ପ୍ରମୂଖ ଖବର
  • ଭୁବନେଶ୍ୱରରେ ନୂଆ ରାଜ୍ୟପାଳ ଡ. ହରିବାବୁ କମ୍ଭମପତି, ଏୟାରପୋର୍ଟରେ ଦିଆଗଲା ଗାର୍ଡ ଅଫ୍ ଅନର୍‌
  • ||
  • ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ବଢିଲା ସ୍ୱାଧୀନତା ସଂଗ୍ରାମୀଙ୍କ ଭତ୍ତା
  • ||
  • ରାଜଧାନୀରେ ନକଲି ସିମେଣ୍ଟ୍ ଫ୍ୟାକ୍ଟ୍ରି ଠାବ, ପାଉଁଶ ମିଶାଇ ଲୋକଙ୍କୁ କରୁଥିଲେ ବିକ୍ରି
  • ||
  • କରଞ୍ଜିଆ : ସ୍କୁଟିକୁ ଧକ୍କା ଦେଲା ଲୁହା ପଥର ବୋଝେଇ ଟ୍ରକ୍, ମାଆ ଆଗରେ ଚାଲିଗଲା ପୁଅର ଜୀବନ
  • ||
  • ଆନନ୍ଦପୁର : ଜଙ୍ଗଲରୁ ୨ ଶିକାରୀ ଗିରଫ, ମାରଣାସ୍ତ୍ର ସହ ଫାସ ଜବତ
  • ||
  • ବୋରିଗୁୁମ୍ମା : ନୂଆବର୍ଷରେ ଭୋଜି କରି ଯୁବକଙ୍କୁ ନିର୍ମମ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • ବୌଦ୍ଧ : ୨୧୬ ଲିଟର ବିଦେଶୀ ମଦ ଜବତ, ଜଣେ ଗିରଫ
  • ||
  • ଅପରାହ୍ନରେ ଝାରସୁଗୁଡ଼ା ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ‘ଦୁଲ୍‌ଦୁଲି' କାର୍ଯ୍ୟକ୍ରମରେ ଦେବେ ଯୋଗ
  • ||
  • କଳାହାଣ୍ଡି : ଟ୍ୟାଙ୍କର ଧକ୍କାରେ ଯୁବକଙ୍କ ମୃତ୍ୟୁ ଘଟଣା, କ୍ଷତି ପୂରଣ ଦାବିରେ ଶବ ରଖି ରାସ୍ତା ଅବରୋଧ
  • ||
  • ଜଗା ଦର୍ଶନ ପାଇଁ ପୁରୀରେ ପ୍ରବଳ ଭିଡ଼, ବଡ଼ଦାଣ୍ଡରେ ଲାଗିଛି ଲମ୍ବା ଲାଇନ୍
  • ||
  • ସମ୍ୱଲପୁରରେ ଜବରଦଖଲ ଉଚ୍ଛେଦ, ୧୬୩ ଧାରା ଲାଗୁ
  • ||
  • ଘଟଗାଁରେ ଉଦ୍‌ଘାଟନ ହେବ ଅଟେଇ ଜଙ୍ଗଲ ସଫାରୀ, ବନ୍ୟଜନ୍ତୁ ଦେଖିବାର ମଜା ନେବେ ପର୍ଯ୍ୟଟକ
  • ||
  • ଆଜି ଓଡ଼ିଶାରେ ପହଞ୍ଚିବେ ନୂଆ ରାଜ୍ୟପାଳ, ପୁରୀ ଯାଇ ଶ୍ରୀଜିଉଙ୍କୁ କରିବେ ଦର୍ଶନ
  • ||
  • ସାଲେପୁର : ବାଇକ୍‌କୁ ପଛପଟୁ ଧକ୍କା ଦେଲା ବାଇକ୍: ଜଣେ ସଙ୍କଟାପନ୍ନ, ଦୁଇ ଗୁରୁତର
  • ||
  • ସୋର : ଇଶାନ ଗାଁରେ ଅଗ୍ନିକାଣ୍ଡ: ଜଳିଗଲା ୪ ବଖରା ଘର, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ
  • ||
  • ଜାନୁଆରୀରେ ଶୀତ କମ୍‌, ମାର୍ଚ୍ଚ ଯାଏଁ ଅଧିକ ବର୍ଷା, ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ
  • ||

ଆଜରବୈଜାନ ବିମାନ ଦୁର୍ଘଟଣା ପାଇଁ କ୍ଷମା ମାଗିଲେ ପୁଟିନ

Published By : Anindita | December 29, 2024 11:54 AM

ନୂଆଦିଲ୍ଲୀ,୨୯/୧୨: ରୁଷ ବାୟୁସୀମାରେ ଗତ ବୁଧବାର ଆଜରବୈଜାନ ଏୟାର ଲାଇନ୍ସର ଏକ ବିମାନ (ଫ୍ଲାଇଟ ଜେ ୨-୮୨୪୩) ଦୁର୍ଘଟଣାକୁ ନେଇ  ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ତାଙ୍କ ଆଜରବୈଜାନ ପ୍ରତିପକ୍ଷ ଇଲହମ ଆଲିୟେଭଙ୍କୁ କ୍ଷମା ମାଗିଛନ୍ତି । ସେ ଦର୍ଶାଇଛନ୍ତି ଯେ ବିମାନ ଦୁର୍ଘଟଣାରେ ରୁଷର କୌଣସି ଭୂମିକା ନାହିଁ । ଗ୍ରୋଜନି, ମୋଜଡୋକ ଓ ଭ୍ଲାଡିକାଭକାଜ ଅଞ୍ଚଳରେ ସେହି ସମୟରେ ୟୁକ୍ରେନ ଡ୍ରୋନ ଆକ୍ରମଣ କରୁଥିଲା । ଆକ୍ରମଣରୁ ସୁରକ୍ଷା ଲାଗି ରୁଷ ତାର ଏୟାର ଡିଫେନ୍ସକୁ ନିୟୋଜିତ କରିଥିଲା । ଏହି ଆକ୍ରମଣ ଓ ପ୍ରତିଆକ୍ରମଣ ଭିତରକୁ ବିମାନଟି ପଶି ଆସିଥିଲା । ଫଳରେ ତାହା ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ରୁଷ ବାୟୁସୀମାରେ ଦୁର୍ଘଟଣା ଘଟିଥିବାରୁ ପୁଟିନ କ୍ଷମା ପ୍ରାର୍ଥନା କରିଛନ୍ତି । ଏହି ଦୁର୍ଘଟଣାରେ ୩୮ ଜଣଙ୍କ ମୃତ୍ୟୁ ହୋଇଥିଲା ବେଳେ ୨୯ ଜଣ ବର୍ତ୍ତି ଯାଇଥିଲେ । ଦୁର୍ଘଟଣା ପାଇଁ ଆଜରବୈଜାନ ରୁଷକୁ ଦାୟୀ କରିଥିଲା । କହିଥିଲା ରୁଷର ମିଶାଇଲ ମାଡ଼ ଯୋଗୁ ବିମାନ ଧ୍ୱଂସ ପାଇଛି । ଏପରିକି ଆଜରବୈଜାନ ରାଷ୍ଟ୍ରପତି ତାଙ୍କ ରୁଷ ଗସ୍ତକୁ ବାତିଲ କରିଥିଲେ ।

ଆଜରବୈଜାନର ବିମାନ J2-8243 ଆଜରବୈଜାନର ରାଜଧାନୀ ବାକୁରୁ ରୁଷର ଗ୍ରୋଜନି ଆଡକୁ ଉଡାଣ ଭରିଥିଲା। ତେବେ ପାଗ ଅନୁକୂଳ ନଥିବାରୁ କାଜାଖସ୍ତାନର ଅକତାଉ ସହର ଆଡ଼କୁ ବୁଲି ଲ୍ୟାଣ୍ଡିଂ କରିବା ସମୟରେ ପ୍ଲେନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ଦୁର୍ଘଟଣାରେ ବିମାନରେ ଥିବା ୩୮ ଜଣ ପ୍ରାଣ ହରାଇଥିବାବେଳେ ୨୯ ଜଣ ବଞ୍ଚିଯାଇଥିଲେ।  ତେବେ ଶନିବାର ରୁଷର କ୍ରେମଲିନ ପକ୍ଷରୁ ଏକ ଆଧିକାରୀକ ବିବୃତି ଜାରି କରି କୁହାଯାଇଛି ଯେ, ୟୁକ୍ରେନ ବୁଧବାର କରିଥିବା ଡ୍ରୋନ ଆକ୍ରମଣର ଜବାବ ଦେଉଥିଲା ରୁଷ ସେନା। ଏହି ସମୟରେ ଭୁଲ ବଶତଃ ଆଜରବୈଜାନର ଏହି ବିମାନଟି ଟାର୍ଗେଟକୁ ଆସିଯାଇଥିଲା। ଏଥିପାଇଁ ଆଜି ରାଷ୍ଟ୍ରପତି ପୁଟିନ ଆଜରବୈଜାନ ରାଷ୍ଟ୍ରପତିଙ୍କୁ କ୍ଷମା ମାଗିଛନ୍ତି।

  • prameyanews
  • PrameyaOdia
  • prameya
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.