ପ୍ରମୂଖ ଖବର
  • ବ୍ରହ୍ମପୁର, : ଲାଞ୍ଜିପଲ୍ଲୀ ଜେଲ ଗେଟ୍ ନିକଟରୁ ୩ ବୋମା ଜବତ
  • ||
  • କୋଏଲ ନଦୀରେ ବୁଡି ଛାତ୍ର ମୃତ
  • ||
  • ଭିଜିଲାନ୍ସ ଜାଲରେ ପୁଣି ଜଣେ ଯନ୍ତ୍ରୀ, ୧୦ ହଜାର ଲାଞ୍ଚ ନେବା ବେଳେ କନିଷ୍ଠ ଯନ୍ତ୍ରୀ ଅଶୋକ ଦାସଙ୍କୁ ଧରିଲା ଭିଜିଲାନ୍ସ ଟିମ୍
  • ||
  • ଆସନ୍ତା ୧୯ରୁ ହାଇକୋର୍ଟଙ୍କ ଗ୍ରୀଷ୍ମ ଅବକାଶ, ୮ ଦିନ ବସିବ ଅବକାଶକାଳୀନ ଅଦାଲତ
  • ||
  • ଆସନ୍ତା ୩୧ରେ ଆଇଟିଆଇ ନାମଲେଖା ଆବେଦନ ଶେଷ, ଜୁନ୍‌ ୬ରେ ପ୍ରଥମ ମେଧା ତାଲିକା
  • ||
  • ନିଶ୍ଚିନ୍ତକୋଇଲି ବ୍ଲକ୍‌ ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ଭୋଟ୍‌ ରାଜନୀତି, ୩୦ରେ ଆସ୍ଥା ପ୍ରମାଣିତ କରିବେ ରୋଜି
  • ||
  • ଯାଜପୁରରେ ଟାଟା କରିବ ୬୩ ହଜାର କୋଟିର ପ୍ରକଳ୍ପ, ୩୪ ହଜାର ଲୋକଙ୍କୁ ମିଳିବ ନିଯୁକ୍ତି
  • ||
  • କନ୍ଧମାଳ : ଗାଧେଇବା ବେଳେ ଅଘଟଣ, ପୋଖରୀରେ ବୁଡି ଶିଶୁ ମୃତ
  • ||
  • କେନ୍ଦୁଝର : ନଦୀରେ ବୁଡି ଯୁବକଙ୍କ ମୃତ୍ୟୁ, କ୍ଷତିପୂରଣ ପାଇଁ ସ୍ଥାନୀୟଲୋକଙ୍କ ଦାବି
  • ||
  • Operation Sindoor; ଖୋଲିବ ପାକିସ୍ତାନ ପୋଲ୍, ୭ ସାଂସଦଙ୍କୁ ନେଇ ସର୍ବଦଳୀୟ ଟିମ୍‌ ଗଠନ
  • ||
  • ନୂଆପଡ଼ା: ଜୁଆ ଆଡ୍ଡା ଉପରେ ଚଢ଼ାଉ ବେ​‌ଳେ​‌ ୧୫ ଗିରଫ, ୨୭ ହଜାରୁ ଉର୍ଦ୍ଧ୍ୱ ଟଙ୍କା ଜବତ
  • ||
  • ବରଗଡ଼: ଅନୁପ ଶତପଥି ହେଲେ ବରଗଡ ଜିଲ୍ଲା ଅଦାଲତର ଭାରପ୍ରାପ୍ତ ପିପି
  • ||
  • ଗଞ୍ଜାମ : ସିନ୍ଦୂରାପଲ୍ଲୀରେ ବୁଲିଲା ଖଣ୍ଡା ଏବଂ ଠେଙ୍ଗା, ୨୦ରୁ ଉର୍ଦ୍ଧ୍ୱ ଆହତ
  • ||
  • କଟକ: ବିସ୍କୁଟ୍ କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ, କୋଟିଏ ଟଙ୍କାର କ୍ଷୟକ୍ଷତି, ବହୁ ଅତ୍ୟାଧୁନିକ ମେସିନ୍ ପୋଡ଼ି ପାଉଁଶ
  • ||
  • ଉପକୂଳରେ କଲବଲ କରୁଛି ଅସମ୍ଭାଳ ଗୁଳୁଗୁଳି, ୫ ଦିନ ଯାଏଁ ନିସ୍ତାର ନାହିଁ
  • ||
  • ଅନୁପ ଶତପଥି ହେଲେ ବରଗଡ ଜିଲ୍ଲା ଅଦାଲତର ଭାରପ୍ରାପ୍ତ ପିପି
  • ||
  • କଟକ : ଧାନ ବିଲକୁ ଯାଇଥିଲେ ବୃଦ୍ଧ, ବିଦ୍ୟୁତ ଆଘାତରେ ଚାଲିଗଲା ଜୀବନ
  • ||
  • କେନ୍ଦୁଝର : ହାଇୱାକୁ ପଛରୁ ପିଟିଲା ମିନି ଟ୍ରକ୍‌, ଦୁଇ ଗୁରୁତର
  • ||
  • ସମ୍ବଲପୁର: ତପସ୍ବନୀ ଏକ୍ସପ୍ରେସ୍‌କୁ ପଥର ମାଡ଼, ଭାଙ୍ଗିଲା ଟ୍ରେନ୍ କାଚ୍
  • ||
  • ରାତି ୨ଟା ୩୦ରେ ମୁନିର ଫୋନ୍ କରିଥିଲେ; କହିଲେ ଭାରତ ହମଲା କରିଦେଲା...ନୂର ଏୟାରବେସ୍‌ରେ ମିସାଇଲ ମାଡ଼କୁ ମାନିଲେ ଶେହବାଜ
  • ||
  • ରବିବାର ଇସ୍ରୋର ୧୦୧ତମ ଉତ୍‌କ୍ଷେପଣ, ଶ୍ରୀହରିକୋଟାରୁ ଲଞ୍ଚ୍‌ ହେବ ଇସ୍ରୋର ଇଓଏସ୍‌-୯ ମିଶନ
  • ||
  • IPL 2025: ୧୦ ଦିନ ପରେ ଫେରିଲା ଫଟାଫଟ୍ କ୍ରିକେଟ୍, ଆଜି ରୟାଲ ଚ୍ୟାଲେଞ୍ଜର୍ସକୁ ଭେଟିବ ନାଇଟ୍‌ ରାଇଡର୍ସ
  • ||
  • ଭୁବନେଶ୍ୱର : ବାଇକ୍‌ରେ ଆସି କାର୍‌ କାଚ ଭାଙ୍ଗିଲେ ଦୁର୍ବୃତ୍ତ, ଅଭିଯୁକ୍ତ ଫେରାର
  • ||
  • ବାସୁଦେବପୁର : ଭୋଜି ଖାଇ ଫେରିବା ବେଳେ ଓଲଟିଲା ଚାରି ଚକିଆ ଗାଡି, ୧୦ରୁ ଉର୍ଦ୍ଧ୍ଵ ଗୁରୁତର
  • ||
  • ମେ' ୨୦ ସୁଦ୍ଧା ଯୁକ୍ତ ଦୁଇ ପରୀକ୍ଷା ଫଳ, ଏବେ ଚୂଡ଼ାନ୍ତ ପର୍ଯ୍ୟାୟରେ ପ୍ରକ୍ରିୟା
  • ||

ପାଣି କିଣି ପିଉଛୁ, ହାତ ଯୋଡ଼ି ନିବେଦନ କରୁଛୁ; ସମସ୍ୟା ସମାଧାନ କରିବାକୁ ସରକାରଙ୍କୁ ନିବେଦନ କଲେ ଚଞ୍ଚଡ଼ାପଲ୍ଲୀ ଗ୍ରାମବାସୀ

Published By : Bijay Swain | May 17, 2025 6:29 PM

ମୋହନା, ୧୭/୫(ଆପ୍ର): ପ୍ରଚଣ୍ଡ ରୌଦ୍ର ତାପରେ ଆଉଟୁ ପାଉଟୁ ହେଉଛନ୍ତି ଲୋକ। ଏହାର ପ୍ରଭାବରେ ବିଭିନ୍ନ ସ୍ଥାନରେ ପାଣି ସମସ୍ୟା ଉତ୍କଟ ହେବାରେ ଲାଗିଛି। ନଈ ନାଳ, ଝରଣା ଓ କୁଅ ପାଣି ଶୁଖି ପାନୀୟ ଜଳ ସଙ୍କଟ ଦେଖାଦେଇଛି। ଫଳରେ ବୈଠକ କରି ଏକ ଟ୍ୟାଙ୍କର ମାଧ୍ୟମରେ ଦୈନିକ ୧୫୦୦ ଟଙ୍କା ଦେଇ ପାଣି କିଣି ପିଉଛନ୍ତି ଲୋକେ। ଟ୍ୟାଙ୍କର ଗାଡ଼ି ଲାଗିବା ମାତ୍ରେ ପିଲାଠୁ ଆରମ୍ଭ କରି ଯୁବକ, ଯୁବତୀ, ବୃଦ୍ଧ ବ୍ୟକ୍ତି ନିଜ ନିଜର ହାଣ୍ଡି ମାଠିଆ ଧରି ଧାଡ଼ି ବାନ୍ଧି ଠେଲାପେଲା ହୋଇ ପାଣି ନେଉଛନ୍ତି। ଜୋର ଯାର ମୁଲକ ତାର। ଯାହାର ବଳ ଅଛି ସେ ପାଣି ମିଳିଲା ଯିଏ ଦୁର୍ବଳ ସେ ପାଣି ପାଇବାରେ ବଞ୍ଚିତ ହେଉଛନ୍ତି।

ଏପରି ସମସ୍ୟା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ମୋହନା ବ୍ଲକ ଖାରୀଗୁଡା ପଞ୍ଚାୟତ ଚଞ୍ଚଡ଼ାପଲ୍ଲୀ ଗାଁରେ। ଏହି ଗାଁରେ ୩୨ ପରିବାର ବସବାସ କରୁଛନ୍ତି। ଜନ ସଂଖ୍ୟା ୩୦୨ ରହିଛି। କୁଅ ଓ ନଳକୂପ ଗୋଟିଏ ଲେଖାଏଁ ରହିଛି। କୁଅ ଶୁଖି ଯାଇଥିବା ବେଳେ  ନଳକୁପରେ ଦୈନିକ   ୨ ରୁ ୩ ହାଣ୍ଡି ପାଣି ବାହାରୁଛି। ଏ ନେଇ ଗ୍ରାମର ଜାମେସ ଶବରଙ୍କ ନେତୃତ୍ୱରେ ମୋହନା ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଜଣାଇବା ସହ ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ଲିଖିତ ଓ ମୌଖିକ ଭାବେ ମଧ୍ୟ ଜଣାଇଛନ୍ତି। ଏଥିସହ ପଞ୍ଚାୟତ ପାନୀୟ ଜଳ ଯୋଗାଣ ବିଭାଗକୁ ଅବଗତ କରିଥିଲେ ମଧ୍ୟ ସୁଫଳ ମିଳି ନଥିବା କହିଛନ୍ତି ଗ୍ରାମବାସୀ। ତେଣୁ ବାଧ୍ୟହୋଇ ଗ୍ରାମବାସୀ ବୈଠକ କରି ପ୍ରତିଦିନ ୧୫୦୦ ଟଙ୍କା ଭଡା ଦେଇ ଟ୍ୟାଙ୍କରରେ ପାଣି କିଣୁଥିବା କହିଛନ୍ତି। 

ପାନୀୟ ଜଳ ସଙ୍କଟ ସମାଧାନ ଯଦି କରା ନ ଯାଏ ତେବେ ଆଗାମୀ ଦିନରେ ରାସ୍ତା ରୋକ୍ କରିବାକୁ ବାଧ୍ୟ ହେବୁ ବୋଲି ଚେତାବନୀ ଦେଇଛନ୍ତି ଚଞ୍ଚଡ଼ାପଲ୍ଲୀ ଗାଁ ଲୋକ। ଏନେଇ ବିଡ଼ିଓ ରାଜୀବ ଦାସଙ୍କୁ ପଚାରିବାରେ ଖୁବ ଶୀଘ୍ର ଗାଁକୁ ଯାଇ ପାନୀୟ ଜଳ ସମସ୍ୟାର ସମାଧାନ କରାଯିବ ବୋଲି ସେ କହିଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.