ପ୍ରମୂଖ ଖବର
  • ଯୁଦ୍ଧଗ୍ରସ୍ତ ଇରାନ୍‌ରୁ ଆର୍ମେନିଆରେ ପହଞ୍ଚିଲେ ୧୧୦ ଭାରତୀୟ, ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଆଡ୍‌ଭାଇଜରୀ ଜାରି
  • ||
  • ଗୋପାଳପୁର ବେଳାଭୂମିରେ ଗଣଦୁଷ୍କର୍ମ ଅଭିଯୋଗ, ସମସ୍ତ ୧୦ ଅଭିଯୁକ୍ତକୁ ଗିରଫ କଲା ପୁଲିସ
  • ||
  • କୋକସରା: ଦେପୁର ନିକଟରେ ଗଛରେ ପିଟି ହେଲା ବାଇକ, ଦୁଇ ମୃତ ଜଣେ ଗୁରୁତର
  • ||
  • ପ୍ରତିକୂଳ ପାଗ ପାଇଁ ୧୭ରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା, ଡାକବାଜି ଯନ୍ତ୍ରରେ କରାଗଲା ସତର୍କ
  • ||
  • ବଲାଙ୍ଗିର: ରାଜ୍ୟସ୍ତରୀୟ କୃଷକ ଶକ୍ତି ସମାବେଶରେ ସାମିଲ୍ ହେଲେ ମୁଖ୍ୟମନ୍ତ୍ରୀ, ସଫଳ ଚାଷୀଙ୍କୁ ସମ୍ବର୍ଦ୍ଧିତ କରାଯିବ
  • ||
  • ବଲାଙ୍ଗୀର ସହର ଭିତରେ ଦୁର୍ଘଟଣା, ଭାରସାମ୍ୟ ହରାଇ ରାସ୍ତାକଡ଼ ଦୋକାନକୁ ପଶିଗଲା କଣ୍ଟେନର
  • ||
  • ବସୁମତୀ ସ୍ନାନ ସହ ଶେଷ ହେଲା ରଜ, ୩ ଦିନର ବିଶ୍ରାମ ପରେ ଶୁଦ୍ଧ ସ୍ନାନ କଲେ ବସୁମାତା
  • ||
  • ଏୟାର ଇଣ୍ଡିଆ ବିମାନରେ ଯାନ୍ତ୍ରିକ ତ୍ରୁଟି; କୋଲକାତାରେ ଜରୁରୀ ଅବତରଣ
  • ||
  • ପରମାଣୁ ଅସ୍ତ୍ର ନେଇ ଇରାନ୍‌କୁ ଟ୍ରମ୍ପଙ୍କ କଡ଼ା ଚେତାବନୀ, କହିଲେ ତୁରନ୍ତ ତେହେରାନ୍ ଛାଡ଼, ଡ଼ାକିଲେ ବଡ଼ ବୈଠକ
  • ||
  • କାନାଡ଼ାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଆଜି ଓ କାଲି ଦୁଇ ଦିନ ଧରି G7 ସମିଟ୍‌ରେ ସାମିଲ ହେବେ
  • ||
  • ଅନବସରରେ ମହାପ୍ରଭୁ: ଫୁଲୁରି ତେଲ ଘଷା ହେବାରେ ଉପଶମ ହେଉଛନ୍ତି ଦାରୁବ୍ରହ୍ମ, ଆଜି ଓଷ ଲାଗି ନୀତି
  • ||
  • ଏବେ ବଡ଼ ବର୍ଷା ନାହିଁ: ଆଜି କିଛି ସ୍ଥାନରେ ବର୍ଷିବ, ୨୩ରୁ ପୁଣି ବଢ଼ିପାରେ, ତାପମାତ୍ରା ୨ରୁ ୪ ଡିଗ୍ରୀ କମିବା ସମ୍ଭାବନା
  • ||

ଆସନ୍ତା ୧୯ରୁ ହାଇକୋର୍ଟଙ୍କ ଗ୍ରୀଷ୍ମ ଅବକାଶ, ୮ ଦିନ ବସିବ ଅବକାଶକାଳୀନ ଅଦାଲତ

Published By : Prameya | May 17, 2025 1:47 PM

କଟକ,୧୭/୦୫: ଆସନ୍ତା ୧୯ ତାରିଖରୁ  ହାଇକୋର୍ଟଙ୍କ ଗ୍ରୀଷ୍ମ ଅବକାଶ ଆରମ୍ଭ ହେଉଛି ।  ଫଳରେ ୧୯ ତାରିଖରୁ କୋର୍ଟ ବନ୍ଦ ହେବ ଓ ଜୁନ୍‌ ୧୭ ତାରିଖରୁ ଅଦାଲତ କାର୍ଯ୍ୟାରମ୍ଭ କରିବେ । ଏହି  ସମୟ ମଧ୍ୟରେ ଜରୁରି ମାମଲାର ଶୁଣାଣି ପାଇଁ  ୮ଦିନ ଅବକାଶକାଳୀନ ଅଦାଲତ ବସିବ ବୋଲି ହାଇକୋର୍ଟ ରେଜିଷ୍ଟ୍ରାର୍‌ ଜେନେରାଲ୍‌ଙ୍କ ପକ୍ଷରୁ ବିଜ୍ଞପ୍ତି  ଜାରି କରାଯାଇଛି । ସାଧାରଣ ଛୁଟିଦିନକୁ ଛାଡ଼ିଦେଲେ ଅନ୍ୟ ଦିନ ହାଇକୋର୍ଟ କାର୍ଯ୍ୟାଳୟ ଦିନ ୧୧ଟାରୁ  ଅପରାହ୍ନ ୩ଟା ପର୍ଯ୍ୟନ୍ତ ନିୟମିତ କାର୍ଯ୍ୟ କରିବ । ଶୁକ୍ରବାର ହାଇକୋର୍ଟଙ୍କ ଶେଷ କାର୍ଯ୍ୟ ଦିବସ ଥିଲା । 

ମେ’ ୨୦, ୨୩, ୨୭ ଓ ୩୦ ତାରିଖ ଏବଂ ଜୁନ୍‌  ୩, ୪, ୧୦ ଓ ୧୩ ତାରିଖରେ ଅବକାଶକାଳୀନ  ଅଦାଲତ ବସିବେ । ୨୦ ଓ ୨୩ ତାରିଖରେ ବିଚାରପତି  ଜଷ୍ଟିସ୍‌ ସଙ୍ଗମ କୁମାର ସାହୁ ଓ ଜଷ୍ଟିସ୍‌ ମୃଗାଙ୍କ ଶେଖର  ସାହୁଙ୍କୁ ନେଇ ଖଣ୍ଡପୀଠ ମାମଲାର ଶୁଣାଣି କରିବେ ।  ସେହିପରି ବିଚାରପତି ଜଷ୍ଟିସ୍‌ ଭି. ନରସିଂହ ଏବଂ  ଜଷ୍ଟିସ୍‌ ବିରଜା ପ୍ରସନ୍ନ ଶତପଥୀ ପୃଥକ ପୃଥକ  ବେଞ୍ଚ୍‌ରେ ଶୁଣାଣି କରିବେ । ୨୭ ତାରିଖରେ ଜଷ୍ଟିସ୍‌  କେ.ଆର. ମହାପାତ୍ର ଏବଂ ଜଷ୍ଟିସ୍‌ ମୃଗାଙ୍କ ଶେଖର  ସାହୁଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି  କରିବେ । ଜଷ୍ଟିସ୍‌ ଭି. ନରସିଂହ, ଜଷ୍ଟିସ୍‌ ବିରଜା  ପ୍ରସନ୍ନ ଶତପଥୀ ଏବଂ ଜଷ୍ଟିସ୍‌ ଏସ୍‌.କେ. ମିଶ୍ର ପୃଥକ  ପୃଥକ ବେଞ୍ଚ୍‌ରେ ମାମଲାର ଶୁଣାଣି କରିବେ । ମେ’  ୩୦ରେ ଜଷ୍ଟିସ୍‌ କେ.ଆର୍‌. ମହାପାତ୍ର ଏବଂ ଜଷ୍ଟିସ୍‌  ମୃଗାଙ୍କ ଶେଖର ସାହୁଙ୍କୁ ନେଇ ଗଠିତ ଖଣ୍ଡପୀଠ ଓ  ସିଙ୍ଗଲ୍‌ ବେଞ୍ଚ୍‌ରେ ଜଷ୍ଟିସ୍‌ ବିରଜା ପ୍ରସନ୍ନ ଶତପଥୀ,  ଜଷ୍ଟିସ୍‌ ଏସ୍‌.କେ. ମିଶ୍ର ଏବଂ ଜଷ୍ଟିସ୍‌ ଆନନ୍ଦ ଚନ୍ଦ୍ର  ବେହେରା ମାମଲାର ଶୁଣାଣି କରିବେ । ଜୁନ୍‌ ୩ ଓ  ୪ରେ ଜଷ୍ଟିସ୍‌ ବି.ପି. ଶତପଥୀ ଏବଂ ଜଷ୍ଟିସ୍‌ ଏମ୍‌. ଏସ୍‌. ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠରେ ବିଭିନ୍ନ  ମାମଲାର ଶୁଣାଣି ହେବ । ପୁନର୍ବାର ଜଷ୍ଟିସ୍‌ ବି.ପି.  ଶତପଥୀ ଏବଂ ଜଷ୍ଟିସ୍‌ ଏମ୍‌.ଏସ୍‌. ରମଣ ସିଙ୍ଗଲ୍‌  ବେଞ୍ଚ୍‌ର ପୃଥକ ପୃଥକ ମାମଲାର ଶୁଣାଣି କରିବେ ।  

ଜୁନ୍‌ ୧୦ରେ ଜଷ୍ଟିସ୍‌ ଆଦିତ୍ୟ କୁମାର ମହାପାତ୍ର ଏବଂ  ଜଷ୍ଟିସ୍‌ ଏମ୍‌.ଏସ୍‌. ରମଣ ଖଣ୍ଡପୀଠ ଭାବେ ଓ ପରେ  ଉଭୟ ବିଚାରପତି ପୁଣି ସିଙ୍ଗଲ୍‌ ବେଞ୍ଚ୍‌ରେ ମାମଲାର  ଶୁଣାଣି କରିବେ । ଜୁନ୍‌ ୧୩ରେ ଶେଷ ଅବକାଶକାଳୀନ  ଅଦାଲତ ବସିବ ଯେଉଁଥିରେ ଜଷ୍ଟିସ୍‌ ଆଦିତ୍ୟ କୁମାର  ମହାପାତ୍ର ଏବଂ ଜଷ୍ଟିସ୍‌ ଏମ୍‌.ଏସ୍‌. ରମଣଙ୍କୁ ନେଇ  ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରିବେ । ପରେ  ଜଷ୍ଟିସ୍‌ ଆଦିତ୍ୟ କୁମାର ମହାପାତ୍ର, ଜଷ୍ଟିସ୍‌ ଏମ୍‌. ଏସ୍‌. ରମଣ ଏବଂ ଜଷ୍ଟିସ୍‌ ଗୌରୀଶଙ୍କର ଶତପଥୀ  ପୃଥକ ପୃଥକ ବେଞ୍ଚ୍‌ରେ ମାମଲାର ଶୁଣାଣି କରିବେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.