ଆଠଗଡ,୨୪/୧୦: ଭୟଙ୍କର ରୂପ ନେଇ ମାଡ଼ି ଆସୁଛି ବାତ୍ୟା 'ଦାନା' । ଆତଙ୍କିତ ଅବସ୍ଥାରେ ରହିଛନ୍ତି ରାଜ୍ୟବାସୀ । ଏହାରି ଭିତରେ ଆଠଗଡ଼ ପରିବା ମାର୍କେଟରେ ଭିଡ଼ ଦେଖିବାକୁ ମିଳିଛି । ବାତ୍ୟା ପରେ ଆଗକୁ ପରିବା ମିଳିବ କି ନାହିଁ ଏବଂ ଚଢା ଦରରେ ପରିବା ମିଳୁଥିବା କାରଣରୁ ଲୋକେ ନିଜ ନିଜ ଘରକୁ ବ୍ୟାଗ୍ ବ୍ୟାଗ୍ ପରିବା କିଣି ନେଉଛନ୍ତି ।
ଆଠଗଡ଼ ସହରର ନିତିନିଦିଆ ମୁଖ୍ୟ ପରିବା ବଜାର ହେଉଛି ଲକ୍ଷ୍ମୀ ବଜାର ପରିବା ମାର୍କେଟ । ଗୁରୁବାର ସକାଳୁ ନହେଉଣୁ ପରିବା ବଜାରରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ବାତ୍ୟା ଭୟରେ ଲୋକେ ପରିବା କିଣି ଘରେ ଜମା କରିବାରେ ଲାଗି ପଡ଼ିଛନ୍ତି ।