ନୂଆଦିଲ୍ଲୀ,୦୧/୦୧:ବିଦାୟ ନେଲା ୨୦୨୪ । ଅନେକ ଆଶା, ଉତ୍ସାହ ସହ ଆରମ୍ଭ ହୋଇଛି ୨୦୨୫ । ଆନନ୍ଦ ଉଲ୍ଲାସର ସହ ସାରା ବିଶ୍ୱବାସୀ ପାଳନ କରୁଛନ୍ତି । ଏହାରି ମଧ୍ୟରେ ଭାରତୀୟ ବଂଶୋଦ୍ଭବ ତଥା ନାସା ମହାକାଶଚାରୀ ସୁନୀତା ୱିଲିୟମ୍ସ ଓ ସହଯୋଗୀ ବଚ୍ ୱିଲମୋର ଏକ ନିଆରା ଢଙ୍ଗରେ ନବବର୍ଷ ୨୦୨୫କୁ ସ୍ବାଗତ କରିଛନ୍ତି । ଉଭୟ ମହାକାଶଚାରୀ ମହାକାଶରେ ସ୍ଥାପିତ ଅନ୍ତର୍ଜାତୀୟ ସ୍ପେଶ ଷ୍ଟେସନରେ ରହିଥିବା ବେଳେ ସେମାନେ ୧୬ଟି ସୂର୍ଯ୍ୟୋଦୟ ଏବଂ ସୂର୍ଯ୍ୟାସ୍ତ ଦେଖିଛନ୍ତି। ମହାକାଶରେ ୭୨ କ୍ରୁ ମେମ୍ବର ଏହି ନିଆରା ଅନୁଭବକୁ ଉପଭୋଗ କରିବା ନେଇ ISSର ଅଫିସିଆଲ ଏକ୍ସ ସାଇଟ୍ରେ ମଧ୍ୟ ସୂଚନା ଦିଆଯାଇଛି ।
ତେବେ ସୁନିତା ୱିଲିୟମ୍ସ ଜୁନ୍ ୨୦୨୪ରୁ ବୋଇଙ୍ଗର ଷ୍ଟାରଲିନର୍ ମହାକାଶଯାନରେ ଅଛନ୍ତି । ତାଙ୍କୁ ଏହି ମିଶନର ଆଇଏସ୍ଏସ୍ କମାଣ୍ଡର ଭାବରେ ନିଯୁକ୍ତ କରାଯାଇଥିଲା । ଏହି ମିଶନ୍ ୮ ଦିନ ପାଇଁ ଥିଲା। ବୈଷୟିକ ଚ୍ୟାଲେଞ୍ଜଗୁଡିକ ଦଳ ସାମ୍ନା କରିଛି । ସେମାନେ ବର୍ତ୍ତମାନ ମାର୍ଚ୍ଚ ୨୦୨୫ ପର୍ଯ୍ୟନ୍ତ ମହାକାଶରେ ରହିବେ ବୋଲି ଆଶା କରାଯାଉଛି । ଏପରି ପରିସ୍ଥିତିରେ, ୱିଲିୟମ୍ସ ଏବଂ ତାଙ୍କ ଦଳ ଏକ ବିରଳ ନୂତନ ବର୍ଷର ଅନୁଭବ କରିବେ କାରଣ ISS ପ୍ରାୟ ୯୦ ମିନିଟରେ ଗ୍ରହକୁ ପରିକ୍ରମା କରେ ।