ପ୍ରମୂଖ ଖବର
  • ୱାଶିଂଟନ ଡିସିରେ ୨ ଇସ୍ରାଏଲ ଦୂତାବାସ ଅଧିକାରୀଙ୍କୁ ଗୁଳି କରି ହତ୍ୟା
  • ||
  • ଭୁବନେଶ୍ୱର : ରାଜଧାନୀରୁ ବ୍ରାଉନ ସୁଗର ବେପାରୀ ଗିରଫ; ୩୫ ଲକ୍ଷ ଟଙ୍କାର ଧଳାଜହର ଜବତ
  • ||
  • IPL 2025: ଆଜି ସୁପରଜାଏଣ୍ଟ୍‌ସ ପାଇଁ ପ୍ରସ୍ତୁତ ଟାଇଟନ୍ସ, ଲକ୍ଷ୍ୟ ଶ୍ରେଷ୍ଠ ୨ରେ ସ୍ଥାନ
  • ||
  • ରାଜଗାଙ୍ଗପୁର : ଅବକାରୀ ବିଭାଗ ଚଢଉ ବେଳେ ଭାଟି କର୍ମଚାରୀଙ୍କୁ ଗ୍ରାମବାସୀଙ୍କ ଆକ୍ରମଣ, ୫ ଆହତ
  • ||
  • ରାହାଡ଼ପୁର ପାହାଡ଼ରୁ ଖସିଲା କମ୍ପ୍ରେସର: ଜଣେ ମୃତ, ଜଣେ ଆହତ
  • ||
  • ସୋର ପୁଲିସକୁ ଖୋଲା ଚ୍ୟାଲେଞ୍ଜ; ବନ୍ଧୁକ ମୁନରେ ଲକ୍ଷାଧିକ ଟଙ୍କାର ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ
  • ||
  • ଓଡ଼ିଶାକୁ ଫେରିଲା କରୋନା: ଭୁବନେଶ୍ୱରରେ ଜଣେ ଆକ୍ରାନ୍ତ ଚିହ୍ନଟ
  • ||
  • ଯାଜପୁର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ୪ ପ୍ରକଳ୍ପର ଉଦ୍‌ଘାଟନ ସହ ୧୨ ଭିତ୍ତିପ୍ରସ୍ତର ସ୍ଥାପନ କରିବେ
  • ||
  • କଟକ : ଗୋଡିସାହି ପୁରୀ ମେନ୍ କେନାଲ ବନ୍ଧ ରାସ୍ତାରେ ଦୁର୍ଘଟଣା, ହାଇୱା ଧକ୍କାରେ ୨ ମୃତ
  • ||
  • ରାଜ୍ୟରେ ପ୍ରଚଣ୍ଡ ତାତି ସାଙ୍ଗକୁ ଗୁଳୁଗୁଳି, ଆଜି ୧୧ ଜିଲ୍ଲାକୁ ଆଲର୍ଟ ଜାରି: ୨୩ରୁ କାଳବୈଶାଖୀ ଆଶଙ୍କା
  • ||

ନାଲ୍‌କୋର ରେକର୍ଡ ୫,୩୨୫ କୋଟି ନିଟ୍‌ ଲାଭ, ୨୦୨୪-୨୫ରେ ମୋଟ ବ୍ୟବସାୟ ୧୬,୭୮୮ କୋଟି

Published By : Prameya | May 22, 2025 7:49 AM

ଭୁବନେଶ୍ୱର,୨୨/୦୫:ନ୍ୟାସ୍‌ନାଲ ଆଲୁମିନିୟମ କମ୍ପାନି ଲିମିଟେଡ୍‌(ନାଲ୍‌କୋ)  ଏହାର ଆର୍ଥିକ ଫଳାଫଳ ପ୍ରକାଶ କରିଛି ।  ୨୦୨୪-୨୫ ଆର୍ଥିକବର୍ଷରେ କମ୍ପାନି  ସର୍ବକାଳୀନ ସର୍ବାଧିକ ନିଟ୍‌ ଲାଭ ହାସଲ  କରିଛି । ବୁଧବାର ନିର୍ଦ୍ଦେଶକ ମଣ୍ଡଳୀ ବୈଠକରେ  ପ୍ରକାଶ ପାଇଥିବା ଆର୍ଥିକ ଫଳାଫଳ ଅନୁସାରେ,  କମ୍ପାନି ୨୦୨୪-୨୫ରେ ସର୍ବକାଳୀନ ସର୍ବାଧିକ  ୫,୩୨୫ କୋଟି ଟଙ୍କାର ନିଟ୍‌ ଲାଭ ହାସଲ  କରିଛି । ଏହା ଏକ ଐତିହାସିକ ମାଇଲଖୁଣ୍ଟ । ନିଟ୍‌ ଲାଭ  ପୂର୍ବ ଆର୍ଥିକବର୍ଷ ତୁଳନାରେ ୧୫୮% ବଢ଼ିଛି । ଏଥିସହ  ଆର୍ଥିକବର୍ଷ ୨୦୨୪-୨୫ରେ କମ୍ପାନି ସର୍ବକାଳୀନ ସର୍ବାଧିକ  ରେକର୍ଡ ସହ ୧୬,୭୮୮ କୋଟି ଟଙ୍କାର ମୋଟ ବ୍ୟବସାୟ  କରିଛି । 

୨୦୨୫ ମାର୍ଚ୍ଚରେ ଶେଷ ହୋଇଥିବା ୨୦୨୪- ୨୫ ଆର୍ଥିକବର୍ଷର ଚତୁର୍ଥ ତ୍ରୟମାସରେ କମ୍ପାନିର ନିଟ୍‌  ଲାଭରେ ୧୦୫% ଅଭିବୃଦ୍ଧି ଘଟିଛି । ଆଲୋଚ୍ୟ ସମୟରେ  କମ୍ପାନିର ନିଟ୍‌ ଲାଭ ରହିଛି ୨,୦୭୮ କୋଟି ଟଙ୍କା ।  ୨୦୨୩-୨୪ ଚତୁର୍ଥ ତ୍ରୟମାସରେ ଏହା ୧୦୧୬ କୋଟି  ଟଙ୍କା ଥିଲା । ସେହିପରି ଚତୁର୍ଥ ତ୍ରୟମାସରେ କମ୍ପାନି  ୫,୨୬୮ କୋଟି ଟଙ୍କାର ବ୍ୟବସାୟ କରିଛି, ଯାହାକି  ପୂର୍ବ ଆର୍ଥିକବର୍ଷର ଚତୁର୍ଥ ତ୍ରୟମାସରେ ଥିଲା ୩,୫୭୯  କୋଟି ଟଙ୍କା । 

ଆଲୁମିନା ଏବଂ ଆଲୁମିନିୟମ ଦରରେ ବୃଦ୍ଧି  ତଥା କମ୍ପାନିର ସୁସଂଗଠିତ କାର୍ଯ୍ୟପ୍ରଣାଳୀ,  ଉନ୍ନତ କାର୍ଯ୍ୟଦକ୍ଷତା ଏବଂ ବିଭିନ୍ନ  ସମ୍ପ୍ରସାରଣ ପ୍ରକଳ୍ପଗୁଡ଼ିକର ଅଗ୍ରଗତି  ଦ୍ୱାରା ନାଲ୍‌କୋ ଏହାର ସମସ୍ତ ବ୍ୟବସାୟିକ  ୟୁନିଟ୍‌ରେ ତଥା ଲାଭ ଅର୍ଜନ କ୍ଷେତ୍ରରେ  ଆଶାତୀତ ଅଭିବୃଦ୍ଧି ହାସଲ କରିଛି । ଏ ଅବସରରେ ନାଲ୍‌କୋ ସିଏମ୍‌ଡି ବ୍ରିଜେନ୍ଦ୍ର  ପ୍ରତାପ ସିଂହ କହିଛନ୍ତି ଯେ, ଆର୍ଥିକବର୍ଷ ୨୦୨୪- ୨୫ର ତୃତୀୟ ଏବଂ ଚତୁର୍ଥ ତ୍ରୟମାସରେ କମ୍ପାନିର  ଉଲ୍ଲେଖନୀୟ ପ୍ରଦର୍ଶନ କର୍ମଚାରୀଙ୍କ ପ୍ରତିବଦ୍ଧତାର  ପ୍ରତିଫଳନ । ନାଲ୍‌କୋ ଏହାର ଦୃଢ଼ ଆର୍ଥିକ ପ୍ରଦର୍ଶନ  ଏବଂ ବ୍ୟବସାୟିକ ଅଭିବୃଦ୍ଧି ବଳରେ ଆଜିର ପ୍ରଭାବଶୀଳ  ବଜାର ପରିବେଶରେ ପ୍ରତିଯୋଗିତାମୂଳକ ମୂଲ୍ୟ  ବଜାୟ ରଖିବାରେ ସଫଳ ହୋଇଛି।

ସେ ଆହୁରି ମଧ୍ୟ  କହିଛନ୍ତି ଯେ, ‘ସୁଦକ୍ଷ କର୍ମଚାରୀ ତଥା କାର୍ଯ୍ୟାନ୍ୱୟନ  ଶୈଳୀରେ ଉନ୍ନତି ଫଳରେ କମ୍ପାନି ଆଗକୁ ବଢ଼ିପାରିଛି । ଆଲୁମିନିୟମର ମୂଲ୍ୟ ତଥା ନିରନ୍ତର ଚାହିଦା ବୃଦ୍ଧି ସହ  ନାଲ୍‌କୋ ଏହାର ଅଭିବୃଦ୍ଧି ବଜାୟ ରଖିବା ନିମନ୍ତେ  ପ୍ରସ୍ତୁତ ରହିଛି । ଆଲୁମିନା ରିଫାଇନେରୀର ପଞ୍ଚମ  ଷ୍ଟ୍ରିମ୍‌ ସମ୍ପ୍ରସାରଣ, ପଟାଙ୍ଗି ବକ୍ସାଇଟ୍‌ ଖଣି କାର୍ଯ୍ୟକ୍ଷମ,  ସ୍ମେଲ୍‌ଟର ପ୍ଲାଣ୍ଟ ଏବଂ କ୍ୟାପ୍ଟିଭ୍‌ ପାୱର ପ୍ଲାଣ୍ଟର ପ୍ରସ୍ତାବିତ ସମ୍ପ୍ରସାରଣ ମାଧ୍ୟମରେ କମ୍ପାନିର ଦୀର୍ଘକାଳୀନ ଅଭିବୃଦ୍ଧି  ନିମନ୍ତେ ପ୍ରତିବଦ୍ଧତାକୁ ଶ୍ରୀ ସିଂହ ଗୁରୁତ୍ୱରୋପ କରିଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.