ବ୍ୟାସନଗର,୧୭।୫ : ଯାଜପୁର ରୋଡ଼ ଥାନା ଅନ୍ତର୍ଗତ ଚୋରଦା ବାଇପାସ ଛକରେ ଶନିବାର ସନ୍ଧ୍ୟାରେ ଜଣେ ପୋଲିସ କର୍ମଚାରୀକୁ ସଂଘବଦ୍ଧ ଆକ୍ରମଣ କରାଯାଇଛି। ସାମାନ୍ୟ ବଚସାରୁ ହୋଇଥିବା ଏହି ଆକ୍ରମଣରେ ସମ୍ପୃକ୍ତ ଦୁଇ ଜଣଙ୍କୁ ପୁଲିସ ଅଟକ ରଖିଛି l
ଯାଜପୁର ରୋଡ ଥାନାର କର୍ମଚାରୀ ସୁବାଷ ଚନ୍ଦ୍ର ବେହେରା ଚୋରଦା ବାଇପାସ ଛକରେ ଟ୍ରାଫିକ ଦାୟିତ୍ୱ ସମ୍ପାଦନ କରୁଥିଲେ l ଏହି ସମୟରେ ଦୁଇଜଣ ଯୁବକ ବାଇକରେ ଆସି ସୁବାଷଙ୍କୁ ରାସ୍ତା ନିକଟରେ ରହିଥିବା ଏକ ସ୍କୁଟି ଗାଡିକୁ ହଟେଇବାକୁ କହିଥିଲେ l ଯାହାକୁ ନେଇ ପୁଲିସ କର୍ମଚାରୀ ଏବଂ ଯୁବକଙ୍କ ମଧ୍ୟରେ ପାଟିତୁଣ୍ଡ ଲାଗିଥିଲା l ଉତକ୍ଷିପ୍ତ ଯୁବକଦ୍ବୟ ତାଙ୍କ ସାଥି ଆଉ ୩ ଜଣଙ୍କୁ ଡାକିଥିଲେ l ସମସ୍ତ ଯୁବକ ଏକଜୁଟ ହେଇ ପୁଲିସ କର୍ମଚାରୀ ସୁବାଷଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ l ଖବର ପାଇ ଯାଜପୁର ରୋଡ ପୋଲିସ ଅଧିକାରୀ ଉପେନ୍ଦ୍ର କୁମାର ପ୍ରଧାନ ଓ ଆଶିଷ ସାହୁ ପ୍ରମୁଖ ଘଟଣାସ୍ଥଳରେ ପହଂଚି ଆହତ କର୍ମଚାରୀଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନା ପଠାଇଥିବା ବେଳେ ଆକ୍ରମଣକାରୀ ଯୁବକଙ୍କ ମଧ୍ୟରୁ ଦୁଇ ଜଣଙ୍କୁ କାବୁ କରିନେଇଥିଲେ। ଘଟଣାରେ ସମ୍ପୃକ୍ତ ଥିବା ବାକି ତିନି ଜଣ ଯୁବକ ଚମ୍ପଟ ମାରିବାରେ ସଫଳ ହୋଇଥିଲେ। ଥାନାରେ ଅଟକ ଯୁବକ ଦ୍ବୟ ଜହ୍ନା ଗାଁର ବିକ୍ରମ ବିଶ୍ୱାଳ ଓ ଲକ୍ଷ୍ମୀନଗର ଅଞ୍ଚଳର ପ୍ରଦୀପ୍ତ ବିଶ୍ୱାଳ ।