ଧର୍ମଶାଳା,୨୧/୦୫: ପିକଅପ୍ ଭ୍ୟାନରେ ଗୋରୁ ଚାଲାଣ ଉଦ୍ୟମ ପଣ୍ଡ । ଚୋରକୁ ଧରିଲେ ଗାଁ ଲୋକ । ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅନ୍ତର୍ଗତ କାଏମାରୁ ଏହି ଖବର ଆସିଛି । ଘଟଣାସ୍ଥଳରୁ ୨ଟି ଗାଈକୁ ଉଦ୍ଧାର କରିଛନ୍ତି ଗ୍ରାମବାସୀ । ଏହି ଘଟଣାରେ ଜଣେ ଅଭିଯୁକ୍ତକୁ ଧରି ଗ୍ରାମାବାସୀ ଉତ୍ତମ ମଧ୍ୟମ ଦେବା ସହ ପୁଲିସର ଜିମା ଦେଇଛନ୍ତି । ଅନ୍ୟମାନେ ଗାଡ଼ି ଛାଡ଼ି ଫେରାର୍ ହୋଇଯାଇଛନ୍ତି ।
ସୂଚନା ଅନୁଯାୟୀ, କାଏମା ଅଞ୍ଚଳରୁ ବାରମ୍ବାର ଗୋରୁ ଚାଲାଣ ନେଇ ଥାନାରେ ଅଭିଯୋଗ ହୋଇଆସୁଥିଲା। ମାତ୍ର ପୁଲିସ୍ ଚୋରଙ୍କୁ ଧରିବାରେ ବିଫଳ ହେଉଥିଲା । ଯାହାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ୁଥିଲା। ତେବେ ଗ୍ରାମବାସୀମାନେ ଯୋଜନା କରି ଚୋରଙ୍କୁ ଧରି । ଗତକାଲି ଲୋକେ ପାଳି କରି ବୁଲୁଥିବା ବେଳେ ବିଳମ୍ବିତ ରାତିରେ ଦୁର୍ବୁତ୍ତମାନେ କାଏମା ସ୍କୁଲ ପଡ଼ିଆ ନିକଟରେ ଏକ ପିକଅଫ୍ ଭ୍ୟାନରେ ଗୋରୁଙ୍କୁ ଲୋଡ୍ କରୁଥିଲେ । ଏହି ସମୟରେ ଗ୍ରାମବାସୀ ଗାଡି ସହିତ ଜଣଙ୍କୁ ମାଡି ବସିଥିଲେ । ଏଥିରେ ସଂପୃକ୍ତ ଥିବା ଅନ୍ୟ ୩ରୁ ୪ଜଣ ଗାଡ଼ି ଓ ବାଇକ୍ ଛାଡ଼ି ଫେରାର୍ ହୋଇଯାଇଥିଲେ । ପରେ ପୁଲିସକୁ ଡାକି ଦୁଇଟି ଗାଈ ଓ ଜଣେ ଅଭିଯୁକ୍ତକୁ ଲୋକେ ଜିମା ଦେଇଥିଲେ ।