ନୀଳଗିରି,୨୯/୧୧:ବାଲେଶ୍ୱର ଜିଲ୍ଲା ନୀଳଗିରି ଆଦିବାସୀ ବହୁଳ ଅଞ୍ଚଳରେ ଆସିଲା ମନ ଦୋହଲି ଦେଲାଭଳି ଚିତ୍ର । ଗାଁକୁ ଯାଇ ପାରିଲାନି ଆମ୍ବୁଲାନ୍ସ । ଖଟିଆରେ ବୁହାହେଲେ ରୋଗୀ । ଗରଡ଼ିହି ପଞ୍ଚାୟତ ସାନକଞ୍ଚିଆମୁହଁ ଗ୍ରାମରେ ଭୈରବ ମଲ୍ଲିକଙ୍କ ସ୍ତ୍ରୀ ରଞ୍ଜିତା ଖଟିଆରେ ବୁହା ହୋଇଥିବାର ଦୃଶ୍ୟ ଦେଖିବାକୁ ମିଳିଛି ।
ସୂଚନା ମୁତାବକ, ଗରଡ଼ିହି ପଞ୍ଚାୟତ ସାନକଞ୍ଚିଆମୁହଁ ଗ୍ରାମରେ ଭୈରବ ମଲ୍ଲିକଙ୍କ ସ୍ତ୍ରୀ ରଞ୍ଜିତା ଗର୍ଭବତୀ ଥିବା ବେଳେ ଶୁକ୍ରବାର ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ବ୍ରହ୍ମପୁର ହସ୍ପିଟାଲ ନେବା ପାଇଁ ବାହାରିଥିଲେ । ସ୍ଥାନୀୟ ଆଶା ମଞ୍ଜୁଲତା ସାହୁ ଆମ୍ବୁଲାନ୍ସ ଫୋନ କରିଥିଲେ । ହେଲେ ରାସ୍ତା ନଥିବାରୁ ଗାଁ ଭିତରକୁ ୧୦୨ ଆମ୍ବୁଲାନ୍ସ ଯାଇ ପାରିନଥିଲା। ତେଣୁ ଗର୍ଭବତୀ ମହିଳାଙ୍କୁ ଖଟିଆରେ ବୋହି ସ୍ଥାନୀୟ ଅଞ୍ଚଳବାସୀ ଚିତ୍ତରଞ୍ଜନ ମଣ୍ଡଳଙ୍କ ସହାୟତାରେ ତାଙ୍କୁ ଘରୁ ଆଣିବା ପରେ ବ୍ରହ୍ମପୁର ହସ୍ପିଟାଲ ନିଆଯାଇଛି।