ଭୁବନେଶ୍ୱର,୧୭/୦୫: ରାଜ୍ୟରେ ଥିବା ବିଭିନ୍ନ ସରକାରୀ ଓ ବେସରକାରୀ ଶିଳ୍ପ ତାଲିମ କେନ୍ଦ୍ର(ଆଇଟିଆଇ)ମାନଙ୍କରେ ଶିକ୍ଷାବର୍ଷ ୨୦୨୫-୨୬ ପାଇଁ ନାମଲେଖା ପ୍ରକ୍ରିୟା ଚାଲୁରହିଛି । ଚଳିତବର୍ଷ ସାମ୍ସ ଜରିଆରେ ମେଧାଭିତ୍ତିକ ପଦ୍ଧତିରେ ନାମ ଲେଖାଯିବ । ଏଥିପାଇଁ ଗତ ଏପ୍ରିଲ୍ ୧୦ ତାରିଖରୁ ଅନଲାଇନ୍ ଆବେଦନପତ୍ର ଗ୍ରହଣ କରାଯାଉଛି । ଆସନ୍ତା ୩୧ ହେଉଛି ନାମଲେଖା ଆବେଦନ ଗ୍ରହଣର ଶେଷ ତାରିଖ । ଜୁନ୍ ୬ରେ ପ୍ରଥମ ମେଧା ତାଲିକା ପ୍ରକାଶ ପାଇବ । ସେହିଦିନ ଇଣ୍ଟିମେସନ୍ ଲେଟର୍ ମଧ୍ୟ ଡାଉନଲୋଡ କରିପାରିବେ ଛାତ୍ରଛାତ୍ରୀ । ଜୁନ୍ ୯ ସୁଦ୍ଧା ତ୍ରୁଟି ସଂଶୋଧନ ପାଇଁ ସୁଯୋଗ ରହିଛି । ଜୁନ୍ ୨୦ରେ ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ । ଜୁନ୍ ୨୧ ସୁଦ୍ଧା ଆଡମିଶନ୍ ପାଇଁ ଚୟନ ହୋଇଥିବା ଛାତ୍ରଛାତ୍ରୀମାନେ ନିଜ ନିଜ ଆଇଟିଆଇରେ ଯାଇ ତଥ୍ୟ ଦେବେ ।

‘ଆମେ ଶଶି ଥରୁରଙ୍କ ନାଁ ଦେଇନଥିଲୁ’; ପ୍ରତିନିଧିମଣ୍ଡଳ...