ପ୍ରମୂଖ ଖବର
  • ଚୌଦ୍ବାର ନିର୍ଗୁଣ୍ଡିରେ ନିକଟରେ ସରିଲା ରେଲୱେ ଟ୍ରକ୍‌ ମରାମତି, ଖୁବ୍‌ଶୀଘ୍ର ଚାଳଚଳ କରିବ ଟ୍ରେନ୍
  • ||
  • ଆନନ୍ଦପୁର : ଟ୍ରଲର୍-ହାଇୱା ମୁହାଁମୁହିଁ ଧକ୍କା: ଡ୍ରାଇଭର୍ ମୃତ, ହେଲପର୍ ଗୁରୁତର
  • ||
  • କଟକ : ଇଦ୍ ଉଲ୍ ଫିତର ଓ ରାମ ନବମୀ ଉତ୍ସବ ପାଇଁ ତିଗିରିଆ ପୋଲିସ୍ ପକ୍ଷରୁ ଫ୍ଲାଗମାର୍ଚ୍ଚ
  • ||
  • ଭୁବନେଶ୍ୱର : ଜମି ବାଡ଼ି ବିବାଦକୁ ନେଇ ବନଦୂର୍ଗା ବସ୍ତି ପାଲଟିଲା ରଣକ୍ଷେତ୍ର, ସାନ ଭାଇକୁ ଗୁଣ୍ଡା ଲଗାଇ ହାଣିଲା ବଡ ଭାଇ
  • ||
  • ଶ୍ରୀବିଗ୍ରହଙ୍କ ଖସାପଡ଼ା ନୀତ, ଅପରାହ୍ନ ୫ ଟାରୁ ରାତି ୧୦ଟା ସର୍ବସାଧାରଣ ଦର୍ଶନ ମନା
  • ||
  • ସୋମବାରଠୁ ରାଜ୍ୟରେ କମିବ ତାତିର ପ୍ରକୋପ, ଏପ୍ରିଲ ୨ରୁ ୫ ଯାଏ ଓଡ଼ିଶାରେ ବର୍ଷା ସମ୍ଭାବନା
  • ||

ଗାନ୍ଧିମାର୍ଗରେ କଂଗ୍ରେସର ବଡ଼ ବିକ୍ଷୋଭ: ଆନ୍ଦୋଳନକାରୀ- ପୋଲିସ ଧସ୍ତାଧସ୍ତି, ଲାଠିଚାର୍ଜ ସହ ପାଣି ମାଡ଼..

Published By : Prameya | March 27, 2025 1:25 PM

ଭୁବନେଶ୍ୱର ୨୭/୦୩: ରାଜଧାନୀରେ କଂଗ୍ରେସର ଗର୍ଜନ। ନାରୀ ସୁରକ୍ଷା, ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପ୍ରସଙ୍ଗରେ ହଲ୍ଲାବୋଲ୍। ରୁପାଲିରୁ ରାଜମହଲ ଜନପଥକୁ ଅଚଳ କରିଦେଲେ ହଜାର ହଜାର କଂଗ୍ରେସ କର୍ମୀ। ଗାନ୍ଧୀମାର୍ଗରେ ପ୍ରଥମ ବ୍ୟାରିକେଡ୍ ଭାଙ୍ଗିବା ପରେ ଧସେଇ ପଶିଥିଲେ। ଅଟକାଇପାରିଲାନି ପୁଲିସ। ବିଧାନସଭା ଅଭିମୁଖେ ଅଗ୍ରସର ବେଳେ ଦ୍ବିତୀୟ ବ୍ୟାରିକେଡ୍ ନିକଟରେ ପୋଲିସ- କଂଗ୍ରେସକର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ଓ ଠେଲାପେଲା ସ୍ଥିତି ସୃଷ୍ଟି ହୋଇଥିଲା। ଶେଷରେ ସ୍ଥିତି ନିୟନ୍ତ୍ରଣ ପାଇଁ ଲାଠିଚାର୍ଜ କଲା ପୋଲିସ। ପ୍ଲାଷ୍ଟିକ୍ ଚେୟାର ଫିଙ୍ଗିଥିଲେ କର୍ମୀ। ଆନ୍ଦୋଳନକାରୀଙ୍କୁ ରୋକିବାକୁ ଲୁହବୁହା ଗ୍ୟାସ୍‌, ପାଣି ମାଡ଼ କରିବା ଆରମ୍ଭ କରିଛି ପୋଲିସ। ଲୋୟର ପିଏମଜି ପାଲଟିଲା ରଣକ୍ଷେତ୍ର। 

ସେହିଭଳି ପୋଲିସ ପକ୍ଷରୁ ଅଭିଯୋଗ ହୋଇଛି ଯେ, କଂଗ୍ରେସ କର୍ମୀମାନେ ବ୍ୟାରିକେଡ୍ ଭାଙ୍ଗିବା ସହ ଟେକା ପଥର ମାଡ଼ କରିଥିଲେ। ଚୌକି ମଧ୍ୟ ପିଙ୍ଗି ଥିଲେ। ଯାହାକୁ ନିୟନ୍ତ୍ରଣ କରିବା ପାଇଁ ପ୍ରଥମେ ବିକ୍ଷୋଭକାରୀଙ୍କୁ ବାରଣ କରାଯାଇଥିଲା। ତେବେ ସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯିବା ଫଳରେ ପ୍ରଥମେ ମୃଦୁ ଲାଠି ଚାଲନା କରିଥିଲା। ପରେ ପାଣିମାଡ଼ ଏବଂ ଲୁହ ବୁହା ଗ୍ୟାସ ମାଡ କରିଛି ପୋଲିସ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.