ନୂଆଦିଲ୍ଲୀ: ଶ୍ରୀଲଙ୍କା ଯାତ୍ରା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଠାର ଐତିହାସିକ ନଗର ଅନୁରାଧାପୁରାରେ ଜୟ ଶ୍ରୀ ମହାବୋଧି ମନ୍ଦିରକୁ ଯାଇ ଦର୍ଶନ କରିଛନ୍ତି। ରାଜଧାନୀ କୋଲମ୍ୱୋରୁ ୨୦୦କିଲୋମିଟର ଦୂର ସ୍ଥିତ ଅନୁରାଧାପୁରା ଏକ ଆଧ୍ୟାତ୍ମିକ ସହର। ଏହାର ଗଣତି ପ୍ରାଚୀନ ସହର ଗୁଡ଼ିକ ମଧ୍ୟରେ ହୋଇଥାଏ। ଏହି ସହର ପାଖାପାଖି ୧୩୦୦ ବର୍ଷ ସୁଦ୍ଧା ଶ୍ରୀଲଙ୍କାର ଶାସକଙ୍କ ରାଜଧାନୀ ରହିଛି। ବର୍ତ୍ତମାନରେ ଏହା ୟୁନେସ୍କୋ ଦ୍ୱାରା ଘୋଷିତ ଏକ ଐତିହ୍ୟ । ପିଏମ୍ ମୋଦି ସୋସିଆଲ ମିଡ଼ିଆରେ ଏକ ପୋଷ୍ଟରେ କହିଛନ୍ତି , ରାଷ୍ଟ୍ରପତି ଦିସାନାୟକେଙ୍କ ସହ ଅନୁରାଧାପୁରାରେ ଜୟ ଶ୍ରୀମହାବୋଧିରେ ପ୍ରାର୍ଥନା କରିଛନ୍ତି। ବୌଦ୍ଧ ଧର୍ମର ସବୁଠୁ ପ୍ରତିଷ୍ଠିତ ସ୍ଥଳରେ ସାମିଲ ଏହି ମନ୍ଦିରର ଦର୍ଶନ କରିବା ଭାବବିହ୍ୱୋଳ କରି ଦେବାର କ୍ଷଣ ।
ସେ କହିଛନ୍ତି , ଏହା ଶାନ୍ତି , ଜ୍ଞାନ ଆଧ୍ୟାତ୍ମିକ ନିରନ୍ତରତାର ଜୀବନ୍ତ ପ୍ରତୀକ । ଭଗବାନ ବୁଦ୍ଧଙ୍କ ଶିକ୍ଷା ସର୍ବଦା ଆମର ମାର୍ଗଦର୍ଶନ କରି ଆସିଛି। ଜୟ ଶ୍ରୀ ମହାବୋଧି ମନ୍ଦିରର ଭାରତ-ଶ୍ରୀଲଙ୍କା ସଭ୍ୟତାଗତ ସମ୍ୱନ୍ଧରେ ବିଶେଷ ମହତ୍ତ୍ୱ ଅଛି। ମାନ୍ୟତା ରହିଛି କି ବୋଧି ବୃଦ୍ଧର ଉତ୍ପତ୍ତି ଭାରତର ବୋଧଗୟାରେ ହୋଇଛି ସମ୍ରାଟ ଅଶୋକଙ୍କର ଝିଅ ଥେରୀ ସଂଘମିତ୍ରା ଭାରତରୁ ବୋଧି ବୃକ୍ଷର ଗଛ ଆଣି ଥିଲେ ଏବଂ ଏହି ମନ୍ଦିରର ପରିସରରେ ସେଗି ଗଛ ଲଗା ଯାଇ ଥିଲା।
ଶ୍ରୀଲଙ୍କାର ରାଜା ବିଜୟାଙ୍କ ମନ୍ତ୍ରୀ ଥିବା ଅନୁରାଧା ପାଖାପାଖି ୩୭୭ ବିସି ରେ ଏହି ନଗରର ସ୍ଥାପନା କରିଥିଲେ। ଏହାପରେ ରାଜା ପାଣ୍ଡୁକଭୟ ଅନୁରାଧାପୁରାକୁ ନିଜର ରାଜଧାନୀ କରିଥିଲେ। ଏହାପରେ ୧-୧୭ ଏଡି ଯାଏ ରାଜମାନେ ଏହାକୁ ନିଜର ରାଜଧାନୀ କରିଥିଲେ। ବୌଦ୍ଧ ଧର୍ମର ପ୍ରସାର କରିବା ବେଳେ ସମ୍ରାଟ ଅଶୋକଙ୍କର ଝିଅ ରାଜକୁମାରୀ ସଂଘମିତ୍ରା ଏଠାରେ ବୋଧଗୟାରୁ ବୋଧିବୃକ୍ଷର ଗଛ ନେଇ ପହଞ୍ଚି ଥିଲେ । ଏବେ ଏଠାରେ ଏକ ବିଶାଳ ବୃକ୍ଷ ଅଛି।
ଅନୁରାଧାପୁରାରେ ଅନେକ ମଠ ଓ ସ୍ତୁପ ଆଜି ବି ରହିଛି। ଏଠାରେ ଜେତବନରମୈୟା ସ୍ତୁପ ୧୨୨ ମିଟର ଉଚ୍ଚତାର। ଏହାକୁ ଦୁନିଆର ସବୁଠୁ ଉଚ୍ଚତମ ସ୍ତୁପ ଭାବେ କୁହାଯାଏ। ଏହାର ନିର୍ମାଣ ୩ୟ ଶତାବ୍ଦୀ ରେ କରାଯାଇ ଥିଲା। ୧୪୦ ଏଡିରେ ଏଠାରେ ରାଜା ଦୁତୁଗେମୁନୁ ଦାଗୋବାଙ୍କ ସ୍ତୁପ ନିର୍ମାଣ କରାଯାଇ ଥିଲା , ଯେଉଁଥିରେ ମାନ୍ୟତା ଅଛି କି ମହାତ୍ମା ବୁଦ୍ଧଙ୍କର ଦାନ୍ତ ରଖାଯାଇ ଥିଲା। ଇତିହାସ ମୁତାବିକ ୯୯୩ ଏଡିରେ ଭାରତୀୟ ଶାସକ ରାଜେନ୍ଦ୍ର ଚୋଳ ପ୍ରଥମ ଅନୁରାଧାପୁରାରେ ଆକ୍ରମଣ କରିଥିଲେ ଏବଂ ତତ୍କାଳୀନ ଶାସକ ମହିନ୍ଦ୍ରାଙ୍କୁ ବନ୍ଦୀ କରି ଭାରତ ନେଇ ଆସିଥିଲେ। ଏହାପରେ ଅନୁରାଧାପୁରାର ପତନ ଆରମ୍ଭ ହୋଇ ଥିଲା।