ପ୍ରମୂଖ ଖବର
  • ୧୪ ଜିଲ୍ଲାରେ ୨୩ରୁ ୨୫ ପର୍ଯ୍ୟନ୍ତ କଲେଜ ଛୁଟି ଘୋଷଣା
  • ||
  • ଶ୍ରୀମନ୍ଦିରକୁ ଓମଫେଡ଼ ଘିଅ ଯୋଗାଣ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ,ଆଇନ ମନ୍ତ୍ରୀପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଚାଲିଛି ଆଲୋଚନା
  • ||
  • ବୈତରଣୀ ମୁହାଣରେ ଅଘଟଣ: ବୁଡିଗଲା ମାଛଧରା ବୋଟ୍‌, ୬ ଜଣ ଉଦ୍ଧାର
  • ||
  • ବାତ୍ୟାର ମୁକାବିଲା ପାଇଁ କମିଶନରେଟ ପୋଲିସ ସମ୍ପୂର୍ଣ୍ଣ ପ୍ରସ୍ତୁତ,ଟୁଇଟ୍ ସିଟି କମିଶନରେଟ ପୋଲିସ କହିଲେ ବାତ୍ୟା ସମୟରେ ଲୋକଙ୍କୁ ସମ୍ପୂର୍ଣ୍ଣ ସାହାଯ୍ୟ କରାଯିବ
  • ||
  • କେନ୍ଦ୍ରାପଡ଼ା: ସନ୍ଧ୍ୟା ସୁଦ୍ଧା ବାଉଁଶ ଓ ଲାଇଟ୍ ଗେଟ୍ ଖୋଲ, ନିର୍ଦ୍ଦେଶ ଦେଲେ କେନ୍ଦ୍ରାପଡ଼ା ଜିଲ୍ଲାପାଳ
  • ||
  • ବାତ୍ୟା ମୁକାବିଲା ପାଇଁ ଓଡ୍ରାଫ୍‌ ଟିମ୍‌କୁ ସଜାଗ: ମୁକାବିଲା ପାଇଁ ୬୦ ଓଡ୍ରାଫ୍‌ ଟିମ୍‌,ଭୁବନେଶ୍ୱର, କଟକରେ ରିଜର୍ଭ ରହିବ ୧୦ ଟିମ୍‌
  • ||
  • ସମ୍ଭାବ୍ୟ ବାତ୍ୟାକୁ ନେଇ ବାସୁଦେବପୁର ମତ୍ସ୍ୟ ବିଭାଗ ପକ୍ଷରୁ ସଚେତନତା, କୂଳରେ ଡଙ୍ଗା ବାନ୍ଧିଲେଣି ମତ୍ସ୍ୟଜୀବୀ
  • ||
  • ୩ରୁ ଓଜେଏସ୍‌ ମୁଖ୍ୟ ଲିଖିତ ପରୀକ୍ଷା, ୬୮୦ ଜଣ ପରୀକ୍ଷାର୍ଥୀ ଦେବେ ଏକ୍ସଜାମ୍‌
  • ||
  • ଭିଜିଲାନ୍ସ ଜାଲରେ ଚିଫ୍ ଇଞ୍ଜିନିୟର୍ କୈଳାଶ ଚନ୍ଦ୍ର ସାହୁ , ଏକାକାଳୀନ ୧୦ଟି ସ୍ଥାନରେ ଚଢ଼ାଉ କରୁଛି ଭିଜିଲାନ୍ସ ଟିମ୍
  • ||
  • ରାଜନଗରରେ ମାଡ଼ ହେବ "ଦାନା'! ଗୁରୁବାର ରାତିରୁ ଶୁକ୍ରବାର ସକାଳ ଭିତରେ ସ୍ଥଳଭାଗ ଛୁଇଁବ
  • ||

ଚିତ୍ରୋପ୍ତଳା ନଦୀରେ ଗାଧୋଇବା ବେଳେ ଅଘଟଣ, ଦୁଇ ଯୁବକଙ୍କ ମୃତଦେହ ଉଦ୍ଧାର

ନିଶ୍ଚିନ୍ତକୋଇଲି, ୨୧/୧୦: ଚିତ୍ରୋପ୍ତଳା ନଦୀରୁ ଉଦ୍ଧାର ହେଲା ଦୁଇ ଯୁବକଙ୍କ ମୃତଦେହ । ମୃତକ ମହମ୍ମଦପୁର ଗ୍ରାମର ବାବୁଲି ବେହେରାଙ୍କ ପୁତ୍ର ଚନ୍ଦନ ବେହେରା (୨୧) ଏବଂ ଚିତ୍ତରଞ୍ଜନ ପାତ୍ରଙ୍କ ପୁତ୍ର ବିଜୟ କୁମାର ପାତ୍ର (୨୧) ବୋଲି ଜଣାପଡ଼ିଛି । କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ମହମ୍ମଦପୁର ଗ୍ରାମରେ ଏଭଳି ଘଟଣା ଘଟିଛି । 

ସୂଚନା ମୁତାବକ, ଚନ୍ଦନ ବେହେରା ଏବଂ ବିଜୟ କୁମାର ପାତ୍ର ରବିବାର ଅପରାହ୍ଣରେ ସ୍ଥାନୀୟ ଚାଟରା ଘାଟରେ ଗାଧୋଇବାକୁ ଯାଇଥିଲେ । ସେଠାରେ ଗାଧୋଇବାବେଳେ ଉଭୟ ବୁଡ଼ି ଯାଇଥିଲେ । ଉଭୟଙ୍କ ଚିତ୍କାର ଶୁଣି ସ୍ଥାନୀୟଲୋକେ ତାଙ୍କୁ ସେଠାରୁ ଉଦ୍ଧାର କରିବାକୁ ଉଦ୍ୟମ କରିଥିଲେ । ଏହା ସହ ଅଗ୍ନିଶମ ବାହିନୀ ଏବଂ ପୋଲସକୁ ମଧ୍ୟ ଖବର ଦେଇଥିଲେ । ଖବର ପାଇ କୋରୁଆ ଅଗ୍ନିଶମ ବାହିନୀ, କିଶନ ନଗର ଥାନା ପୋଲିସ, ଓଡ୍ରାଫ ଟିମ୍‌ ସ୍ଥାନୀୟଲୋକଙ୍କ ସହ ନଦୀରେ ଖୋଜା ଖୋଜି କରିଥିଲେ ମଧ୍ୟ ଦୁଇ ଯୁବକଙ୍କ କୌଣସି ପତ୍ତା ମିଳିନଥିଲା । ତେବେ ସୋମବାର ସକାଳେ ଦୁଇ ଯୁବକଙ୍କ ମୃତଦେହ ନଦୀରେ ଭାସୁଥିବାର ସ୍ଥାନୀୟଲୋକେ ଦେଖିବାକୁ ପାଇଥିଲେ । ଏହା ଦେଖି ସ୍ଥାନୀୟଲୋକେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ଖବର ପାଇ କିଶନ ନଗର ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଦୁଇ ଯୁବକଙ୍କ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ କଟକ ବଡ଼ ମେଡିକାଲକୁ ପଠାଇଛି । ଏ ସମ୍ପର୍କରେ କିଶନନଗର ଥାନାରେ ଦୁଇଟି ଅପମୃତ ମାମଲା ରୁଜୁ ହୋଇଛି । ଏହି ଘଟଣାଟି ସ୍ଥାନୀୟ ଅଞ୍ଚଳରେ ଗଭୀର ଶୋକର ଛାୟା ଖେଳାଇ ଦେଇଛି ।

 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.