ପ୍ରମୂଖ ଖବର
  • ବିଜେଡିର ୬ ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା, ଭୁବନେଶ୍ୱର ଦାୟିତ୍ୱରେ ଅଶୋକ ପଣ୍ଡା
  • ||
  • ବୌଦ୍ଧ : ବାଇକ୍‌କୁ ଧକ୍କା ଦେଲା ପିକଅପ୍ ଭ୍ୟାନ: ବାପା ମୃତ, ପୁଅ ଗୁରୁତର
  • ||
  • ମାଲକାନଗିରି : ସେୟାର ମାର୍କେଟରେ ଟ୍ରେଡିଂ ନାଁରେ ୮୦ ଲକ୍ଷ ଲୁଟ୍‌, ଅଭିଯୁକ୍ତ ଗିରଫ
  • ||
  • ଭୁବନେଶ୍ୱର : ପୂର୍ବ ଶତ୍ରୁତାରୁ ଭିଣୋଇକୁ କଟୁରୀରେ ହାଣିଲା ଶାଳକ ଆକ୍ରମଣ, ଥାନାରେ ଅଭିଯୁକ୍ତର ଆତ୍ମ ସମର୍ପଣ
  • ||
  • ଅନୁଗୁଳ : ୨୬ ତାରିଖରୁ ନିଖୋଜ ହୋଇଥିଲେ ଯୁବତୀ, ଗାଁ ପାଖ ବିଲରୁ ମିଳିଲା ମୃତଦେହ
  • ||
  • ନିଟ୍‌-ୟୁଜି ଦେଲେ ୨୦.୮ ଲକ୍ଷ ଶିକ୍ଷାର୍ଥୀ, ୩ ବର୍ଷ ହେଲା ବଢ଼ୁଛି ପଞ୍ଜୀକରଣ
  • ||
  • ସୁବର୍ଣ୍ଣପୁର : ବ୍ରିଜ୍‌ ନିର୍ମାଣ କାମ କରିବା ବେଳେ ଅଘଟଣ, ବିଦ୍ୟୁତ ସଂସ୍ପର୍ଶରେ ଆସି ଶ୍ରମିକଙ୍କ ମୃତ୍ୟୁ
  • ||

ଗାଜାରେ ଦୁର୍ଭିକ୍ଷ ଭଳି ସ୍ଥିତି ସୃଷ୍ଟି କରିଛି ଇସ୍ରାଏଲ, ଯୁଦ୍ଧ ବିରତିକୁ ହମାସର ପ୍ରତ୍ୟାଖାନ

Published By : Prameya | May 6, 2025 8:54 PM

ଗାଜା - ଗାଜାରେ ଲଗାତାର ଖରାପ ସ୍ଥିତି ଓ ସମ୍ଭାବ୍ୟ ଦୁର୍ଭିକ୍ଷ ମଧ୍ୟରେ , ହମାସ ମଙ୍ଗଳବାର ଇସ୍ରାଏଲ ସହ କୌଣସି ପ୍ରକାରର ଅସ୍ତ୍ରବିରତି ଆଲୋଚନାକୁ ‘ଅନାବଶ୍ୟକ’ ବୋଲି କହିଛି। ଇସ୍ରାଏଲ ଉପରେ କ୍ଷୁଧା ଯୁଦ୍ଧ ଚଳାଇବାର ଅଭିଯୋଗ ଲଗେଇଛି ହମାସ ଏବଂ କହିଛି ଯେ , ଯେପର୍ଯ୍ୟନ୍ତ ଗାଜାରେ ବିନାଶ ଓ ଅନାହାର ଜାରି ରହିଥିବ , ସେପର୍ଯ୍ୟନ୍ତ କଥାବାର୍ତ୍ତାର କୌଣସି ଅର୍ଥ ନାହିଁ। 

ହମାସର ବରିଷ୍ଠ ନେତା ତଥା ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ବାସେମ୍‌ ନିଇମ ଏଏଫ୍‌ପିକୁ କହିଛନ୍ତି , ଯେପର୍ଯ୍ୟନ୍ତ ଗାଜାରେ କ୍ଷୁଧା , ତୃଷ୍ଣା ଓ ହତ୍ୟା ଜାରି ରହିଛି, ସେପର୍ଯ୍ୟନ୍ତ କୌଣସି ନୂଆ ଯୁଦ୍ଧବିରାମ ପ୍ରୟାସ ଉପରେ ଆଲୋଚନା କରିବା ବ୍ୟର୍ଥ। 

ଇସ୍ରାଏଲ ସୁରକ୍ଷା କ୍ୟାବିନେଟ୍‌ ରବିବାର ଗାଜାରେ ପୂର୍ଣ୍ଣ ସେନା ନିୟନ୍ତ୍ରଣର ଯୋଜନାକୁ ଅନୁମୋଦନ ଦେଇ ସାରିଛି। ଏଥିରେ ଅଧିକାଂଶ ଜନସଂଖ୍ୟାକୁ ପୁଣି ଥରେ ବିସ୍ଥାପିତ କରିବାର କଥା ମଧ୍ୟ କୁହାଯାଇଛି। ଇସ୍ରାଏଲର ସେନା କହିଛି ଯେ, ତାଙ୍କର ଅଭିଯାନର ଆଗାମୀ ପର୍ଯ୍ୟାୟ , ଗାଜା ପଟ୍ଟିରେ ନିୟନ୍ତ୍ରଣ ଓ ଏହାକୁ କବଜା କରିବା ସହ ଜଡ଼ିତ। 

ପାଖାପାଖି ୨.୩ କୋଟିର ପୂରା ଗାଜାର ଜନସଂଖ୍ୟା , ବିସ୍ଥାପିତ ହୋଇ ସାରିଛନ୍ତି ନୁହେଁ ତ ଅନେକ ଥର ଘର ବଦଳାଇଛନ୍ତି। ଦୁଇ ମାସର ଇସ୍ରାଏଲୀୟ ପ୍ରତିବନ୍ଧକ ଗାଜାରେ ମାନବୀୟ ସଙ୍କଟକୁ ଆହୁରି ଗଭୀର କରି ଦେଇଛି। ଯୁକ୍ତରାଷ୍ଟ୍ର ସହ ଅନେକ ଏଜେନ୍ସି ମାନେ ଏଠାରେ ଅନାହାର ଓ ଦୁର୍ଭିକ୍ଷର ଚେତାବନୀ ଦେଇ ସାରିଛନ୍ତି। 

ଏପଟେ , ଅସ୍ତ୍ରବିରତିକୁ ନେଇ ମଧ୍ୟସ୍ଥତା କରୁଥିବା କତାର କହିଛି ଯେ, ତାଙ୍କର ଚେଷ୍ଟା ଏବେ ବି ଜାରି ରହିଛି, ହେଲେ ଗ୍ରାଉଣ୍ଡରେ ସ୍ଥିତି ଆଲୋଚନାର ଅନୁକୂଳ ଦେଖା ଯାଉ ନାହିଁ। ଜଣେ ବରିଷ୍ଠ ଇସ୍ରାଏଲୀୟ ସୁରକ୍ଷା ଅଧିକାରୀଙ୍କ ଅନୁସାରେ , ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କର ୧୩ ମଇରୁ ଆରମ୍ଭ ହେଉ ଥିବା ସାଉଦୀଆରବ ଯାତ୍ରା ପୂର୍ବରୁ ଏକ ବନ୍ଧକ ଚୁକ୍ତି ର ସମ୍ଭାବନା ହୋଇପାରେ। ଏହା ସେହି ୱିଣ୍ଡୋ ଅଫ୍‌ ଅପର୍ଚ୍ୟୁନିଟି , ଯାହାକୁ ଇସ୍ରାଏଲ ସେନା କାର୍ଯ୍ୟାନୁଷ୍ଠାନ ପୂର୍ବରୁ ଚାହିଁଛି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.