ପ୍ରମୂଖ ଖବର
  • ବିଜେଡିର ୬ ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା, ଭୁବନେଶ୍ୱର ଦାୟିତ୍ୱରେ ଅଶୋକ ପଣ୍ଡା
  • ||
  • ବୌଦ୍ଧ : ବାଇକ୍‌କୁ ଧକ୍କା ଦେଲା ପିକଅପ୍ ଭ୍ୟାନ: ବାପା ମୃତ, ପୁଅ ଗୁରୁତର
  • ||
  • ମାଲକାନଗିରି : ସେୟାର ମାର୍କେଟରେ ଟ୍ରେଡିଂ ନାଁରେ ୮୦ ଲକ୍ଷ ଲୁଟ୍‌, ଅଭିଯୁକ୍ତ ଗିରଫ
  • ||
  • ଭୁବନେଶ୍ୱର : ପୂର୍ବ ଶତ୍ରୁତାରୁ ଭିଣୋଇକୁ କଟୁରୀରେ ହାଣିଲା ଶାଳକ ଆକ୍ରମଣ, ଥାନାରେ ଅଭିଯୁକ୍ତର ଆତ୍ମ ସମର୍ପଣ
  • ||
  • ଅନୁଗୁଳ : ୨୬ ତାରିଖରୁ ନିଖୋଜ ହୋଇଥିଲେ ଯୁବତୀ, ଗାଁ ପାଖ ବିଲରୁ ମିଳିଲା ମୃତଦେହ
  • ||
  • ନିଟ୍‌-ୟୁଜି ଦେଲେ ୨୦.୮ ଲକ୍ଷ ଶିକ୍ଷାର୍ଥୀ, ୩ ବର୍ଷ ହେଲା ବଢ଼ୁଛି ପଞ୍ଜୀକରଣ
  • ||
  • ସୁବର୍ଣ୍ଣପୁର : ବ୍ରିଜ୍‌ ନିର୍ମାଣ କାମ କରିବା ବେଳେ ଅଘଟଣ, ବିଦ୍ୟୁତ ସଂସ୍ପର୍ଶରେ ଆସି ଶ୍ରମିକଙ୍କ ମୃତ୍ୟୁ
  • ||

ବାଲୁଚିସ୍ତାନରେ ପୁଣି ଥରେ ପାକିସ୍ତାନ ସେନାକୁ ଟାର୍ଗେଟ, ୬ ଜବାନ ମୃତ, ୫ ଆହତ...

Published By : Prameya | May 6, 2025 8:19 PM

ନୂଆଦିଲ୍ଲୀ: ବାଲୁଚିସ୍ତାନରେ ପୁଣି ଥରେ ପାକିସ୍ତାନ ସେନାକୁ ଟାର୍ଗେଟ କରାଯାଇଛି। ଏହି ଆକ୍ରମଣରେ ୬ ଜଣ ସେନା କର୍ମଚାରୀଙ୍କ ମୃତ୍ୟୁ ଘଟିଛି ଏବଂ ୫ ଜଣ ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ, ଏହି ଆକ୍ରମଣ ବାଲୁଚିସ୍ତାନର ବୋଲାନ ଅଞ୍ଚଳରେ ହୋଇଛି । ଏଠାରେ ଫ୍ରଣ୍ଟିୟର୍ କୋର କାରକେଡକୁ ଟାର୍ଗେଟ କରି ଏକ ଆଇଇଡି ବିସ୍ଫୋରଣ କରାଯାଇଥିଲା। ବିସ୍ଫୋରଣ ପରେ ପାକିସ୍ତାନୀ ସୁରକ୍ଷା ବାହିନୀ ଅଞ୍ଚଳକୁ ଘେରାବନ୍ଦୀ କରି ରଖିଛନ୍ତି।

ଆକ୍ରମଣ ପାଇଁ ଦାୟୀ ଲୋକଙ୍କୁ ଖୋଜିବା ପାଇଁ ଏକ ସର୍ଚ୍ଚ ଅପରେସନ୍ ଆରମ୍ଭ କରାଯାଇଛି । ଆକ୍ରମଣରେ ଆହତ ସୈନିକ ମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାକୁ ନିଆଯାଇଛି। ଏପର୍ଯ୍ୟନ୍ତ କୌଣସି ସଂଗଠନ ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିନାହାଁନ୍ତି। ସୂଚନାଥାଉକି ଯେ, ପାକିସ୍ତାନର ମୋଟ ଭୂମିର ୪୩ ପ୍ରତିଶତ ବେଲୁଚିସ୍ତାନରେ ଅଛି।

ଏଠାରେ ଉଲ୍ଲେଖନୀୟ କି, ଗତ ମାର୍ଚ୍ଚ ମାସରେ, ବେଲୁଚିସ୍ତାନ ଲିବରେସନ ଆର୍ମି ଗୁଡାଲାର ଏବଂ ପିରୁ କୁନରିର ପାର୍ବତ୍ୟ ଅଞ୍ଚଳ ନିକଟରେ ଜାଫର ଏକ୍ସପ୍ରେସକୁ ଅପହରଣ କରିନେଇଥିଲା । ଏଥିରେ ପ୍ରାୟ ୫ଶହ ଯାତ୍ରୀ ଥିଲେ।  

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.