ପ୍ରମୂଖ ଖବର
  • କଟକ : ମନ୍ଦିରରୁ ସୁନା ରୂପା ଅଳଙ୍କାର ଲୁଟ ଘଟଣା, ୩ ସନ୍ଦିଗ୍ଧ ଅଟକ
  • ||
  • ସମ୍ୱଲପୁର : ଭାରସାମ୍ୟ ହରାଇ ଗଛକୁ ପିଟିଲା ବାଇକ୍‌, ଜଣେ ମୃତ
  • ||
  • ବରଗଡ଼ : ଧନୁଯାତ୍ରା ପାଇଁ ଶିକ୍ଷାନୁଷ୍ଠାନ ସମୟରେ ପରିବର୍ତ୍ତନ, ସକାଳ ୮ଟାରୁ ମଧ୍ୟାହ୍ନ ୧ଟା ପର୍ଯ୍ୟନ୍ତ ଚାଲିବ ପାଠପଢା
  • ||
  • ଜାଡ଼ରେ ଥରୁଛି ପୂର୍ବ ଭାରତ: ୟୁପି-ବିହାରରେ ଆଖିବୁଜିଲେ ୧୦ ଜଣ
  • ||
  • ଇସ୍ତଫା ଦେବେ କନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋ !
  • ||
  • ରାୟଗଡ଼ା ରେଳ ଡିଭିଜନ୍‌ ପ୍ରକଳ୍ପ, ଆଜି ଆଭାସିରେ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ପ୍ରଧାନମନ୍ତ୍ରୀ
  • ||
  • କାମାକ୍ଷାନଗର : ରାମିଆଳ ନଦୀ ବ୍ରିଜ୍‌ ତଳକୁ ଖସିଲା ବାଇକ୍‌: ଜଣେ ମୃତ, ଜଣେ ଗୁରୁତର
  • ||
  • ଘନ କୁହୁଡ଼ିର ଚାଦର ତଳେ କଟକ, ଜନଜୀବନ ପ୍ରଭାବିତ
  • ||
  • ରାଜ୍ୟରେ ସାମାନ୍ୟ କମିପାରେ ଜାଡ଼ ,୨ରୁ ୩ ଡିଗ୍ରୀ ବଢ଼ିବ ରାତି ତାପମାତ୍ରା
  • ||
  • ଆଜିଠୁ ସାତକୋଶିଆରେ କୁମ୍ଭୀର ଗଣନା, ୧୭ ତାରିଖରେ ହେବ ପକ୍ଷୀ ଗଣନା
  • ||

ଗ୍ରାମୀଣ ଭାରତ ମହୋତ୍ସବର ଉଦଘାଟନ କରିବେ ପିଏମ୍ ମୋଦି, ଜନସଭାକୁ କରିବେ ସମ୍ବୋଧନ

Published By : Ankita S | January 4, 2025 7:59 AM

ନୂଆଦିଲ୍ଲୀ,୦୪/୦୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି (ଶନିବାର) ଭାରତ ମଣ୍ଡପମରେ ଗ୍ରାମୀଣ ଭାରତ ମହୋତ୍ସବ ୨୦୨୫ର ଉଦଘାଟନ କରିବେ । ଏହି ମହୋତ୍ସବ ୪ରୁ ୯ ତାରିଖ ଯାଏ ଚାଲିବ । ଏହି ଅବସରରେ ପ୍ରଧାନମନ୍ତ୍ରୀ ଭାରତର ମଣ୍ଡପମରେ ଏକ ଜନସଭାକୁ ସମ୍ବୋଧନ କରିବେ । ଏହି ମହୋତ୍ସବ ବିକଶିତ ଭାରତ ୨୦୪୭ ପାଇଁ ଏକ ସୃଦୁଢ ଗ୍ରାମୀଣ ଭାରତ ନିର୍ମାଣ କରିବା ଥିମ ଉପରେ ଆଧାରିତ ରହିଛି ।

ପ୍ରଧାନମନ୍ତ୍ରୀ ମନ୍ତ୍ରଣାଳୟ ପକ୍ଷରୁ କହୁଯାଇଛି କି, ଆଜି (ଶନିବାର) ପୂର୍ବାହ୍ନ ୧୦ଟା୩୦ରେ ଦିଲ୍ଲୀ ଭାରତ ମଣ୍ଡପମରେ ଗ୍ରାମୀଣ ଭାରତ ମହୋତ୍ସବ ୨୦୨୫ର ଉଦଘାଟନ କରିବେ । ଏହି ଅବସରରେ ଏକ ଜନସଭାକୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଗାଁ ବଢିବ ତ ଦେଶ ବଢିବ-ପିଏମଓ ତାର ବିବୃତ୍ତିରେ କହିଛି କି, ଏହି ମହୋତ୍ସବର ଉଦ୍ଦେଶ୍ୟ ଗ୍ରାମୀଣ ଭାରତର ଉଦ୍ୟମଶୀଳତା ଭାବନା ଏବଂ ସାଂସ୍କୃତିକ ଐତିହ୍ୟର ଉତ୍ସବ ମନାଇବ । ଯାହା ବିକଶିତ ଭାରତ ୨୦୨୭ ପାଇଁ ସମାବେଶୀ ଗ୍ରାମୀଣ ଭାରତ ନିର୍ମାଣ କରିବା ବିଷୟ ବସ୍ତୁ ଉପରେ ଆଧାରିତ ହେବ । ଯାହାର ମୋଟ ରହିଛି 'ଗାଁ ବଢିବ ତ ଦେଶ ବଢିବ' । ଏହି ମହୋତ୍ସବ ଜାନୁଆରୀ ୯ ତାରିଖ ଯାଏ ଚାଲିବ ।

ମହୋତ୍ସବର ଉଦ୍ଦେଶ୍ୟ ବିଭିନ୍ନ ଆଲୋଚନା, କର୍ମଶାଳା ଓ ମାଷ୍ଟରକ୍ଲାସ ମାଧ୍ୟମରେ ଗ୍ରାମୀଣ ଜିନିଷକୁ ପ୍ରୋତ୍ସାହିତ କରିବା । ଆତ୍ମନିର୍ଭର ଅର୍ଥ ବ୍ୟବସ୍ଥା ନିର୍ମାଣ କରିବ ଏବଂ ଗ୍ରାମୀଣ ସମୁଦାୟଙ୍କୁ ପ୍ରୋତ୍ସାହନ ଦେବା । ମହୋତ୍ସବର ଉଦ୍ଦେଶ୍ୟ ଗ୍ରାମୀଣ ମହିଳାଙ୍କୁ ସଶକ୍ତ କରିବା, ସରକାରୀ ଅଧିକାରୀ ଏବଂ ଗ୍ରାମୀଣ ଉଦ୍ଦ୍ୟୋଗଙ୍କୁ ଏକାସଙ୍ଗରେ ଆଣିବା ।









  • prameyanews
  • PrameyaOdia
  • prameya
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.