ପ୍ରମୂଖ ଖବର
  • ବାଲିପାଟଣା : ମନ୍ଦିରରୁ ଚୋରି କରିବା ବେଳ ଧରାପଡିଲା ଚୋର, ଜଣେ ଅଟକ
  • ||
  • ଭୁବନେଶ୍ୱର : ମାଟି ବୋଝେଇ ହାଇୱା ସହ କାର୍ ମୁହାଁମୁହିଁ ଧକ୍କା; କାର୍ ଡ୍ରାଇଭର ଗୁରୁତର, ହାଇୱା ଡ୍ରାଇଭର ଆହତ
  • ||
  • ହରିଆଣା ବିଧାନସଭା ନିର୍ବାଚନ: ୯୦ ଆସନରେ ଭୋଟିଂ ଆରମ୍ଭ, ୧,୦୩୧ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ମତଦାତା
  • ||

ଦିନକ ପରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା, ଠାକୁରଙ୍କ ଆଜ୍ଞାମାଳ ବିଜେକୁ ଅପେକ୍ଷାରେ ତିନିରଥ

ପୁରୀ,୦୬/୦୭: ଦିନକ ପରେ ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ବଡ଼ଦାଣ୍ଡରେ ପ୍ରସ୍ତୁତ ହେଲାଣି ରଥତ୍ରୟ । ଠାକୁରଙ୍କ ଆଜ୍ଞାମାଳ ବିଜେକୁ ଅପେକ୍ଷା କରିଛନ୍ତି ନିର୍ମାଣକାରୀ । ଶନିବାର ତିନି ରଥରେ ପ୍ରଭା ସ୍ଥାପନ ହେବ । ଠାକୁରଙ୍କ ସିଂହାସନର ଏକ ଅଂଶ ହେଉଛି ପ୍ରଭା । ଠାକୁରେ ପ୍ରଭାକୁ ଆଉଜି ଅବସ୍ଥାନ କରିଥାନ୍ତି । ତିନି ରଥରେ କନାମଣ୍ଡଣି କାର୍ଯ୍ୟ ଶେଷ ହୋଇ ଅଳଙ୍କରଣ ସରିଲେ ରଥ  କାର୍ଯ୍ୟ ସରିବ । ଶନିବାର ସକାଳ ୮ଟା୪୫ମିନିଟ୍‌ରେ  ଠାକୁରଙ୍କ ଆଜ୍ଞାମାଳ ରଥଖଳାକୁ ବିଜେ ହେବ  ବୋଲି ପ୍ରଶାସନିକ ନୀତି ନିର୍ଘଣ୍ଟ ଧାର୍ଯ୍ୟ ହୋଇଛି । 

ଶୁକ୍ରବାର ତିନି ରଥରେ ଠେକରା ବାଡ଼ ବୁଲିଛି । ତାଳଧ୍ୱଜ ରଥରେ ସବୁଜ ରଙ୍ଗର,  ନନ୍ଦିଘୋଷ ରଥରେ ହଳଦିଆ ଓ ଦର୍ପଦଳନ  ରଥରେ କମଳା ରଙ୍ଗର ଠେକରା ବାଡ଼ ଲାଗିଛି । ଗୁରୁବାର ପ୍ରଭା କାର୍ଯ୍ୟ ମଧ୍ୟ ଶେଷ କରିଛନ୍ତି ଚିତ୍ରକାର । ଶନିବାର ପ୍ରଭା ସ୍ଥାପନ ହେଲେ ରଥରେ ଠାକୁରଙ୍କ  ଅବସ୍ଥାନ ପାଇଁ ବେଦି ସିଂହାସନ କାର୍ଯ୍ୟ ଶେଷ  ହେବ । ଧମକ ଉପରେ ଜଗତପୃଷ୍ଠଶେଣୀ  ରଖାଯାଇ ତା’ଉପରେ ପଟା ପଡି ସିଂହାସନ ପରିଛା  ପଡିଥିଲା । ଭୋଇ ସେବକମାନେ ପ୍ରଭା ରଖିବେ । ପରେ ପ୍ରଭା କଣ୍ଟା ପଡ଼ିବ । ଶେଷରେ ପଟା ପଡି ଚକା ରଖାଯିବ ।ରଥଯାତ୍ରା ଅବସରରେ  ଚକାବେଦିରେ ଠାକୁରେ ବସିବେ ।  ସିଂହାସନରେ ଚକା ବସାଇବା ପରେ  ରଥ ନିର୍ମାଣ ଶେଷ ହେବ ବୋଲି ନିର୍ମାଣକାରୀ କହିଛନ୍ତି । ସିଂହାସନ  ଉପରେ କନକମୁଣ୍ଡି କାମ ଶେଷ  ହୋଇଛି । କନକମୁଣ୍ଡିରେ ପିତଳ  ଚାଦର ବୁଲିଛି । ରଥରେ ପିତ୍ତଳର ଅଳଙ୍କାରମାନ ଲଗାଯାଉଛି ।  ପିତ୍ତଳର କଦଳୀଗଛ, ମଗର, ରାହୁମୁଣ୍ଡ, ହଂସ  ଓ ମାଛ ଆଦି ଲାଗୁଛି । ରଥ ରକ୍ଷକମାନଙ୍କୁ ସ୍ଥାପନ କରାଯାଇ ପ୍ରସ୍ତୁତ ହୋଇଯିବ ରଥତ୍ରୟ । 

ଶନିବାର  ଶ୍ରୀମନ୍ଦିରରେ ସକାଳ ଧୂପ ପରେ ରଥ ଆଜ୍ଞା ମାଳ ବିଜେ  ନୀତି ରହିଛି । ଚଳିତ ବର୍ଷ ପଟି ଦିଅଁଙ୍କଠାରୁ ଆଜ୍ଞାମାଳ  ଆସି ରଥ ଖଳାରେ ପହଞ୍ଚିବ । ଏହାପରେ ରଥଖଳାରୁ  ତିନି ରଥକୁ ଟଣାଯାଇ ସିଂହଦ୍ୱାରରେ ପହଞ୍ଚାଯିବ ।

  • PrameyaOdia
  • prameya
  • Ratha Yatra 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.