ନୂଆଦିଲ୍ଲୀ – ପହଲଗାମ ଆତଙ୍କୀ ହମଲା ପରେ ପାକିସ୍ତାନ ସହ ଉତ୍ତେଜନାପୂର୍ଣ୍ଣ ମାହୋଲ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଜଳ ସଂରକ୍ଷଣକୁ ନେଇ ବଡ଼ ବୟାନ ଦେଇଛନ୍ତି। ପିଏମ୍ ମୋଦି କହିଛନ୍ତି , ଯେଉଁ ପାଣି ଭାରତର , ତାହା ଏବେ ଭାରତର କାମରେ ଆସିବ। ପୂର୍ବରୁ ଯେଉଁ ପାଣି ଦେଶରୁ ବାହାରକୁ ଚାଲି ଯାଉଥିଲା , ଏବେ ଏହାକୁ ଏଠାରେ ହିଁ ରୋକା ଯିବ ଏବଂ ଦେଶର ଆବଶ୍ୟକ ପାଇଁ ବ୍ୟବହାର କରାଯିବ। ପିଏମ୍ ମୋଦିଙ୍କ ଏହି ବୟାନ ପାକିସ୍ତାନ ପାଇଁ କଡ଼ା ମେସେଜ୍ ଭାବେ ଦେଖାଯାଉଛି।
ପ୍ରଧାନମନ୍ତ୍ରୀ ମୋଦି ଏହି ବୟାନ ନୂଆ ଦିଲ୍ଲୀରେ ଏକ କାର୍ଯ୍ୟକ୍ରମ ବେଳେ ଦେଇଛନ୍ତି, ସେ ଏହା ଉପରେ କୌଣସି ବିସ୍ତୃତ ସୂଚନା ଦେଇ ନାହାନ୍ତି କି, ଏହି ପାଣି କେଉଁ ଦିଗରେ , କେଉଁ ଦେଶରେ ଯାଉଥିଲା ବା ଏହାକୁ ରୋକିବା ପାଇଁ କଣ ପଦକ୍ଷେପ ଉଠାଯାଉଛି। ହେଲେ ପାକିସ୍ତାନ ସହ ସଦ୍ୟ ଉତ୍ତେଜନାକୁ ଦେଖି କୁହାଯାଉଛି ଯେ ପିଏମ୍ ମୋଦି ପାକିସ୍ତାନ କଡ଼ା ମେସେଜ୍ ଦେଇଛନ୍ତି।
ଉକ୍ତ ବୟାନକୁ ଦେଖି ଜଳ ନୀତିରେ ଏକ ସମ୍ଭାବ୍ୟ ବଡ଼ ପରିବର୍ତ୍ତନର ସଙ୍କେତ ଭାବେ ଦେଖିବାକୁ ମିଳିଛି। ସୂଚନାକାରୀଙ୍କ ଅନୁସାରେ , ଏହି ପଦକ୍ଷେପ ସିନ୍ଧୁ ଜଳ ସନ୍ଧି ଭଳି ଚୁକ୍ତି ଆଡ଼କୁ ସଙ୍କେତ।
ଏହି ମଧ୍ୟରେ ନ୍ୟୁୟର୍କରେ ଓଆଇସି ଗ୍ରୁପ୍ ଦ୍ୱାରା ଜାରି ବୟାନର କଡ଼ା ନିନ୍ଦା କରିଛି ଭାରତ। ବିଦେଶ ମନ୍ତ୍ରଣାଳୟର ପ୍ରବକ୍ତା ରଣଧୀର ଜାୟସୱାଲ କହିଛନ୍ତି ଯେ, ଏହି ବୟାନ ପାକସ୍ତାନର ଇସାରାରେ ଜାରି କରାଯାଇଛି ଏବଂ ଏହା ପହଲଗାମ ଆତଙ୍କୀ ହମଲା ତଥା ଏହାର ସୀମା ପାର୍ ସଂପର୍କକୁ ଅସ୍ୱୀକାର କରିବାର ଅବାନ୍ତର ବୟାନ ।