ପ୍ରମୂଖ ଖବର
  • ଶେଷ ପର୍ଯ୍ୟାୟରେ ରତ୍ନଭଣ୍ଡାର ମରାମତି କାର୍ଯ୍ୟ, ଅନୁଧ୍ୟାନ କଲେ ତଦାରଖ କମିଟି ଅଧ୍ୟକ୍ଷ
  • ||
  • ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ନୂଆ ରାସନ କାର୍ଡ, ଖାଦ୍ୟ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ସୂଚନା
  • ||
  • ଭୁବନେଶ୍ୱରରେ କାଳବୈଶାଖୀର ତାଣ୍ଡବ: ଭାଙ୍ଗିଲା ଗଛ, ଦିନ ହେଲା ରାତି
  • ||
  • ଭଦ୍ରକ : ଡିଜେ ଗାଡ଼ିରେ କରେଣ୍ଟ ଲାଗି ଜୀବନ ହାରିଥିଲେ ୨ ଜଣ, ଦୁଇ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ
  • ||
  • ତେଲେଙ୍ଗାନାରେ ଚାଞ୍ଚଲ୍ୟ; ପାରିବାରିକ କଳହର କରୁଣ ପରିଣତି, ଦୁଇ ପିଲାଙ୍କ ଗଳା କାଟି ମା'ର ଆତ୍ମହତ୍ୟା
  • ||
  • ଗୁଡ୍‌ ଫ୍ରାଇଡେ : ଖ୍ରୀଷ୍ଟ ଧର୍ମାବଲମ୍ବୀ ପାଇଁ ପବିତ୍ର ଦିନ, ଚର୍ଚ୍ଚରେ ସାମୂହିକ ପ୍ରାର୍ଥନା କରି ଯୀଶୁଙ୍କୁ ସ୍ମରଣ
  • ||
  • ନୂଆ ଗ୍ରହରେ ଜୀବସତ୍ତାର ମିଳିଛି ପ୍ରମାଣ, ‘କେ୨-୧୮ବି’ରେ ଜୀବନ ସହ ସଂଶ୍ଳିଷ୍ଟ ଅଣୁ ଚିହ୍ନଟ
  • ||
  • ଉତ୍ତର ଚିଲିରେ ଭୂକମ୍ପ ଝଟକା, ରିକ୍ଟର ସ୍କେଲରେ ତୀବ୍ରତା ୫.୭ ରେକର୍ଡ଼
  • ||
  • IPL 2025: ଆଜି ରୟାଲ୍‌ ଚ୍ୟାଲେଞ୍ଜର୍ସକୁ ଭେଟିବ ପଞ୍ଜାବ କିଙ୍ଗ୍‌ସ, କୋହଲି- ଆୟରଙ୍କ ଉପରେ ନଜର
  • ||
  • ଫ୍ଲୋରିଡା ୟୁନିଭର୍ସିଟିରେ ଯୁବକଙ୍କ ଗୁଳିମାଡ଼, ୨ ଜଣଙ୍କ ମୃତ୍ୟୁ ଘଟିଥିବେ ବେଳେ ୫ ଗୁରୁତର ଆହତ
  • ||
  • ରାଜ୍ୟରେ ୨୦ରୁ ବଢ଼ିବ ତାତି, ୨୩ ତାରିଖ ପରେ ଉପକୂଳ ଓଡ଼ିଶାରେ ୪୫ ଡିଗ୍ରୀ ଛୁଇଁପାରେ ପାରଦ
  • ||

ଶ୍ରୀକ୍ଷେତ୍ର ସାହିଯାତ: ଆଜି କୁଣ୍ଢେଇବେଣ୍ଟ ସାହିରୁ ମାୟା ରାବଣ ଓ ସୀତାଚୋରି ପ୍ରସ୍ତାବ

Published By : Prameya | April 11, 2025 2:03 PM

ପୁରୀ,୧୧/୦୪: ଶ୍ରୀକ୍ଷେତ୍ର ସାହିଯାତ ପରମ୍ପରାରେ ଆଜି ରାମଳୀଳାରେ ଅନୁଷ୍ଠିତ ହେବ ମାୟା ରାବଣ ଓ ସୀତାଚୋରି ପ୍ରସ୍ତାବ । କୁଣ୍ଢେଇବେଣ୍ଟ ସାହି ପକ୍ଷରୁ ମହାପ୍ରଭୁଙ୍କ ଶ୍ରୀରାମଲୀଳା ନୀତି  ସମ୍ପନ୍ନ ହେବ । ଏଥିସହ କୁଣ୍ଢେଇବେଣ୍ଟ ସାହିର ମେଳ ବନ୍ଧୁସାହି ଦୋଳମଣ୍ଡପ ସାହି  ଭ୍ରମଣ କରିବ । ଜଗନ୍ନାଥବଲ୍ଲଭରେ ପାଳନ ହେବ ଠାକୁରଙ୍କ ନୀତି ।  

ତ୍ରେତୟା ଯୁଗର କଥାବସ୍ତୁ ଶ୍ରୀମନ୍ଦିର ପରମ୍ପରାରେ ମଧ୍ୟ ପାଳନ ହୋଇଥାଏ । ପିତୃସତ୍ୟ ପାଳନ କରି ୧୪ ବର୍ଷ ବନବାସରେ ଥିଲେ ଶ୍ରୀରାମ ଚନ୍ଦ୍ର । ଜଙ୍ଗଲରେ  ନାନା ବାଧାବିଘ୍ନର ସମ୍ମୁଖୀନ ହୋଇଥିଲେ ଶ୍ରୀରାମ, ସୀତାଦେବୀ ଓ ଲକ୍ଷ୍ମଣ । ଲଙ୍କାର  ରାଜା ରାବଣ ମାରିଚକୁ ସୁନାହରିଣ(ମାୟାମୃଗ) ରୂପରେ ପଠାଇଥିଲା । ସୀତାଦେବୀ  ସୁନାହରିଣକୁ ଧରିଆଣିବାକୁ ଶ୍ରୀରାମଙ୍କ ନିକଟରେ ଅଳି କରିଥିଲେ । ଏହା ରାକ୍ଷସର  ମାୟା ଜାଣି ପାରି ସୀତାଦେବୀଙ୍କୁ ବୁଝାଇଥିଲେ ରାମଚନ୍ଦ୍ର । ତଥାପି ସୀତାଦେବୀ ବାଧ୍ୟ  କରିବାରେ ସୁନାହରିଣ ପଛରେ ଯାଇଥିଲେ ଶ୍ରୀରାମ । ସୀତାଦେବୀଙ୍କ ସୁରକ୍ଷା ଦାୟିତ୍ୱ  ଲକ୍ଷ୍ମଣଙ୍କ ଉପରେ ନ୍ୟସ୍ତ ଥିଲା । କୁଟୀର ଚତୁଃପାଶ୍ୱର୍ରେ ଲକ୍ଷ୍ମଣ ରେଖା ଟାଣି ଥିଲେ ।  ପରେ ଶ୍ରୀରାମ ବିପଦରେ ପଡ଼ିଥିବା ଜାଣି ସୀତାଦେବୀ ପୁଣି ବାଧ୍ୟ କରି ଲକ୍ଷ୍ମଣଙ୍କୁ  ପଠାଇଥିଲେ । ଏହାର ସୁଯୋଗ ନେଇ ଲଙ୍କା ନରେଶ ରାବଣ ମାୟାରେ ଋଷି ବେଶ  ଧାରଣ କରି ସୀତାଦେବୀଙ୍କୁ ଚୋରି କରି ନେଇଥିଲେ । ଏଣୁ କୁଣ୍ଢେଇବେଣ୍ଟ ସାହି  ଆଖଡ଼ା ପକ୍ଷରୁ ମାୟା ରାବଣ ବାହାରିଥାଏ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.