ପ୍ରମୂଖ ଖବର
  • ବଲାଙ୍ଗୀର : ଗ୍ୟାସ ସିଲିଣ୍ଡର ଚୋରି ଗ୍ୟାଙ୍ଗକୁ ଧରିଲା ପୋଲିସ; ୫ ଗିରଫ,୧୩୩ରୁ ଉର୍ଦ୍ଧ୍ୱ ଗ୍ୟାସ୍‌ ସିଲିଣ୍ଡର ଜବତ
  • ||
  • ଗୁଣପୁର : ବାଇକ୍‌ ଚୋରଙ୍କୁ ଧରିଲା ପୋଲିସ; ୫ ଗିରଫ, ୮ ବାଇକ୍‌ ଜବତ
  • ||
  • ଖଲ୍ଲିକୋଟ : ପୋଖରୀରେ ବୁଡ଼ି ବ୍ୟକ୍ତି ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଚନ୍ଦାହାଣ୍ଡି : ସାପ କାମୁଡାରେ ୯ ବର୍ଷର ଝିଅ ମୃତ, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ବ୍ରହ୍ମପୁର : ଗାଡ଼ି ବ୍ୟାଟେରୀ ଚୋରଙ୍କ ପାର୍ଦ୍ଦାଫାଶ; ୫ଲୁଟେରା ଗିରଫ, ୭ ବ୍ୟାଟେରୀ ଜବତ
  • ||
  • ନବରଙ୍ଗପୁର : ସ୍କୁଲ ପଛ ବୁଦା ମୂଳରୁ ଛାତ୍ରୀଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ
  • ||
  • ଭରତପୁର ଥାନାରେ ମେଜରଙ୍କୁ ମାଡ଼ ଘଟଣା : ୫ ପୋଲିସ ଅଫିସର ନିଲମ୍ଵିତ
  • ||
  • ଅସ୍ତରଙ୍ଗରେ ପାଗଳ ବିଲୁଆର ଆତଙ୍କ, ୧୦ରୁ ଉର୍ଦ୍ଧ୍ୱ ଆହତ
  • ||
  • ବଣାଇ : ଉତ୍ପାତ ହେଉଥିଲା ଦନ୍ତା, ତୋଡ଼ା ଫରେଷ୍ଟରେ ଚାଲିଛି ଟ୍ରାଙ୍କୁଲାଇଜ୍
  • ||
  • ନବରଙ୍ଗପୁରରେ ବେଆଇନ ଗୋରୁ ଚାଲାଣ, ୫୦ରୁ ଉର୍ଦ୍ଧ୍ୱ ଗୋରୁ ଉଦ୍ଧାର
  • ||
  • ଭୋଗରାଇ : ଫୁଲୁଛି ସୁବର୍ଣ୍ଣରେଖା ନଦୀ, ବିପଦ ସଙ୍କେତ ଟପି ବନ୍ୟାଜଳ ପ୍ରବାହିତ
  • ||

ଘନେଇବାରେ ଲାଗିଛି ଘରୋଇ ବସ୍ ମାଲିକ ସଂଘର ବିବାଦ, କୁଚିଣ୍ଡାରୁ ଗଡ଼ିବନି ବସ୍

କୁଚିଣ୍ଡା, ୧୨।୯: ଘରୋଇ ବସ୍ ଚଳାଚଳକୁ ନେଇ କୁଚିଣ୍ଡା-ଝାରସୁଗୁଡ଼ା ଘରୋଇ ବସ୍ ମାଲିକ ସଂଘର ବିବାଦ ଦିନକୁ ଦିନ ଘନେଇବାରେ ଲାଗିଛି । ବସ୍ ଯାତାୟତ ସମୟକୁ ନେଇ ବିବାଦ ଲାଗି ରହିଥିବା ବେଳେ ଗୁରୁବାର ଝାରସୁଗୁଡ଼ା ଘରୋଇ ମାଲିକ ସଂଘ କୁଚିଣ୍ଡାର ଏକ ବସ୍‌କୁ ଅଟକାଇ ଦେଇଥିଲେ । ଏହାକୁ ବିରୋଧ କରି କୁଚିଣ୍ଡା ଘରୋଇ ମାଲିକ ସଙ୍ଘ ମଧ୍ୟ ଝାରସୁଗୁଡ଼ାର ଏକ ବସ୍କୁ ଅଟକ ରଖିଥିଲେ । ମାତ୍ର ଏହି ବିବାଦ ମଧ୍ୟରେ କୁଚିଣ୍ଡା ଥାନାର ଜନୈକ ଏଏସଆଇ ହସ୍ତକ୍ଷେପ କରି ଝାରସୁଗୁଡ଼ା ବସକୁ ଯିବାକୁ ଦେଇଥିଲେ । 

ପୋଲିସର ଏଭଳି କାର୍ଯ୍ୟ ତଥା ଝାରସୁଗୁଡ଼ା ଘରୋଇ ବସ୍ ମାଲିକ ସଙ୍ଘର ମନମାନିକୁ ବିରୋଧ କରି ଆଜିଠାରୁ କୁଚିଣ୍ଡା ଘରୋଇ ବସ୍ ଚଳାଚଳକୁ ବନ୍ଦ କରିଛି କୁଚିଣ୍ଡା ଘରୋଇ ବସ୍ ମାଲିକ ସଂଘ । ବସ୍ ଚଳାଚଳ ବନ୍ଦ ହୋଇଥିବାରୁ ଯାତ୍ରାମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କୁଚିଣ୍ଡାଠାରୁ ଘରୋଇ ବସ୍ ଚଳାଚଳ ବନ୍ଦ ହେଲେ, କୁଚିଣ୍ଡା-ଝାରସୁଗୁଡ଼ା, କୁଚିଣ୍ଡା-ସମ୍ବଲପୁର, କୁଚିଣ୍ଡା-ଦେବଗଡ଼, କୁଚିଣ୍ଡା-ସୁନ୍ଦରଗଡ଼ ଏବଂ କୁଚିଣ୍ଡା-ରାଉରକେଲା ଯାତାୟାତ ପ୍ରଭାବିତ ହେବ । 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.