ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

କାରଗିଲ ବିଜୟ ଦିବସର ୨୫ ବର୍ଷ ପୂର୍ତ୍ତି, ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ମୋଦି

ନୂଆଦିଲ୍ଲୀ,୨୬/୭:  ଭାରତ ପାଇଁ ଆଜି ଏକ ସ୍ମରଣୀୟ ଦିନ। ୨୫ ବର୍ଷ ତଳେ ଆଜିର ଦିନରେ ଯୁଦ୍ଧଭୂମିରେ ଶତ୍ରୁକୁ ଧୂଳି ଚଟାଇ ଓ ପରାକ୍ରମର ପରିଚୟ ଦେଇଥିଲା ଭାରତୀୟ ସେନା। ଏହି ଦିନକୁ ଦେଶ ପାଳନ କରୁଛି  କାର୍ଗିଲ ବିଜୟ ଦିବସ।  କାରଗିଲ  ବିଜୟ ଦିବସର ୨୫ ବର୍ଷ ପୂର୍ତ୍ତି ଉତ୍ସବ ବା ରୌପ୍ୟ ଜୟନ୍ତୀ । ଏହି ଅବସରରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲଦାଖସ୍ଥିତ କାରଗିଲ ଯୁଦ୍ଧ ସ୍ମାରକୀ ସ୍ଥଳରେ ପହଞ୍ଚି ସେଠାରେ ପ୍ରଧାନମନ୍ତ୍ରୀ ଭାରତ- ପାକିସ୍ତାନ ଯୁଦ୍ଧରେ ନିଜ ପ୍ରାଣବଳି ଦେଇଥିବା ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

ଏହାପରେ ପ୍ରଧାନମନ୍ତ୍ରୀ ମୋଦି ଲଦାଖସ୍ଥିତ ଦ୍ରାସ ଅଞ୍ଚଳରେ ଥିବା କାରଗିଲ ୱାର ମେମୋରିଆଲ ବି ପରିଦର୍ଶନ କରିଛନ୍ତି। ଏହାକୁ ଲଦାଖର ପ୍ରବେଶ ଦ୍ୱାର କୁହାଯାଇଥାଏ। ପ୍ରତିବର୍ଷ ୨୬ ଜୁଲାଇରେ କାରଗିଲ ବିଜୟ ଦିବସ ପାଳିତ ହୋଇଥାଏ। କିନ୍ତୁ ଚଳିତ ବର୍ଷ କାରଗିଲ ବିଜୟ ଦିବସର ୨୫ ବର୍ଷପୂର୍ତ୍ତି ଅବସରରେ ରଜତ ଜୟନ୍ତୀ ପାଳିତ ହେଉଛି। ଏହି ଅବସରରେ କାରଗିଲ ଯୁଦ୍ଧ ଶହୀଦଙ୍କ ପରିବାରବର୍ଗ ବି ଉପସ୍ଥିତ ଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ କହିଛନ୍ତି, କାଗରିଲ ବିଜୟ ଦିବସ ସବୁ ଭାରତୀୟଙ୍କ ପାଇଁ ସ୍ୱତନ୍ତ୍ର । ଯେଉଁମାନେ ଆମ ପାଇଁ ନିଜ ଜୀବନକୁ ବଳି ଦେଇଛନ୍ତି ସେମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବାକୁ ଏହା ଏକ ଦିନ ବୋଲି କହିଛନ୍ତି । 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.