ପ୍ରମୂଖ ଖବର
  • କାମାକ୍ଷାନଗର : ସ୍ତ୍ରୀ ସମ୍ମୁଖରେ ସ୍ୱାମୀକୁ ପଥରରେ ଛେଚି ହତ୍ୟା, ୩ ଅଭିଯୁକ୍ତ ଫେରାର
  • ||
  • ଗଞ୍ଜାମ ଏସପି ଭାବେ ଦାୟିତ୍ୱ ନେଲେ ଶୁଭେନ୍ଦୁ ପାତ୍ର, ଅପରାଧ ନିୟନ୍ତ୍ରଣ ଏବଂ ଅପରାଧୀ ଦମନ ରହିବ ଲକ୍ଷ
  • ||
  • ବଦଳିଲେ ଭଦ୍ରକ ଏସପି; କାର୍ଯ୍ୟଭାର ଗ୍ରହଣ କଲେ ସନ୍ଦୀପ ସମ୍ପଦ, ନୂତନ ଏସପିଙ୍କୁ ଜିଲ୍ଲା ପୋଲିସ କାର୍ଯ୍ୟାଳୟରେ ସ୍ୱାଗତ
  • ||
  • ଟ୍ୱିନ୍‌ସିଟି ଅତିରିକ୍ତ ପୋଲିସ କମିଶନର ଭାବେ ଦାୟିତ୍ୱ ଗ୍ରହଣ କଲେ ଉମାଶଙ୍କର ଦାସ
  • ||
  • ଭୋଗରାଇ : ଶିକ୍ଷକ ବଦଳି ପ୍ରତିବାଦରେ ବିଦ୍ୟାଳୟରେ ପଡିଲା ତାଲା, ରାସ୍ତାରେ ଧାରଣା ଦେଲେ ଛାତ୍ରଛାତ୍ରୀ ଓ ଅଭିଭାବକ
  • ||
  • ବାଲିଗୁଡା : ଦୁର୍ଗାପାଙ୍ଗାରେ ମହାମାରୀ ରୂପ ନେଉଛି ଝାଡାବାନ୍ତି; ୬ ମୃତ,୧୫ରୁ ଉର୍ଦ୍ଧ୍ୱ ଆକ୍ରାନ୍ତ
  • ||
  • ହିନ୍ଦୋଳ : ପୋଖରୀରେ ବୁଡି ମହିଳା ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଭୁବନ : ପାରିବାରିକ କଳହର କରୁଣ ପରିଣତି, ସ୍ତ୍ରୀକୁ ହତ୍ୟା କରି କୂଅରେ ପକାଇଲା ସ୍ୱାମୀ
  • ||
  • ସାଲେପୁର : ଅନଲାଇନ୍ ଗେମ୍ ଖେଳିବା ପଡ଼ିଲା ମହଙ୍ଗା, ଲକ୍ଷାଧିକ ଟଙ୍କା ହାରି ଜୀବନ ହାରିଲେ ଯୁବକ
  • ||
  • ନୟାଗଡ : ବନ୍ଧୁକ ଦେଖାଇ କେନ୍ଦୁପତ୍ର ଫଡି ଘରୁ ଲୁଟ୍‌, ଲକ୍ଷାଧିକ ଟଙ୍କାର କେନ୍ଦୁପତ୍ର ସହ ଟଙ୍କା ଏବଂ ମୋବାଇଲ୍ ଲୁଟି ନେଲେ ଦୁର୍ବୃତ୍ତ
  • ||
  • ଜଳେଶ୍ବର : ବନ୍ଧୁକ ମୁନରେ ଲକ୍ଷାଧିକ ଟଙ୍କାର ସୂନା ଗହଣା ଏବଂ ନଗଦ ଟଙ୍କା ଲୁଟ୍‌, ଜଣେ ଅଟକ
  • ||
  • ଶୁକ୍ରବାର ମୁଖ୍ୟମନ୍ତ୍ରୀ ନିବାସ ଖାଲି କରିବେ ଅରବିନ୍ଦ କେଜରିୱାଲ, ଆପ୍‌ ମୁଖ୍ୟାଳୟ ନିକଟରେ ଚୂଡ଼ାନ୍ତ ହୋଇଛି ଘର
  • ||
  • ଭରତପୁର ଥାନାରେ ହଙ୍ଗାମା ମାମଲା, ଆଜି ୫ ପୁଲିସ ଅଧିକାରୀଙ୍କ ପଲିଗ୍ରାଫ୍‌ ପରୀକ୍ଷା
  • ||
  • କାମାକ୍ଷାନଗର : ଶୌଚ ହେବାକୁ ଯାଇଥିବାବେଳେ ଧକ୍କା ଦେଲା ଟ୍ରେନ୍, କଟିଗଲା ଯୁବକଙ୍କ ବାମ ଗୋଡ଼
  • ||
  • ବାଲେଶ୍ୱର : ରାଇସ୍‌ ମିଲ୍‌ ମାଲିକଙ୍କ ଦବଙ୍ଗଗିରି, ଖବର ସଂଗ୍ରହ ବେଳେ ସାମ୍ୱାଦିକଙ୍କୁ ଆକ୍ରମଣ
  • ||
  • UAEରେ ବାଜିବ ମହିଳା ଟି-ଟ୍ୱେଣ୍ଟି ୨୦୨୪ ବିଶ୍ୱକପ୍ ବିଗୁଲ, ୧୦ ଦଳ, ୨୩ ମ୍ୟାଚ୍‌, ୨ ଭେନ୍ୟୁରେ ଖେଳାଯିବ
  • ||
  • ଦକ୍ଷିଣ ପୂର୍ବ ବାଂଲାଦେଶ ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣିବଳୟ ସୃଷ୍ଟ, ୪ରେ ସୁଦ୍ଧା ଲଘୁଚାପ: ଆଇଏମ୍‌ଡି ଡିଜି
  • ||

ଅଲ୍‌ଟ୍ରାସାଉଣ୍ଡ୍‌, ଏକ୍ସରେ ପାଇଁ ଆଉ କେତେ ହୀନସ୍ତା ହେବେ ? ୱାର୍ଡରୁ ଆସି ରାସ୍ତାରେ ଶୋଉଛନ୍ତି ରୋଗୀ

କଟକ, ୨।୧୦: ଏସ୍‌ସିବିରେ ଅଲଟ୍ରାସାଉଣ୍ଡ୍‌, ଏକ୍ସରେ ପାଇଁ ରାତି ଅଧରୁ ୱାର୍ଡରୁ ଆସୁଛନ୍ତି ରୋଗୀ । ଚାଲି ପାରୁନଥିବା ରୋଗୀଙ୍କୁ ଟେକିଟେକି ଆଣୁଛନ୍ତି ସେମାନଙ୍କ ସଂପର୍କୀୟ । ରଞ୍ଜନରଶ୍ମୀ ବିଭାଗ ଆଗରେ ସପ, ଲୁଗା, ବେଡ୍‌ସିଟ୍‌ ପକାଇ ରୋଗୀମାନେ ଶୋଉଛନ୍ତି । ଜଣେ କି ଦୁଇ ଜଣ ନୁହଁ, ମାଳମାଳ ରୋଗୀ ଅଲଟ୍ରାସାଉଣ୍ଡ୍‌ କରିବାକୁ ଆସି ରାତି ଅଧରେ ୱାର୍ଡ ଛାଡି ରାସ୍ତା ଉପରେ ଶୋଉଛନ୍ତି । ଏସସିବିରେ ଏଭଳି ବିକଳ ଚିତ୍ର ସବୁଦିନିଆ । ମେଦିନାପୁର ଅଞ୍ଚଳର ଚାରି ଦଳାଇ(୫୮) ଙ୍କର ମୂତ୍ରଶଲ୍ୟ ଜନିତ ସମସ୍ୟା ପାଇଁ ଏସ୍‌ସିବିରେ ଭର୍ତ୍ତି ହୋଇଛନ୍ତି । ଅଲଟ୍ରାସାଉଣ୍ଡ୍‌ ଓ କେୟୁବି ଏକ୍ସରେ ପାଇଁ ଡାକ୍ତର ପରାମର୍ଶ ଦେଇଥିଲେ । ଦୁଇଟି ଯାକ ପରୀକ୍ଷା ପାଇଁ ଦୁଇ ଦିନ କାଳ ତାଙ୍କୁ ୱାର୍ଡରୁ ଆସି ରଞ୍ଜନରଶ୍ମୀ ବିଭାଗ ସମ୍ମୁଖରେ ଫୁଟପାଥରେ ଶୋଇବାକୁ ପଡ଼ିଥିଲା । ଦିନବେଳା ରୋଗୀ ସାଲାଇନ୍‌ ଓ ଇଞ୍ଜେକସନ୍‌ ଆଦି ନେଇଯିବା ପରେ ରାତିରେ ସମ୍ପର୍କୀୟମାନେ ତାଙ୍କୁ ଧରି ଅଲଟ୍ରାସାଉଣ୍ଡ୍‌ ପାଇଁ ରଞ୍ଜନରଶ୍ମୀ ବିଭାଗ ସମ୍ମୁଖରେ ଧାଡ଼ିରେ ଶୁଆଇ ଥାଆନ୍ତି । ସକାଳ ୮ଟା ୩୦ ରେ କାଉଣ୍ଟର ଖୋଲିବା ମାତ୍ରେ ଧାଡ଼ିରେ ଶୋଇଥିବା ରୋଗୀଙ୍କ ସିରିଅଲ୍‌ ଅନୁସାରେ ସମ୍ପର୍କୀୟମାନେ ପ୍ରେସକ୍ରିପସନ୍‌ ଜମା ଦେଇଥାନ୍ତି । 

ସେହି କ୍ରମରେ ଅଲ୍‌ଟ୍ରାସାଉଣ୍ଡ ସୁବିଧା ପାଇଥାନ୍ତି ରୋଗୀ । ରୋଗୀଙ୍କର ଏଭଳି ଦୁର୍ଦ୍ଦଶାର କେବେ ଅନ୍ତ ଘଟିବ ସେନେଇ ଡାକ୍ତରଖାନା କର୍ତ୍ତୃପକ୍ଷ କିମ୍ବା ବିଭାଗୀୟ ମୁଖ୍ୟଙ୍କ ପାଖରେ ଠିକ୍‌ ଉତ୍ତର ନାହିଁ । ତେଣୁ ଅଲଟ୍ରାସାଉଣ୍ଡ୍‌ ପାଇଁ ଡାକ୍ତର ପ୍ରେସକ୍ରିପସନ୍‌ ଲେଖିବା ପରେ ରୋଗୀଙ୍କ ଅପେକ୍ଷା ସେମାନଙ୍କ ସମ୍ପର୍କୀୟମାନଙ୍କର ଚିନ୍ତା ବଢ଼ୁଛି । ୱାର୍ଡରୁ ରୋଗୀଙ୍କୁ ରଞ୍ଜନ ରଶ୍ମୀ ବିଭାଗକୁ ଆଣି ଏଠାରେ ପରୀକ୍ଷା କରାଇ ବେଡ୍‌ ପାଖରେ ଆଣି ପହଞ୍ଚାଇବାକୁ ସମ୍ପର୍କୀୟମାନେ ନାକେଦମ୍‌ ହୋଇପଡ଼ୁଛନ୍ତି । ଆଉଟ୍‌ଡୋର ରୋଗୀ ହୁଅନ୍ତୁ କିମ୍ବା ୱାର୍ଡରେ ଆଡମିସନ୍‌ ହୋଇଥିବା ରୋଗୀ ହୁଅନ୍ତୁ ଏସ୍‌ସିବିରେ ଅଲଟ୍ରାସାଉଣ୍ଡ୍‌, ଏକ୍ସରେ, ସିଟି ସ୍କାନ୍‌ ପାଇଁ ନାହିଁ ନଥିବା ହୀନସ୍ତା ହେଉଛନ୍ତି । ଏସ୍‌ସିବିର ସମସ୍ତ କ୍ଲିନିକାଲ୍‌ ବିଭାଗର ରୋଗୀଙ୍କଠାରୁ ଆରମ୍ଭ କରି ଟ୍ରମା କାଜୁଆଲଟିର ଦୁର୍ଘଟଣାଗ୍ରସ୍ତ ଓ ଆଶୁଚିକିତ୍ସା କେନ୍ଦ୍ରର ଗୁରୁତର ରୋଗୀଙ୍କର ଅଲଟ୍ରାସାଉଣ୍ଡ୍‌ ଗୋଟିଏ ସ୍ଥାନରେ ହେଉଛି । ୱାର୍ଡ, ଆଉଟ୍‌ଡୋର, କାଜୁଆଲ୍‌ଟି ମିଶି ପାଞ୍ଚ ଶହରୁ ଅଧିକ ରୋଗୀ ପ୍ରତିଦିନ ଅଲଟ୍ରାସାଉଣ୍ଡ୍‌ ପାଇଁ ଆସୁଥିବା ବେଳେ ପରୀକ୍ଷା ସୁବିଧା ପାଉଛନ୍ତି ମାତ୍ର ୧୦୦ ଜଣ । ବାକି ପ୍ରାୟ ୪ ଶହ ରୋଗୀ ଫେରୁଛନ୍ତି । ରୋଗୀ ସଂଖ୍ୟା ବଢ଼ୁଥିଲେ ହେଁ ଅଲଟ୍ରାସାଉଣ୍ଡ୍‌ ପରୀକ୍ଷା ପାଇଁ ଭିତ୍ତିଭୂମି କିମ୍ବା ଉପକରଣ ବୃଦ୍ଧି କରାଯାଉନାହିଁ । ମାତ୍ର ୩ଟି ମେସିନ୍‌ରେ ଏବେ ପରୀକ୍ଷା ହେଉଛି । 

ସେହିପରି ଏସ୍‌ସିବିରେ ଆରମ୍ଭ ଦିନରୁ ରଞ୍ଜନରଶ୍ମୀ ବିଭାଗରେ ଗୋଟିଏ ୟୁନିଟ୍‌ ସୀମିତ ରହିଛି । ଜଣେ ପ୍ରଫେସର, ଜଣେ ଆସୋସିଏଟ୍‌ ପ୍ରଫେସର, ୩ ଜଣ ଆସିଷ୍ଟାଣ୍ଟ୍‌ ପ୍ରଫେସର, ୪ଜଣ ରେସିଡେଣ୍ଟ ଡାକ୍ତରଙ୍କୁ ନେଇ ଶହଶହ ସଂଖ୍ୟାରେ ରୋଗୀଙ୍କର ପରୀକ୍ଷା କରିବା ଏକରକମ ଅସମ୍ଭବ ହୋଇପଡ଼ୁଚି । ରେଳ ଷ୍ଟେସନ୍‌ରେ ଦିନରାତି ୨୪ ଘଣ୍ଟା ଗହଳି ଲାଗିବା ପରି ରଞ୍ଜନରଶ୍ମୀ ବିଭାଗରେ ଦିନରାତି ରୋଗୀ ଓ ତାଙ୍କ ସମ୍ପର୍କୀୟମାନେ ଭିଡ଼ ଜମାଉଛନ୍ତି । ଫଳରେ ବିଭାଗ ସମ୍ମୁଖ ଫୁଟପାଥରେ ସବୁବେଳେ ରୋଗୀବ ପଡ଼ି ରହୁଛନ୍ତି । ଏ ସମ୍ପର୍କରେ ଡାକ୍ତରଖାନା ଇନ୍‌ଚାର୍ଜ ଅଧୀକ୍ଷକ ପ୍ରଫେସର ଡାକ୍ତର ଲୁସି ଦାସ କହିଛନ୍ତି ଯେ, ରୋଗୀମାନେ କିପରି ସୁବିଧାରେ ଅଲଟ୍ରାସାଉଣ୍ଡ୍‌ ପରୀକ୍ଷା କରାଇବେ ସେଥିଲାଗି ବିଭାଗୀୟ ମୁଖ୍ୟଙ୍କ ସହ ଆଲୋଚନା କରାଯାଇଛି । ଉକ୍ତ ସମସ୍ୟାର ସମାଧାନ ଲାଗି ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.