ଭୁବନେଶ୍ୱର, ୧୭/୦୫: ଆସନ୍ତା ୨୨ ତାରିଖରେ ୧ ଲକ୍ଷ ୧୪ ହଜାର କୋଟି ଟଙ୍କା ପ୍ରକଳ୍ପର ଗ୍ରାଉଣ୍ଡ ବ୍ରେକିଂ ଓ ଉଦଘାଟନ କାର୍ଯ୍ୟକ୍ରମ ରହିଛି । ଯାଜପୁର ଜିଲ୍ଲାରେ ୧୨ ପ୍ରକଳ୍ପର ଶିଳାନ୍ୟାସ ଓ ୪ ପ୍ରକଳ୍ପ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ। କେବଳ ଟାଟାର ୬୩ ହଜାର କୋଟି ଟଙ୍କାର ପ୍ରକଳ୍ପ ଶିଳାନ୍ୟାସ କରାଯିବ । ଏହାଦ୍ୱାରା ୩୪ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଏନେଇ ଶିଳ୍ପ ମନ୍ତ୍ରୀ ସମ୍ପଦ ଚଅଧଅ ସ୍ୱାଇଁ ଗଣମାଧ୍ୟମକୁ ସଚିବାଳୟରେ ସୂଚନା ଦେଇଛନ୍ତି ।
JSW ଓ ବେଦାନ୍ତ ବି ଶିଳ୍ପ ପ୍ରତିଷ୍ଠା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି । ଆଗକୁ ଗ୍ରାଉଣ୍ଡିଂ ହେବ। ଜଗତସିଂପୁରରେ ପୋସ୍କୋ ସ୍ଥାନରେ JSW ପ୍ଲାଣ୍ଟ କରୁଛି। କାମ ଆରମ୍ଭ ହେଲାଣି । AMNS ପାରାଦ୍ଵୀପରେ କାମ ଆରମ୍ଭ କରିଛି । କେନ୍ଦ୍ରାପଡ଼ାରେ କାମ ଜାରି ରହିଛି ବୋଲି କହିଛନ୍ତି ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ୱାଇଁ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।