠାରେ ଉପସ୍ଥିତ ରହି ଯାଞ୍ଚ ପ୍ରକ୍ରିୟାରେ ସହଯୋଗ କରିବା ପାଇଁ ରାଇସ ମିଲର ମାଲିକ ଗୌତମ କୁମାର ପାତ୍ରଙ୍କୁ ନିର୍ଦେଶ ଦିଆଯାଇଥିଲା।  ଷ୍ଟକରେ ସନ୍ଦେହ ସୃଷ୍ଟି ହୋଇଥିବାରୁ ଯାଞ୍ଚ କରାଯାଇଥିବା ନେଇ ସାଂସଦ ଶ୍ରୀଯୁକ୍ତ ଷଡ଼ଙ୍ଗୀ  କହିଛନ୍ତି ।ଠିକ ସେହିପରି ରମାଦେବୀ ଫୁଡ୍ସ ପ୍ରଡକ୍ସନ ମାଲିକ ଗୌତମ ପାତ୍ର କହନ୍ତି ଏବେ ଯାଞ୍ଚ କାର୍ଯ୍ୟ ଚାଲିଛି ଷ୍ଟକ ସଠିକ ଅଛି। ତଦନ୍ତ ସରିଲେ ସବୁ ଜଣାପଡିବ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.