ପ୍ରମୂଖ ଖବର
  • କୋଏଲ ନଦୀରେ ବୁଡି ଛାତ୍ର ମୃତ
  • ||
  • ଭିଜିଲାନ୍ସ ଜାଲରେ ପୁଣି ଜଣେ ଯନ୍ତ୍ରୀ, ୧୦ ହଜାର ଲାଞ୍ଚ ନେବା ବେଳେ କନିଷ୍ଠ ଯନ୍ତ୍ରୀ ଅଶୋକ ଦାସଙ୍କୁ ଧରିଲା ଭିଜିଲାନ୍ସ ଟିମ୍
  • ||
  • ଆସନ୍ତା ୧୯ରୁ ହାଇକୋର୍ଟଙ୍କ ଗ୍ରୀଷ୍ମ ଅବକାଶ, ୮ ଦିନ ବସିବ ଅବକାଶକାଳୀନ ଅଦାଲତ
  • ||
  • ଆସନ୍ତା ୩୧ରେ ଆଇଟିଆଇ ନାମଲେଖା ଆବେଦନ ଶେଷ, ଜୁନ୍‌ ୬ରେ ପ୍ରଥମ ମେଧା ତାଲିକା
  • ||
  • ନିଶ୍ଚିନ୍ତକୋଇଲି ବ୍ଲକ୍‌ ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ଭୋଟ୍‌ ରାଜନୀତି, ୩୦ରେ ଆସ୍ଥା ପ୍ରମାଣିତ କରିବେ ରୋଜି
  • ||
  • ଯାଜପୁରରେ ଟାଟା କରିବ ୬୩ ହଜାର କୋଟିର ପ୍ରକଳ୍ପ, ୩୪ ହଜାର ଲୋକଙ୍କୁ ମିଳିବ ନିଯୁକ୍ତି
  • ||
  • କନ୍ଧମାଳ : ଗାଧେଇବା ବେଳେ ଅଘଟଣ, ପୋଖରୀରେ ବୁଡି ଶିଶୁ ମୃତ
  • ||
  • କେନ୍ଦୁଝର : ନଦୀରେ ବୁଡି ଯୁବକଙ୍କ ମୃତ୍ୟୁ, କ୍ଷତିପୂରଣ ପାଇଁ ସ୍ଥାନୀୟଲୋକଙ୍କ ଦାବି
  • ||
  • Operation Sindoor; ଖୋଲିବ ପାକିସ୍ତାନ ପୋଲ୍, ୭ ସାଂସଦଙ୍କୁ ନେଇ ସର୍ବଦଳୀୟ ଟିମ୍‌ ଗଠନ
  • ||
  • ନୂଆପଡ଼ା: ଜୁଆ ଆଡ୍ଡା ଉପରେ ଚଢ଼ାଉ ବେ​‌ଳେ​‌ ୧୫ ଗିରଫ, ୨୭ ହଜାରୁ ଉର୍ଦ୍ଧ୍ୱ ଟଙ୍କା ଜବତ
  • ||
  • ବରଗଡ଼: ଅନୁପ ଶତପଥି ହେଲେ ବରଗଡ ଜିଲ୍ଲା ଅଦାଲତର ଭାରପ୍ରାପ୍ତ ପିପି
  • ||
  • ଗଞ୍ଜାମ : ସିନ୍ଦୂରାପଲ୍ଲୀରେ ବୁଲିଲା ଖଣ୍ଡା ଏବଂ ଠେଙ୍ଗା, ୨୦ରୁ ଉର୍ଦ୍ଧ୍ୱ ଆହତ
  • ||
  • କଟକ: ବିସ୍କୁଟ୍ କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ, କୋଟିଏ ଟଙ୍କାର କ୍ଷୟକ୍ଷତି, ବହୁ ଅତ୍ୟାଧୁନିକ ମେସିନ୍ ପୋଡ଼ି ପାଉଁଶ
  • ||
  • ଉପକୂଳରେ କଲବଲ କରୁଛି ଅସମ୍ଭାଳ ଗୁଳୁଗୁଳି, ୫ ଦିନ ଯାଏଁ ନିସ୍ତାର ନାହିଁ
  • ||
  • ଅନୁପ ଶତପଥି ହେଲେ ବରଗଡ ଜିଲ୍ଲା ଅଦାଲତର ଭାରପ୍ରାପ୍ତ ପିପି
  • ||
  • କଟକ : ଧାନ ବିଲକୁ ଯାଇଥିଲେ ବୃଦ୍ଧ, ବିଦ୍ୟୁତ ଆଘାତରେ ଚାଲିଗଲା ଜୀବନ
  • ||
  • କେନ୍ଦୁଝର : ହାଇୱାକୁ ପଛରୁ ପିଟିଲା ମିନି ଟ୍ରକ୍‌, ଦୁଇ ଗୁରୁତର
  • ||
  • ସମ୍ବଲପୁର: ତପସ୍ବନୀ ଏକ୍ସପ୍ରେସ୍‌କୁ ପଥର ମାଡ଼, ଭାଙ୍ଗିଲା ଟ୍ରେନ୍ କାଚ୍
  • ||
  • ରାତି ୨ଟା ୩୦ରେ ମୁନିର ଫୋନ୍ କରିଥିଲେ; କହିଲେ ଭାରତ ହମଲା କରିଦେଲା...ନୂର ଏୟାରବେସ୍‌ରେ ମିସାଇଲ ମାଡ଼କୁ ମାନିଲେ ଶେହବାଜ
  • ||
  • ରବିବାର ଇସ୍ରୋର ୧୦୧ତମ ଉତ୍‌କ୍ଷେପଣ, ଶ୍ରୀହରିକୋଟାରୁ ଲଞ୍ଚ୍‌ ହେବ ଇସ୍ରୋର ଇଓଏସ୍‌-୯ ମିଶନ
  • ||
  • IPL 2025: ୧୦ ଦିନ ପରେ ଫେରିଲା ଫଟାଫଟ୍ କ୍ରିକେଟ୍, ଆଜି ରୟାଲ ଚ୍ୟାଲେଞ୍ଜର୍ସକୁ ଭେଟିବ ନାଇଟ୍‌ ରାଇଡର୍ସ
  • ||
  • ଭୁବନେଶ୍ୱର : ବାଇକ୍‌ରେ ଆସି କାର୍‌ କାଚ ଭାଙ୍ଗିଲେ ଦୁର୍ବୃତ୍ତ, ଅଭିଯୁକ୍ତ ଫେରାର
  • ||
  • ବାସୁଦେବପୁର : ଭୋଜି ଖାଇ ଫେରିବା ବେଳେ ଓଲଟିଲା ଚାରି ଚକିଆ ଗାଡି, ୧୦ରୁ ଉର୍ଦ୍ଧ୍ଵ ଗୁରୁତର
  • ||
  • ମେ' ୨୦ ସୁଦ୍ଧା ଯୁକ୍ତ ଦୁଇ ପରୀକ୍ଷା ଫଳ, ଏବେ ଚୂଡ଼ାନ୍ତ ପର୍ଯ୍ୟାୟରେ ପ୍ରକ୍ରିୟା
  • ||

ଯୁକ୍ତ ଦୁଇ ନାମଲେଖା ବିଜ୍ଞପ୍ତି କେବେ ? ଫଳ ପ୍ରକାଶ ପରେ କଲେଜରେ ନାମ ଲେଖାଇବାକୁ ଅପେକ୍ଷାରେ ଛାତ୍ରଛାତ୍ରୀ

Published By : Prameya | May 17, 2025 12:05 PM

ଭୁବନେଶ୍ୱର,୧୭/୦୫: ରାଜ୍ୟରେ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶିତ ହେବାକୁ ଇତିମଧ୍ୟରେ ୧୫ଦିନ ବିତିଗଲାଣି । ସିବିଏସ୍‌ଇ ଦଶମ ଫଳ ମଧ୍ୟ ବାହାରି ସାରିଛି । ହେଲେ ଏପର୍ଯ୍ୟନ୍ତ ଯୁକ୍ତ ଦୁଇ ନାମଲେଖା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇନି । ଯାହାକୁ ନେଇ ଚିନ୍ତାରେ ପଡ଼ିଛନ୍ତି ଛାତ୍ରଛାତ୍ରୀ।    

ଗୋଟିଏ ପଟେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଯୁକ୍ତ ତିନି ନାମଲେଖା ପାଇଁ  ଆବେଦନ ପ୍ରକ୍ରିୟା ଚାଲିଛି । ଯୁକ୍ତ ତିନି ନାମଲେଖା ପାଇଁ ଗତ ଏପ୍ରିଲ୍‌ ୧୬ ତାରିଖରୁ ନାମଲେଖା ଆବେଦନ ଆରମ୍ଭ ହୋଇଛି । ସେହିପରି ପିଜିର ନାମଲେଖା ଆବେଦନ  ଶେଷ ହୋଇ ପ୍ରବେଶିକା ପରୀକ୍ଷା ମଧ୍ୟ ସରିଲାଣି । ବିଏଡ୍‌ର ନାମଲେଖା ଆବେଦନ  ଶେଷ ହୋଇଛି । ହେଲେ ସ୍କୁଲ ଓ ଗଣଶିକ୍ଷା ବିଭାଗ ପଛରେ ରହିଛି । ଯୁକ୍ତ ଦୁଇ ନାମଲେଖା ବିଜ୍ଞପ୍ତି ପ୍ରକାଶ ପାଉନଥିବାରୁ ଛାତ୍ରଛାତ୍ରୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି ।   

ବିଭାଗର ତଥ୍ୟ ଅନୁସାରେ, ୨୦୨୫-୨୬ ଶିକ୍ଷାବର୍ଷରେ ରାଜ୍ୟର ସମସ୍ତ  ଜିଲ୍ଲାରେ ଥିବା ୨୩୯୫ଟି ଜୁନିଅର କଲେଜ(ଯୁକ୍ତ ଦୁଇ)ରେ ୫ ଲକ୍ଷ୬୩ ହଜାର  ସିଟ୍‌ରେ ନାମଲେଖା ହେବ । କଳାରେ ସର୍ବାଧିକ ୩ ଲକ୍ଷ  ୧୭ହଜାର ୭୦୮ଟି ସିଟ୍‌ ଥିବା  ବେଳେ ବିଜ୍ଞାନରେ ୧ ଲକ୍ଷ ୭୯  ହଜାର ୪୫୩, ବାଣିଜ୍ୟରେ  ୪୧୯୧୨, ସଂସ୍କୃତରେ ୧୩୫୦୪ ଓ ଭୋକେସନାଲ୍‌(ଧନ୍ଦାମୂଳକ)ରେ ସର୍ବନିମ୍ନ ୧୦୫୮୮ଟି ସିଟ୍‌ରେ ନାମଲେଖା ହେବ । ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୧୬୬ଟି କଲେଜ  ରହିଛି । ଏହାପରେ ବାଲେଶ୍ୱରରେ ୧୫୬, ଗଞ୍ଜାମରେ ୧୫୪, ମୟୂରଭଞ୍ଜରେ ୧୩୬,  କଟକରେ ୧୩୩, ଯାଜପୁରରେ ୧୧୪, ସୁନ୍ଦରଗଡ଼ରେ ୧୧୨, ବଲାଙ୍ଗିରରେ ୧୧୧,  କଳାହାଣ୍ଡିରେ ୧୦୬ଟି କଲେଜ ଅଛି । 

ସେହିପରି ପୁରୀରେ ୯୮, କେନ୍ଦ୍ରାପଡ଼ାରେ  ୯୨, କେନ୍ଦୁଝରରେ ୮୭, କୋରାପୁଟରେ ୬୬, ସମ୍ବଲପୁରରେ ୬୯, ସୋନପୁରରେ  ୫୧, ଅନୁଗୁଳରେ ୬୪, ବରଗଡ଼ରେ ୮୨, ଭଦ୍ରକରେ ୮୩, ଢେଙ୍କାନାଳରେ ୬୮,  ରାୟଗଡ଼ାରେ ୫୩, ନବରଙ୍ଗପୁରରେ ୫୧, ନୟାଗଡ଼ରେ ୫୫, କନ୍ଧମାଳରେ ୪୨,  ନୂଆପଡ଼ାରେ ୩୯, ଗଜପତିରେ ୩୪, ମାଲକାନଗିରିରେ ୩୨, ଝାରସୁଗୁଡ଼ାରେ  ୩୧, ବୌଦ୍ଧରେ ୨୫, ଦେବଗଡ଼ରେ ସର୍ବନିମ୍ନ ୨୪ଟି ଜୁନିଅର କଲେଜ ରହିଛି ।   

ଚଳିତବର୍ଷ ୪ ଲକ୍ଷ ୮୪ ହଜାର ୮୬୩ ଜଣ ଛାତ୍ରଛାତ୍ରୀ ମାଟ୍ରିକ ପାସ୍‌  କରିଥିବା ବେଳେ ୫୫ ହଜାର ୭୩୪ଜଣ ସିବିଏସଇ ଦଶମ ପରୀକ୍ଷାରେ କୃତକାର୍ଯ୍ୟ  ହୋଇଛନ୍ତି । ମାଧ୍ୟମିକ ଶିକ୍ଷା ବୋର୍ଡର ମାଟ୍ରିକ ପରୀକ୍ଷା ଫଳ ବାହାରିବା ଭଳି  ଆଇସିଏସ୍‌ଇ ଓ ସଂସ୍କୃତ ମଧ୍ୟମା ପରୀକ୍ଷା ଫଳ ମଧ୍ୟ ବାହାରି ସାରିଛି । ତେଣୁ କେବେ  ଯୁକ୍ତ ଦୁଇ ନାମ ଲେଖା ବିଜ୍ଞପ୍ତି ବାହାରିବ, ଛାତ୍ରଛାତ୍ରୀମାନେ ଅପେକ୍ଷାରେ ରହିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.