ପ୍ରମୂଖ ଖବର
  • ଆୟର୍ଲାଣ୍ଡରେ ଭାରତୀୟ ନାଗରିକଙ୍କ ଉପରେ ଆକ୍ରମଣ ମାମଲା ବୃଦ୍ଧି, ସତକର୍ତା ଜାରି କଲା ଦୂତାବାସ
  • ||
  • ଓଲିଉଡ୍ ପାଇଁ ପୁଣି ଖୁସି ଖବର, ଓଡ଼ିଆ ଫିଲ୍ମ ‘ପୁଷ୍କରା’କୁ ମିଳିଲା ଜାତୀୟ ଚଳଚ୍ଚିତ୍ର ପୁରସ୍କାର
  • ||
  • ଲାଞ୍ଚ ନେବାବେଳେ ମାଡି ବସିଲା ଭିଜିଲାନ୍ସ, ଧରାପଡ଼ିଲେ ରାଜସ୍ବ ବିଭାଗର ବରିଷ୍ଠ କିରାଣୀ
  • ||
  • ଶରଧାବାଲି ଦଳାଚକଟା ଘଟଣା: ଉନ୍ନୟନ କମିଶନରଙ୍କ ରିପୋର୍ଟକୁ ତର୍ଜମା କରୁଛନ୍ତି ମୁଖ୍ୟମନ୍ତ୍ରୀ
  • ||
  • ସେପ୍ଟେମ୍ବର ୯ ତାରିଖରେ ଉପରାଷ୍ଟ୍ରପତି ନିର୍ବାଚନ; ୭ରେ ପ୍ରକାଶ ପାଇବ ବିଧିବଦ୍ଧ ବିଜ୍ଞପ୍ତି
  • ||
  • ଅନୀଲ ଅମ୍ବାନୀଙ୍କୁ ଇଡ଼ି ସମନ, ୧୭ ହଜାର କୋଟି ଟଙ୍କାର ଋଣ ଠକେଇ ମାମଲାରେ ହେବ ପଚରାଉଚରା
  • ||
  • ବିଜେପିକୁ ବଡ଼ ଝଟ୍‌କା, ତାମିଲନାଡୁ ବିଧାନସଭା ନିର୍ବାଚନ ପୂର୍ବରୁ NDA ସହିତ ସମ୍ପର୍କ ଭାଙ୍ଗିଲା ଓପିଏସ୍‌
  • ||
  • କୋରିଅର୍‌ ସଂସ୍ଥାରେ ମିଳିତ ଚଢ଼ାଉ, ୧୭ ହଜାର ବୋତଲ କଫ୍‌ ସିରପ୍‌ ଜବତ
  • ||
  • ଶୁକ୍ରବାର ବିଏଡ୍‌ ପ୍ରବେଶିକା ପରୀକ୍ଷା ଫଳ, ୮ରେ ପ୍ରଥମ ପର୍ଯ୍ୟାୟ ସିଟ୍‌ ଆବଣ୍ଟନ, ୧୧ରୁ ନାମଲେଖା
  • ||
  • ଦିଗପହଣ୍ଡି : ଷଷ୍ଠ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରି ଟ୍ୟୁସନ ସାର୍ ଗିରଫ
  • ||
  • ଫୁଟିଲା ଟାରିଫ୍ ବୋମା; ୧୦ରୁ ୪୧% ଯାଏ ରେସିପ୍ରୋକାଲ ଟାରିଫ୍ ଆଦେଶ ଉପରେ ଟ୍ରମ୍ପଙ୍କ ସାଇନ୍, ଭାରତ ସମେତ ୭୦ ଦେଶ ଉପରେ ପଡିବ ପ୍ରଭାବ
  • ||
  • ୩ ମାସ ପରେ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଭିତରକନିକା, ବଉଳା କୁମ୍ଭୀରଙ୍କ ପ୍ରଜନନ ପାଇଁ ବନ୍ଦ ଥିଲା ଜାତୀୟ ଉଦ୍ୟାନ
  • ||
  • ରାଜ୍ୟରେ ଏବେ କାଁ ଭାଁ ବର୍ଷା ସମ୍ଭାବନା, ବଢ଼ିବ ତାପମାତ୍ରା: ଆଜି ୨୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||

ଶ୍ରୀଜଗନ୍ନାଥ ଆନ୍ତର୍ଜାତିକ ବିମାନ ବନ୍ଦର ପାଇଁ ମିଳିଛି ଅନୁମୋଦନ, ସାଂସଦ ଶୁଭାଶିଷଙ୍କ ପ୍ରଶ୍ନର ଉତ୍ତର ରଖିଲେ କେନ୍ଦ୍ରମନ୍ତ୍ରୀ

Published By : Manoj | August 1, 2025 12:46 PM

ପୁରୀ, ୦୧/୦୮: ପୁରୀ ଶ୍ରୀଜଗନ୍ନାଥ ଆନ୍ତର୍ଜାତିକ ବିମାନ ବନ୍ଦରକୁ  ପ୍ରମୁଖ ବହୁ ଅନୁମୋଦନ ମିଳିଲାଣି ।  ଏନେଇ କେନ୍ଦ୍ର ବେସାମରିକ ବିମାନ  ଚଳାଚଳ ମନ୍ତ୍ରୀ କିଞ୍ଜାରାପୁ ରାମମୋହନ ନାଇଡୁ ସୋମବାର ରାଜ୍ୟସଭାରେ ଉତ୍ତର  ରଖିଛନ୍ତି । ଏହି ବିମାନବନ୍ଦର ସ୍ଥିତି  କ’ଣ ବୋଲି ପୁରୀ ରାଜ୍ୟସଭା ସାଂସଦ  ଶୁଭାଶିଷ ଖୁଣ୍ଟିଆ ଏକ ପ୍ରଶ୍ନ କରିଥିଲେ । 

ସାସଂଦ ଶ୍ରୀ ଖୁଣ୍ଟିଆଙ୍କ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଉତ୍ତର ଦେଇଥିଲେ,  ଗ୍ରୀନ୍‌ ଫିଲ୍ଡ ଏୟାରପୋର୍ଟ ନୀତି୨୦୦୮ ଅନୁଯାୟୀ ବିମାନବନ୍ଦର ପ୍ରତିଷ୍ଠା ନିମନ୍ତେ ଦୁଇଟି ପର୍ଯ୍ୟାୟରେ  ଅନୁମୋଦନ ଆବଶ୍ୟକ । ତାହା  ହେଲା ବିମାନବନ୍ଦର ନିମନ୍ତେ ଭୂମି  ଅନୁମୋଦନ(ସାଇଟ୍‌ କ୍ଲିୟରାନ୍ସ) ଓ  ନୀତିଗତ ଅନୁମୋଦନ(ଇନ୍‌-ପ୍ରିନ୍ସପିଲ  ଆପ୍ରୁଭାଲ) । ୨୦୨୩ ସେପ୍ଟେମ୍ବରରେ  ରାଜ୍ୟ ସରକାର ସାଇଟ୍‌ କ୍ଲିୟରାନ୍ସ  ଅନୁମୋଦନ କରିଥିଲେ । ୨୦୨୫  ମେ୬ରେ ବେସାମରିକ ବିମାନଚଳାଚଳ  ମନ୍ତ୍ରଣାଳୟ ‘ଇନ୍‌-ପ୍ରିନ୍ସିପିଲ’ ଅନୁମତି  ନେଇଛି । ୨୦୨୫ ଜୁନ୍‌ରେ ଏକ୍ସପଟ  ଅପ୍ରାଇଜାଲ କମିଟି ପରିବେଶ କ୍ଲିୟରାନ୍ସ  ପାଇଁ ସୁପାରିସ କରିଛନ୍ତି । ବିଭିନ୍ନ  ଅଂଶିଦାରମାନଙ୍କ ସହ ପରାମର୍ଶ ପରେ  ଷ୍ଟିୟରିଂ କମିଟି ସୁପାରିସ ପରେ ଏହି  ପ୍ରକଳ୍ପ ନିମନ୍ତେ ପ୍ରତିରକ୍ଷା ମନ୍ତ୍ରଣାଳୟ  କୌଣସି ଆପତ୍ତି(ନୋ-ଅବଜେକ୍ସନ)  ନଥିବା ଅନୁମତି ଦେଇସାରିଛି । 

ରାଜ୍ୟର ଆର୍ଥିକ କାରବାର  ବିକାଶରେ ଏହି ପ୍ରକଳ୍ପ ସହାୟକ ହେବ ।  ଯାତ୍ରୀଙ୍କ ଯାତାୟାତ ସୁବିଧା ବଢ଼ାଇବା  ସହ ପର୍ଯ୍ୟଟନ ବିକାଶ, ନିଯୁକ୍ତି ସୃଷ୍ଟି  କରିବ । ଏହା ଅଞ୍ଚଳର ଜମି ଦର ବୃଦ୍ଧିରେ  ସହାୟକ ହେବ । ଏଥିସହ ବିଭିନ୍ନ  ପ୍ରକଳ୍ପ ଟ୍ୟାକ୍ସ ଓ ଷ୍ଟାମ୍ପ ଡ୍ୟୁଟି ଆଦାୟ  ବୃଦ୍ଧି ପାଇବ । ଏହା କେନ୍ଦ୍ର ଓ ରାଜ୍ୟର  ସାମଗ୍ରିକ ଉନ୍ନତିରେ ସହାୟକ ହେବ । ଇଣ୍ଟରନ୍ୟାସନାଲ ସିଭିଲ ଆଭିଏସନଅର୍ଗାନାଇଜେସନ (ଆଇସିଏଓ) ସର୍ଭେ  ମୁତାବକ ଏହା ବୟୁ ମାର୍ଗକୁ ପ୍ରଶସ୍ତ କରିବା  ପରେ ୩.୨୫ ହାରରେ ଆର୍ଥିକ ଓ ୬.୧  ହାରରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ । 

ରାଜ୍ୟ ସରକାରଙ୍କ ଘୋଷଣା  ମୁତାବକ, ପ୍ରଥମ ପର୍ଯ୍ୟାୟରେ ବାର୍ଷିକ  ପ୍ରାୟ ୪.୬ ମିଲିୟନ ଯାତ୍ରୀ ପରିବହନ କ୍ଷମତା ବିଶିଷ୍ଟ ବିମାନ ବନ୍ଦର କରିବା  ନିମନ୍ତେ କାର୍ଯ୍ୟ ହେଉଛି । ପ୍ରକଳ୍ପ  ନିମନ୍ତେ ଜମି ଅଧିଗ୍ରହଣ, ପ୍ରଭାବିତଙ୍କୁ  ଥଇଥାନ ଓ ପୁନର୍ବାସ, ପାଣ୍ଠି ବ୍ୟବସ୍ଥା  ଓ ପରିବେଶ ଅନୁମତି ସୁନିଶ୍ଚିତ  କରିବା ଦାୟିତ୍ୱ ରାଜ୍ୟ ସରକାର  ନେଇଛନ୍ତି । ପ୍ରକଳ୍ପ ପାଇଁ ଆବଶ୍ୟକ  ଜମି ଅଧିଗ୍ରହଣ, ସୁନିଶ୍ଚିତ ଆବଶ୍ୟକ ପଡ଼ୁଥିବା ଅନୁମତି ଓ ଅର୍ଥ ପ୍ରଦାନ ପ୍ରଭୃତି  ପ୍ରକଳ୍ପ ଶେଷ କରିବା ଉପରେ ନିର୍ଭର  କରୁଛି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି । 

ସୂଚନା ଥାଉକି, ବିମାନବନ୍ଦର  ପ୍ରକଳ୍ପ ନିମନ୍ତେ ପ୍ରାୟ ୧୧୬୪.୭୫୪  ଏକର ଜମି ଆବଶ୍ୟକ ଥିବା ବେଳେ  ଏଥିମଧ୍ୟରେ ୨୨୧.୮୯୧ ଏକର  ଘରୋଇ ଜମି ଏବଂ ବାକି ୯୪୨.୮୬୩  ସରକାରୀ ଜମି ରହିଛି । ଏହି ଗ୍ରୀନ  ଫିଲ୍ଡ ଏୟାରପୋର୍ଟ ପାଇଁ ପ୍ରଥମ  ପର୍ଯ୍ୟାୟରେ ପିପିପି ମୋଡରେ  ୨୩୦୩ କୋଟି ଟଙ୍କା ବିନିଯୋଗ ଲକ୍ଷ୍ୟ  ରହିଛି । ୩ଟି ପର୍ଯ୍ୟାୟରେ ୫ ହଜାର  ୬୩୧ କୋଟି ଟଙ୍କା ବ୍ୟୟରେ ଏହି ବିମାନବନ୍ଦର ବିକାଶ ଯୋଜନା ରହିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.