ସାଲେପୁର,୨୪/୧୦: ସାମ୍ଭାବ୍ୟ ବାତ୍ୟା ଗୁରୁବାର ମଧ୍ୟ ରାତ୍ରରୁ ତାଣ୍ଡବ ରଚିବ ବୋଲି ଅନୁମାନ କରାଯାଉଛି । ଏହାକୁ ଆଖି ଆଗରେ ରଖି ସାଲେପୁର ଥାନା ଅଧିକାରୀ ମନୋଜ ସ୍ବାଇଁଙ୍କ ତତ୍ତ୍ୱାବଧାନରେ ପୋଲିସ ଅଧିକାରୀ ଓ ଯବାନ ମାନେ ଗାଁ ଗାଁ ବୁଲି ଚାଳଛପର ଘରେ ଥିବା ଲୋକମାନଙ୍କୁ ଚିହ୍ନଟ କରିଥିଲେ । ଏହା ପରେ ସେମାନଙ୍କୁ ବାତ୍ୟା ଆଶ୍ରୟସ୍ଥଳୀରେ ସୁରକ୍ଷିତ ପହଞ୍ଚାଉଛନ୍ତି ।
ବଟେଶ୍ବର ଗ୍ରାମର ସତୁରି ବର୍ଷ ବୟସ୍କ ଦିବ୍ୟାଙ୍ଗ ବୃଦ୍ଧା ପୂଜା ଦାସ ନିଜ ଭଙ୍ଗା ଚାଳଛପର ଘରେ ଚାପି ହୋଇ ରହିଥିଲେ । ଗାଁ ଗାଁ ବୁଲି ସ୍ଥିତି ଅନୁଧ୍ୟାନ କରିବା ବେଳେ ବୃଦ୍ଧାଙ୍କୁ ଚାଳଛପର ଘରେ ଚାପି ହୋଇ ରହିଥିବା ଦେଖିଥିଲେ । ଏହା ଦେଖି ତୁରନ୍ତ ତାଙ୍କୁ ପୋଲିସ ଏବଂ ଯବାନ ମାନେ ଉଦ୍ଧାର କରି ସାଲେପୁର କଲେଜରେ ହୋଇଥିବା ଅସ୍ଥାୟୀ ବାତ୍ୟା ଅଶ୍ରୟସ୍ଥଳୀରେ ସୁରକ୍ଷିତ ଛାଡ଼ିଛନ୍ତି ।