ପ୍ରମୂଖ ଖବର
  • ୧୪ ଜିଲ୍ଲାରେ ୨୩ରୁ ୨୫ ପର୍ଯ୍ୟନ୍ତ କଲେଜ ଛୁଟି ଘୋଷଣା
  • ||
  • ଶ୍ରୀମନ୍ଦିରକୁ ଓମଫେଡ଼ ଘିଅ ଯୋଗାଣ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ,ଆଇନ ମନ୍ତ୍ରୀପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଚାଲିଛି ଆଲୋଚନା
  • ||
  • ବୈତରଣୀ ମୁହାଣରେ ଅଘଟଣ: ବୁଡିଗଲା ମାଛଧରା ବୋଟ୍‌, ୬ ଜଣ ଉଦ୍ଧାର
  • ||
  • ବାତ୍ୟାର ମୁକାବିଲା ପାଇଁ କମିଶନରେଟ ପୋଲିସ ସମ୍ପୂର୍ଣ୍ଣ ପ୍ରସ୍ତୁତ,ଟୁଇଟ୍ ସିଟି କମିଶନରେଟ ପୋଲିସ କହିଲେ ବାତ୍ୟା ସମୟରେ ଲୋକଙ୍କୁ ସମ୍ପୂର୍ଣ୍ଣ ସାହାଯ୍ୟ କରାଯିବ
  • ||
  • କେନ୍ଦ୍ରାପଡ଼ା: ସନ୍ଧ୍ୟା ସୁଦ୍ଧା ବାଉଁଶ ଓ ଲାଇଟ୍ ଗେଟ୍ ଖୋଲ, ନିର୍ଦ୍ଦେଶ ଦେଲେ କେନ୍ଦ୍ରାପଡ଼ା ଜିଲ୍ଲାପାଳ
  • ||
  • ବାତ୍ୟା ମୁକାବିଲା ପାଇଁ ଓଡ୍ରାଫ୍‌ ଟିମ୍‌କୁ ସଜାଗ: ମୁକାବିଲା ପାଇଁ ୬୦ ଓଡ୍ରାଫ୍‌ ଟିମ୍‌,ଭୁବନେଶ୍ୱର, କଟକରେ ରିଜର୍ଭ ରହିବ ୧୦ ଟିମ୍‌
  • ||
  • ସମ୍ଭାବ୍ୟ ବାତ୍ୟାକୁ ନେଇ ବାସୁଦେବପୁର ମତ୍ସ୍ୟ ବିଭାଗ ପକ୍ଷରୁ ସଚେତନତା, କୂଳରେ ଡଙ୍ଗା ବାନ୍ଧିଲେଣି ମତ୍ସ୍ୟଜୀବୀ
  • ||
  • ୩ରୁ ଓଜେଏସ୍‌ ମୁଖ୍ୟ ଲିଖିତ ପରୀକ୍ଷା, ୬୮୦ ଜଣ ପରୀକ୍ଷାର୍ଥୀ ଦେବେ ଏକ୍ସଜାମ୍‌
  • ||
  • ଭିଜିଲାନ୍ସ ଜାଲରେ ଚିଫ୍ ଇଞ୍ଜିନିୟର୍ କୈଳାଶ ଚନ୍ଦ୍ର ସାହୁ , ଏକାକାଳୀନ ୧୦ଟି ସ୍ଥାନରେ ଚଢ଼ାଉ କରୁଛି ଭିଜିଲାନ୍ସ ଟିମ୍
  • ||
  • ରାଜନଗରରେ ମାଡ଼ ହେବ "ଦାନା'! ଗୁରୁବାର ରାତିରୁ ଶୁକ୍ରବାର ସକାଳ ଭିତରେ ସ୍ଥଳଭାଗ ଛୁଇଁବ
  • ||

ବାତ୍ୟା ମୁକାବିଲା ପାଇଁ ସିଏମ୍‌ସିର ପ୍ରସ୍ତୁତି, ସମସ୍ତ ବିଭାଗକୁ ସତର୍କ ରହିବାକୁ ପରାମର୍ଶ ଦେଲା ପ୍ରଶାସନ

କଟକ,୨୧/୧୦: ସମ୍ଭାବ୍ୟ ବାତ୍ୟା  ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶନାମା  ଜାରି ହେବା ପରେ ସିଏମ୍‌ସିରେ ମଧ୍ୟ ପ୍ରାକ୍‌ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଏ ନେଇ ସବୁ ତଳିଆ  ଅଞ୍ଚଳରେ ପମ୍ପ ସେଟ୍‌ ପ୍ରସ୍ତୁତ ରଖିବା ସହିତ ପମ୍ପ ଡ୍ରାଇଭର୍‌ମାନଙ୍କୁ ନିୟୋଜିତ କରିବାକୁ ମେୟର୍‌ ଓ କମିସନର ନିର୍ଦ୍ଦେଶ ଦେଇଛନ୍ତି । ଏହାସହ  ସୋମବାର ଦିନ ସବୁ ଅଧିକାରୀ ଓ କର୍ପୋରେଟରଙ୍କୁ  ନେଇ ଉଚ୍ଚସ୍ତରୀୟ ମୁକାବିଲା ପ୍ରସ୍ତୁତ ବୈଠକ  ପାଇଁ ନିଷ୍ପତ୍ତି ହୋଇଛି । ଏମିତିକି ସମ୍ଭାବ୍ୟ ବାତ୍ୟା ମୁକାବିଲାକୁ ଦୃଷ୍ଟିରେ ରଖି କୌଣସି ଅଧିକାରୀ କଟକ ନ ଛାଡିବାକୁ ନିର୍ଦ୍ଦେଶନାମା ଜାରି ହୋଇଛି । 


ସେହିଭଳି ୮୧ ଟି ବାତ୍ୟା ଆଶ୍ରୟସ୍ଥଳକୁ ପ୍ରସ୍ତୁତ ରଖାଯାଇଛି । କଟକ ମହାନଗର ଅଞ୍ଚଳରେ ବିଭାଗୀୟ ଯନ୍ତ୍ରୀ ମାନଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ସିଏମ୍ ସି ପକ୍ଷରୁ ୨୮୩ ଟି ପମ୍ପ ସେଟ୍ ମହଜୁଦ ରଖା ଯାଇଛି । ଏହା ସହ ଅଧିକ ୧୦୦ଟି ମଟର ଅଧିକ ରଖାଯାଇଛି।

ଆଜି ସନ୍ଧ୍ୟା ସୁଦ୍ଧା ବିଭିନ୍ନ ସ୍ଥାନରେ ପମ୍ପ ସେଟ୍ ଓ ତେଲ ଗୁଡ଼ିକୁ ପହଞ୍ଚାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ଭେଟିନାରୀ ପକ୍ଷରୁ ୧୪ ଟି ଆର୍‌ଆର୍‌ପିଟିମ୍ ରଖାଯାଇଛି । ମୁଖ୍ୟାଳୟ ସହ ୪ ଟି ଫାୟାର ଷ୍ଟେସନରେ ୧୦ ଟିମ୍ ପ୍ରସ୍ତୁତ ଅଛନ୍ତି । ଗଛ ସଫା କରିବା ପାଇଁ ଅତ୍ୟାଧୁନିକ ଯନ୍ତ୍ରପାତି ପ୍ରସ୍ତୁତ ରଖାଯାଇଛି । ବିଦ୍ୟୁତ୍ ବିଭାଗ ପକ୍ଷରୁ ମଧ୍ୟ ବ୍ୟାପକ ପ୍ରସ୍ତୁତି କରାଯାଇଛି । ୱାଟକୋ ପକ୍ଷରୁ ଅଧିକ ୯୪ ଟି ଡି ଜି ସେଟ୍ ପ୍ରସ୍ତୁତ ରଖାଯାଇଛି। 

ପାଣିପାଗ ବିଭାଗର ସୂଚନାନୁସାରେ ଆସନ୍ତା  ୨୩ରୁ ୨୭ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବାତ୍ୟା  ପ୍ରଭାବ ଦେଖିବାକୁ ମିଳିବ । ଏହାକୁ ଦୃଷ୍ଟିରେ ରଖି  ରାଜ୍ୟ ସରକାର ବିଭିନ୍ନ ଜିଲ୍ଲାକୁ ସତର୍କ ରହିବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି । ଏସବୁ ମଧ୍ୟରେ କଟକ ପାଇଁ ମଧ୍ୟ ଚିନ୍ତା ରହିଛି । ଯାହାଫଳରେ ସିଏମ୍‌ସି  ପକ୍ଷରୁ ଆଜି ପ୍ରସ୍ତୁତି ଆରମ୍ଭ ହୋଇଛି । ମେୟର୍‌  ସୁବାସ ସିଂହ ଓ କମିସନର ଅନାମ ଚରଣ  ପାତ୍ର ବିଭିନ୍ନ ବିଭାଗ ସହ ସମନ୍ୱୟ ରଖାଯାଇ  କିଭଳି ମୁକାବିଲା ହେବ ସେଥିପାଇଁ ଆଲୋଚନା କରାଯାଇଥିଲା । ପମ୍ପ ସ୍ଥିତି ସମ୍ପର୍କରେ ବିଭାଗୀୟ  ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ବାତ୍ୟା  ପାଇଁ କଟକ ବାହାରେ ରହୁଥିବା ଅଧିକାରୀମାନେ  କଟକରେ ରହିବାକୁ ନିର୍ଦ୍ଦେଶ ଜାରି ହୋଇଛି  ବୋଲି ମେୟର ସୁବାସ ସିଂହ କହିଛନ୍ତି ।  ଏହାସହ ସବୁ ଆଶ୍ରୟସ୍ଥଳୀ ପ୍ରସ୍ତୁତ ରଖାଯାଇ  ଆବଶ୍ୟକ ହେଲେ ଲୋକଙ୍କୁ ସ୍ଥାନାନ୍ତର କରାଯିବ  ବୋଲି କମିସନର ଶ୍ରୀ ପାତ୍ର ସୂଚନା ଦେଇଛନ୍ତି।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.