ପ୍ରମୂଖ ଖବର
  • ବଣାଇ : ବୁଲା ଗାଈଙ୍କୁ ଟାର୍ଗେଟ କରୁଛନ୍ତି ଦୁର୍ବୃତ୍ତ, ବୋଲେରୋ ଗାଡ଼ିରୁ ଦୁଇଟି ଗାଈ ସହ ଗୋଟିଏ ଷଣ୍ଢ ଉଦ୍ଧାର
  • ||
  • କେନ୍ଦ୍ରାପଡା : ଏଣ୍ଡର ଓ ବାଲିଆ ଅଞ୍ଚଳରେ ବାର୍ଡ ଫ୍ଲୁ ଚିହ୍ନଟ, ସତର୍କ ରହିବାକୁ ପରାମର୍ଶ ଦେଲା ପ୍ରଶାସନ
  • ||
  • ନୂଆଁଖାଇରେ କୃଷକଙ୍କୁ ରାଜ୍ୟ ସରକାରଙ୍କ ଭେଟି, ସିଏମ୍ କିଷାନ ଯୋଜନାରେ ମିଳିବ ପ୍ରଥମ କିସ୍ତି
  • ||
  • ଆଜି ସୃଷ୍ଟି ହୋଇପାରେ ଅବପାତ: ୫ ଜିଲ୍ଲାକୁ ଅରେଞ୍ଜ, ୯ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ,୧୧ ଯାଏ ପ୍ରବଳ ବର୍ଷିବ
  • ||

ପଶ୍ଚିମବଙ୍ଗରୁ ଓଡ଼ିଶା ବଜାରରେ ପହଞ୍ଚିଲା ଆଳୁ, କମିବ ଦର

ଭୁବନେଶ୍ବର,୨୭।୭  ଓଡ଼ିଶା ବଜାରରେ  ଆସି ପଶ୍ଚିମବଙ୍ଗ ଆଳୁ ପହଞ୍ଚିଛି। ଆଳୁ ସଙ୍କଟ ଦୂର ପାଇଁ ବହୁ ଆଳୁ ବୋଝେଇ ଟ୍ରକ ଆସି ପହଞ୍ଚିଛି । ଏକ ନମ୍ବର, ୪ ନମ୍ବର, ଡମଣା, ଗଣେଶ ମାର୍କେଟ, ଝାରପଡା, ଚନ୍ଦ୍ରଶେଖରପୁର ସହ ଭୁବନେଶ୍ବରର ବିଭିନ୍ନ ହାଟରେ ପଶ୍ଚିମବଙ୍ଗରୁ ଆଳୁ ପହଞ୍ଚିଛି।  ଆଳୁ ମାର୍କେଟରେ ପହଞ୍ଚିଥିବାର ଦର କମିବାର ବହୁତ ସମ୍ଭାବନା ରହିଛି। 

ଆଜି ୧ ନମ୍ବର ହାଟରେ ୪୦ ରୁ ୪୫ ଟଙ୍କାରେ ଆଳୁ ବିକ୍ରି ହେଉଥିବା ବେଳେ ୪ ନମ୍ବର ହାଟରେ ଆଇଗିଣିଆ ଆଳୁ କୋଲ୍ଡ଼ଷ୍ଟୋରରୁ ଆସୁଥିବା ଆଳୁ ସର୍ବନିମ୍ନ ୩୫ ଟଙ୍କାରେ ବିକ୍ରି ହେଉଥିବା ଦେଖିବାକୁ ମିଳିଥିଲା । ପଶ୍ଚିମବଙ୍ଗ ଆଳୁ ମାର୍କେଟ କୁ ଆସିବା ମାତ୍ରେ ଆଳୁ ରେଟ କମିବାର ସଙ୍କେତ ଆସିଛି । ଯେହେତୁ ଆଳୁ ଆସିବା ଆରମ୍ଭ ହୋଇଛି ତେଣୁ ଗ୍ରାହକ ବି କିଣିବା ପାଇଁ ତରତର ହେଉନଥିବା ଦେଖାଯାଉଛି । ଆସନ୍ତାକାଲି ଠାରୁ ଆଳୁ ରେଟ ଆହୁରି କମି ପୂର୍ବଭଳି ସ୍ବାଭାବିକ୍ ହୋଇଯିବା ଅଧିକ ସମ୍ଭାବନା ରହିଛି । ତେବେ କଳାବଜାରୀ ରୋକିବାକୁ ଖାଦ୍ୟ ଯୋଗାଣ ବିଭାଗ ଅଧିକାରୀମାନେ ବିଭିନ୍ନ ପରିବା ମାର୍କେଟରେ  ଯାଞ୍ଚ କରୁଛନ୍ତି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.