ମୋହନା,୧୫।୫ ମନ୍ଦିରରେ ଠାକୁର ଦର୍ଶନ ବେଳେ ବିନ୍ଧିଲା ମହୁମାଛି l ଫଳରେ ୪ ଜଣ ଗୁରୁତର ଆହତ ହୋଇଛନ୍ତି । ଏଭଳି ଘଟଣା ଘଟିଛି ଗଜପତି ଜିଲ୍ଲା ମୋହନା ଥାନା ଚନ୍ଦ୍ରଗିରି ଶିବ ମନ୍ଦିରରେ l ଆହତ ମାନେ ହେଲେ ଲବାର୍ଶିଂ ଗ୍ରାମର କିରଣ ଦଳାଇ , ସୁଶୀଳା ଦଳାଇ ,ପାଢ଼ୀଆଁ ର ସତ୍ୟ ଶବର ଓ ନୀଳକଣ୍ଠ ଗୌଡ଼ ।
ଗୁରୁବାର ବୃଷ ସଂକ୍ରାନ୍ତି ଥିବା ବେଳେ ସମସ୍ତେ ଠାକୁର ଦର୍ଶନ ନିମନ୍ତେ ଚନ୍ଦ୍ରଗିରି ସ୍ଥିତ ଶିବମନ୍ଦିରକୁ ଯାଇଥିଲେ । ହଠାତ ବାଘ ମହୁ ମାଛି ସମସ୍ତଙ୍କୁ ଆକ୍ରମଣ କରିଥିଲେ । ମନ୍ଦିରକୁ ଆସିଥିବା ସମସ୍ତ ଭକ୍ତ ପ୍ରାଣ ବିକଳରେ ଏଣେ ତେଣେ ଦୌଡ଼ିଥିଲେ । ଆହତ ମାନେ ଚନ୍ଦ୍ରଗିରି ସ୍ଵାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହୋଇ ନିଜ ନିଜ ଘରକୁ ଫେରିଛନ୍ତି । ବର୍ତ୍ତମାନ ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ୍ ଥିବା କହିଛନ୍ତି ଚନ୍ଦ୍ରଗିରି ସ୍ଵାସ୍ଥ୍ୟ କେନ୍ଦ୍ର ଡାକ୍ତର ।