ଭୁବନେଶ୍ୱର ୨୨/୦୫: ନୀଳାଦ୍ରି ବିହାରରେ ମେୟର ସୁଲୋଚନା ଦାସଙ୍କୁ କଳା ପତାକା ଦେଖାଇ ବିରୋଧ। ମେୟର ବାଲାଂଦେଶୀ ନାଗରିକ ପ୍ରସଙ୍ଗରେ ବିବାଦୀୟ ବୟାନ ଦେଇଥିବାରୁ ତାଙ୍କୁ ବିରୋଧ କରିଥିଲେ ଜନସାଧରଣ। ତାଙ୍କ ଗାଡ଼ିକୁ ଘେରିରହିବା ସହ ବିଭିନ୍ନ ନାରାବାଜି କରିଥିଲେ। ପୁଲିସ ବୁଝାସୁଝା ପରେ ପରିସ୍ଥିତି ଶାନ୍ତ ପଡିଥିଲା।
ଆଜି ବିଏମସି ପକ୍ଷରୁ ୧୪ ନଂ ଓ୍ବାର୍ଡରେ ଓ୍ବାର୍ଡ କାର୍ଯ୍ୟାଳୟ ଠାରେ ଜନଶୁଣାଣୀ ଅନୁଷ୍ଠିତ ହୋଇଥିଲା। ଓ୍ବାର୍ଡର ବାସିନ୍ଦାମାନେ ବିଭିନ୍ନ ସମସ୍ୟା ଉପରେ ଅଭିଯୋଗ କରିଥିଲେ। ମେୟର, କର୍ପୋରେଟର, ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ରହି ଅଭିଯୋଗ ଶୁଣିଥିଲେ। ମେୟର ସୁଲୋଚନା ଦାସ ଶୁଣାଣି ସାରି ବାହାରକୁ ଆସିଲା ବେଳେ କାର୍ଯ୍ୟାଳୟ ସମ୍ମୁଖରେ ଉପସ୍ଥିତ ଶହ ଶହ ଯୁବକ କଳା ପତାକା ଦେଖାଇ ବିଭିନ୍ନ ନାରାବାଜି କରି ମେୟରଙ୍କୁ ବିରୋଧ କରିଥିଲେ। ଘଟଣା ସ୍ଥଳରେ ଚନ୍ଦ୍ରଶେଖରପୁର ଥାନା ପୁଲିସ ପହଞ୍ଚି ଯୁବକ ମାନଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା।