ପ୍ରମୂଖ ଖବର
  • ବିଜେଡିର ୬ ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା, ଭୁବନେଶ୍ୱର ଦାୟିତ୍ୱରେ ଅଶୋକ ପଣ୍ଡା
  • ||
  • ବୌଦ୍ଧ : ବାଇକ୍‌କୁ ଧକ୍କା ଦେଲା ପିକଅପ୍ ଭ୍ୟାନ: ବାପା ମୃତ, ପୁଅ ଗୁରୁତର
  • ||
  • ମାଲକାନଗିରି : ସେୟାର ମାର୍କେଟରେ ଟ୍ରେଡିଂ ନାଁରେ ୮୦ ଲକ୍ଷ ଲୁଟ୍‌, ଅଭିଯୁକ୍ତ ଗିରଫ
  • ||
  • ଭୁବନେଶ୍ୱର : ପୂର୍ବ ଶତ୍ରୁତାରୁ ଭିଣୋଇକୁ କଟୁରୀରେ ହାଣିଲା ଶାଳକ ଆକ୍ରମଣ, ଥାନାରେ ଅଭିଯୁକ୍ତର ଆତ୍ମ ସମର୍ପଣ
  • ||
  • ଅନୁଗୁଳ : ୨୬ ତାରିଖରୁ ନିଖୋଜ ହୋଇଥିଲେ ଯୁବତୀ, ଗାଁ ପାଖ ବିଲରୁ ମିଳିଲା ମୃତଦେହ
  • ||
  • ନିଟ୍‌-ୟୁଜି ଦେଲେ ୨୦.୮ ଲକ୍ଷ ଶିକ୍ଷାର୍ଥୀ, ୩ ବର୍ଷ ହେଲା ବଢ଼ୁଛି ପଞ୍ଜୀକରଣ
  • ||
  • ସୁବର୍ଣ୍ଣପୁର : ବ୍ରିଜ୍‌ ନିର୍ମାଣ କାମ କରିବା ବେଳେ ଅଘଟଣ, ବିଦ୍ୟୁତ ସଂସ୍ପର୍ଶରେ ଆସି ଶ୍ରମିକଙ୍କ ମୃତ୍ୟୁ
  • ||

ଭାରତ ଭୟରେ ପାକ୍ ସେନା ଓ ISI ସମ୍ଭାଳିଲେ ଦାୟିତ୍ୱ ! ଶହବାଜ ସରିଫ୍‌ଙ୍କୁ ଅଫିସ ଡାକି ଯୁଦ୍ଧ ପ୍ରସ୍ତୁତି ବିଷୟରେ ପଚାରିଲେ

Published By : Prameya | May 6, 2025 10:17 PM

ନୂଆଦିଲ୍ଲୀ- ପହଲଗାମ ହମଲା ପରେ ଭାରତ ଦ୍ୱାରା ନିଆ ଯାଇଥିବା ଦୃଢ ଆକ୍ସନ ପରେ, ପାକିସ୍ତାନରେ ଆତଙ୍କ ଖେଳି ଯାଇଛି। ଏହି ମଧ୍ୟରେ ମଙ୍ଗଳବାର ପାକିସ୍ତାନର ଗୁଇନ୍ଦା ଏଜେନ୍ସି ଆଇଏସଆଇ ପ୍ରଧାନମନ୍ତ୍ରୀ ଶହବାଜ ସରିଫଙ୍କୁ ଅଫିସ୍ ଡାକି ଯୁଦ୍ଧ ପ୍ରସ୍ତୁତି ବିଷୟରେ ତଦାରଖ କରିଛି। ଡନ୍‌ ନ୍ୟୁଜ୍‌ ଅନୁସାରେ କୁହାଯାଇଛି ଯେ, ଶହବାଜ ସରିଫ ଇଣ୍ଟର ସର୍ଭିସେଜ୍‌ ଇଣ୍ଟେଲିଜେନ୍ସ (ଆଇଏସଆଇ)ର ମୁଖ୍ୟାଳୟରେ ପହଞ୍ଚି ଥିଲେ, ଯେଉଁଠି ତାଙ୍କୁ ଆଗାମୀ ‘ବିପଦ’କୁ ଦେଖି ଦେଶର ପ୍ରସ୍ତୁତି ବିଷୟରେ ସୂଚନା ଦିଆ ଯାଇଛି। 

ଉଲ୍ଲେଖନୀୟ ଯେ, ଜମ୍ମୁ-କାଶ୍ମୀରରେ ହୋଇଥିବା ପହଲଗାମ ହମଲା ପରେ ଭାରତ ସୀମା ପାର୍‌ ଆତଙ୍କବାଦ ଉପରେ କଡ଼ା ପ୍ରହାର କରି ପାକିସ୍ତାନ ବିରୁଦ୍ଧରେ ଅନେକ ବଡ଼ ଆକ୍ସନ ନେଇଛି। ସେପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ହମଲାରେ ସାମିଲ ଆତଙ୍କୀ ଓ ତାଙ୍କୁ ସମର୍ଥନ ଦେଉଥିବା ପାକିସ୍ତାନକୁ ଦୃଢ ଜବାବ ଦେବାର କଥା ମଧ୍ୟ କହିଛନ୍ତି। ଏଥିରେ ପାକିସ୍ତାନୀ ଶିବିର ନିର୍ବାକ୍‌ ହୋଇ ଯାଇଛି। ପାକ୍‌ର ପ୍ରଧାନମନ୍ତ୍ରୀ ଶହବାଜ ସରିଫ ସାରା ବିଶ୍ୱର ଦେଶ ଗୁଡ଼ିକ ଆଗରେ ବିଳି ବିଳେଇ ହେଉଛନ୍ତି , ଅନ୍ୟପଟେ ଯୁଦ୍ଧ ସ୍ଥିତିକୁ ଦେଖି ଏବେ ପାକ୍‌ ସେନା ଓ ଆଇଏସଆଇ ଦାୟିତ୍ୱ ନେଇଛି। 

ସୂଚନା ଆଧାରରେ ଶହବାଜ ସରିଫ୍‌ଙ୍କ ବ୍ୟତୀତ ପାକିସ୍ତାନର ଉପ ପ୍ରଧାନମନ୍ତ୍ରୀ ଇଶାକ୍‌ ଡାର, ପ୍ରତିରକ୍ଷା ମନ୍ତ୍ରୀ ଖ୍ୱାଜା ଆସିଫ୍‌ ଓ ସେନା ପ୍ରମୁଖ ଆସିମ ମୁନିର ମଧ୍ୟ ଏହି ବୈଠକର ସଦସ୍ୟ ଥିଲେ। ଏହା ବ୍ୟତୀତ ପାକିସ୍ତାନୀ ନେଭି ଓ ଏୟାରଫୋର୍ସର ପ୍ରମୁଖ ମଧ୍ୟ ଆଇଏସଆଇ ମୁଖ୍ୟାଳୟରେ ପହଞ୍ଚି ଥିଲେ। ପୂରା ଦୁନିଆ ସାମନାରେ ଭିକ୍ଟିମ୍‌ କାର୍ଡ ଖେଳୁଥିବା ପାକିସ୍ତାନୀ ପ୍ରଧାନମନ୍ତ୍ରୀ ଶହବାଜ ସରିଫ୍ ଏହି ମିଟିଂ ବେଳେ ପାକ୍‌ ସେନାର ଖୁବ୍‌ ପ୍ରଶଂସା କରିବାର ଦେଖିବାକୁ ମିଳିଛି।

ଏହି ମିଟିଂ ବେଳେ ପାକିସ୍ତାନର ପୁରୁଣା ନାଟକବାଜି ମଧ୍ୟ ଜାରି ରହିଛି, ଯେଉଁଠି ପାକ୍‌ ପିଏମଓ ଏକ ବୟାନ ଜାରି କରି ଭାରତର ଆଭିମୁଖ୍ୟକୁ ଆକ୍ରମଣାତ୍ମକ  କହିଛନ୍ତି। ବୟାନରେ ଏହା ମଧ୍ୟ କୁହାଯାଇଛି ଯେ, ଏହି ସମୟରେ ଶହବାଜ ସରିଫଙ୍କ ସହ ପାରମ୍ପରିକ ସେନା ବିକଳ୍ପ ଓ ହାଇବ୍ରିଡ୍‌ ୱାର ରଣନୀତି ଭଳି ଜିନିଷ ଉପରେ ମଧ୍ୟ ଆଲୋଚନା ହୋଇଛି। ତରବରରେ ଡକା ଯାଇଥିବା ଏହି ବୈଠକରେ ପାକିସ୍ତାନର ଦୁର୍ବଳ ସ୍ଥିତି ସ୍ପଷ୍ଟ ନଜର ଆସୁଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.