ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

ଆକ୍ସନମୁଡ୍‌ରେ ଖଣି ବିଭାଗ, କଳାପଥର ଖାଦାନରେ ଖୋଳତାଡ଼

ବ୍ୟାସନଗର/ଧର୍ମଶାଳା/ଗଡ଼ମଧୁପୁର, ୧୯/୭ : ଧର୍ମଶାଳା ତହସିଲ ଅଞ୍ଚଳରେ ଥିବା ଏକାଧିକ କଳାପଥର ଖାଦାନରେ ଲଘୁ ଖଣିଜ ବିଭାଗ ପକ୍ଷରୁ ଆଜି ଚଢ଼ଉ କରାଯାଇଛି। ଏକ ଟିମ୍‌ ବିଭିନ୍ନ କଳାପଥର ଖାଦାନରେ ପହଞ୍ଚି ଯାଞ୍ଚ୍ କରିବା ସହ ଆଗାମୀ ଦିନରେ ମାପଚୁପ କରି ଆବଶ୍ୟକ ପଦକ୍ଷେପ ନେବେ ବୋଲି ସୂଚନା ଦେଇଛନ୍ତି। ଚଢ଼ଉ ସମୟରେ ନିକଟସ୍ଥ ଗ୍ରାମବାସୀ ଉପସ୍ଥିତ ରହି ସେମାନଙ୍କ ସମସ୍ୟା ସମ୍ପର୍କରେ ଅଧିକାରୀଙ୍କୁ ଅବଗତ କରାଇଥିଲେ । 

ରାଜ୍ୟ ଖଣି ବିଭାଗର ନିର୍ଦ୍ଦେଶକଙ୍କ ନିର୍ଦ୍ଦେଶ କ୍ରମେ ଯୁଗ୍ମ ନିର୍ଦ୍ଦେଶକ ଏନ୍‌.ଏନ୍‌ ସିଂଦେଓଙ୍କ ନେତୃତ୍ୱରେ ରାଜ୍ୟ ଖଣି ବିଭାଗର ଉପ ନିର୍ଦ୍ଦେଶକ ଟି.ବି ମୁଣ୍ଡା ବୁଧବାର ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣଙ୍କୁ ଭେଟି ଚଢ଼ଉରେ ସହଯୋଗ ପାଇଁ ଅନୁରୋଧ କରିଥିଲେ ।  ଜିଲ୍ଲାପାଳ, ରାଜ୍ୟ ଖଣି ବିଭାଗର ଯୁଗ୍ମ ନିର୍ଦ୍ଦେଶକ, ଉପ ନିର୍ଦ୍ଦେଶକଙ୍କ ସମେତ ଜିଲ୍ଲା ଲଘୁ ଖଣିଜ ବିଭାଗର ଉପନିର୍ଦ୍ଦେଶକ ଜୟ ପ୍ରକାଶ ନାୟକ, ମାଇନିଂ ଅଧିକାରୀ ଝସକେତନ ସେଠୀଙ୍କ ସହ ଧର୍ମଶାଳା ତହସିଲର ଅଧିକାରୀ ଓ ଜେନାପୁର ପୁଲିସ ଲୁଣିବର, ଚଢ଼େଇଧରା, ଡଙ୍କାରୀ, ରାହାଡ଼ପୁର ଆଦି ଅଞ୍ଚଳରେ ଥିବା କଳାପଥର ଖାଦାନରେ ପହଞ୍ଚି ଅନୁଧ୍ୟାନ କରିଥିଲେ । ଅଧିକାରୀମାନେ ଲିଜ୍‌ ସୀମା, କ୍ରସର୍‌ଗୁଡ଼ିକର ବୈଧତା, ଖାଦାନ ଚତୁଃପାର୍ଶ୍ୱରେ ତାରଜାଲି ବୁଲାଇବା, ଖଣି ବିଭାଗ ନିୟମାନୁସାରେ ଭୂମିରୁ ୬ ମିଟର ପର୍ଯ୍ୟନ୍ତ ପଥର ଉତ୍ତୋଳନ ଆଦି ଉପରେ ବିସ୍ତୃତ ଭାବେ ଯାଞ୍ଚ କରିଥିଲେ । ଆଗାମୀ ଦିନରେ ଏଗୁଡ଼ିକ ମାପଚୁପ କରାଯିବ ବୋଲି ସୂଚନା ଦେଇଥିଲେ । ଯଦି କୌଣସି ସ୍ଥାନରେ ଦୁର୍ନୀତି ହୋଇଥିବ ଲିଜ୍‌ଧାରୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଖଣି ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ସିଂଦେଓ ସୂଚନା ଦେଇଛନ୍ତି । 

ସେରାୱାଲି କ୍ରସର ମାଲିକ ୬ଶହ ଘନ ମିଟର କଳା ପଥର ଉତ୍ତୋଳନର ଟ୍ରାନଜିଟ୍‌ ପାସ୍‌ ଦେଖାଇ ନପାରିବାରୁ ଜେସିବି ମେସିନ୍‌ ଜବତ କରାଯାଇ ପୁଲିସକୁ ହସ୍ତାନ୍ତର କରାଯାଇଥିଲା । ଡଙ୍କାରୀ ପାହାଡ଼ରେ ୨ଟି ମେସିନକୁ ଖଣି ଅଧିକାରୀମାନେ ଜବତ କରିଥିଲେ । ଡଙ୍କାରୀ, ବାରମାଣ, ବରଡ଼ାରେ କେତେ ପରିମାଣରେ କଳାପଥର ଉତ୍ତୋଳନ କରାଯାଇଛି । ତାହା ସାଇଣ୍ଟିଫିକ୍‌ ଟିମ୍‌ ଦ୍ୱାରା ତଦନ୍ତ କରାଯିବ ବୋଲି ସୂଚନା ଦିଆଯାଇଥିଲା । ଚଢ଼ଉ ବେଳେ ବିଧାୟକ ହିମାଂଶୁ ସାହୁ ଉପସ୍ଥିତ ରହି ଖଣି ଅଧିକାରୀଙ୍କ ସହିତ ଆଲୋଚନା କରିବା ସହିତ ଆବଶ୍ୟକତା ଠାରୁ ଅଧିକ ଉତ୍ତୋଳନ କରିଥିବା ଖାଦାନ ଲିଜ୍‌ଧାରୀଙ୍କ ବିରୋଧରେ ଫୌଜଦାରୀ ମାମଲା ରୁଜୁ କରିବାକୁ ଦାବି କରିଥିଲେ । ସେହିପରି ବାଜବାଟୀ ଠାରେ ୧, ୩, ୪, ୫ କ୍ୱାରୀରେ ବେଆଇନ୍‌ ଭାବେ ଅହରହ ଲୁଟ୍‌ ହେଉଥିବା ନଜରକୁ ଆସିଛି । ଅଗାମୀ ଦିନରେ ଚଢ଼ଉ ହେବ ବୋଲି ଖଣି ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା । ଅଧିକାରୀମାନଙ୍କୁ ରାହାଡ଼ପୁର ଗ୍ରାମବାସୀ ଭେଟିଥିଲେ । ସେମାନଙ୍କ ଅଭିଯୋଗ ମୁତାବକ, ଏଠାରେ ଦୀର୍ଘ ୨୦ ବର୍ଷ ହେଲା ବେଆଇନ୍‌ କାରବାର ଚାଲିଥିବା ବେଳେ ବିଭିନ୍ନ ଖାଦାନରେ ୪୦ରୁ ୫୦ ଫୁଟ୍‌ର ଗର୍ତ୍ତ ସୃଷ୍ଟି ହୋଇଛି । 

ଅନେକ ସମୟରେ ଗର୍ତ୍ତରେ ଜୀବଜନ୍ତୁ ପଡ଼ି ଜୀବନ ହରାଉଛନ୍ତି । ହାଇୱାରେ କଳାପଥର ବୋଝେଇ ହୋଇ ଚାଲାଣ ହେଉଥିବାରୁ ଗାଁ ରାସ୍ତା ନଷ୍ଟ ହୋଇଯାଉଛି । ବେଆଇନ୍‌ ବ୍ଲାଷ୍ଟିଂ ଦ୍ୱାରା ଆଖପାଖ ଅଞ୍ଚଳର ଅନେକ ଘର କାନ୍ଥରେ ଫାଟ ସୃଷ୍ଟି ହେବା ସହ ବ୍ଲାଷ୍ଟିଂ ଶବ୍ଦରେ ସ୍ଥାନୀୟ ଲୋକମାନେ ଘରେ ରହିବାକୁ ନିରାପଦ ମଣୁ ନାହାନ୍ତି ବୋଲି ରାହାଡ଼ପୁର ଗ୍ରାମବାସୀ ଜଣାଇଥିଲେ । ଗ୍ରାମବାସୀଙ୍କ ଅଭିଯୋଗ ଶୁଣିବା ପରେ ଆଗାମୀ ଦିନରେ ଏହାର ତଦନ୍ତ କରାଯିବ ବୋଲି ଅଧିକାରୀମାନେ ପ୍ରକାଶ କରିଥିଲେ । ସୃଷ୍ଟି ହୋଇଥିବା ବଡ଼ ଗର୍ତ୍ତ ଚାରିପଟେ ତାରବାଡ଼ ବୁଲାଇ ଗାଈଗୋରୁ ଓ ମଣିଷଙ୍କୁ ସୁରକ୍ଷା ଦେବା ସହିତ ଆବଶ୍ୟକ ସ୍ଥଳରେ ଖାଲଗୁଡ଼ିକ ପୋତି ସବୁଜବନାନୀ କରିବାକୁ ବିଧାୟକ ଶ୍ରୀ ସାହୁ ପ୍ରତିଶ୍ରୁତି ଦେଇଥିଲେ ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.