ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

ବଡ଼ଠାକୁରଙ୍କ ପ୍ରତି ବଡ଼ ଅବହେଳା ଅଭିଯୋଗ: ଅଣ୍ଟୁନି ପରିଧାନ କରୁଥିବା ପାଟ ବସ୍ତ୍ର, ଲାଗୁଛି ଛୋଟ ଓ ନିମ୍ନ ମାନର ପାଟ

ପୁରୀ,୨୬/୦୭: ଜଗତ୍‌କର୍ତ୍ତାଙ୍କୁ  ନିଅଣ୍ଟ ପଡ଼ୁଛି ବସ୍ତ୍ର । ବେଶରେ ପରିଧାନ କରୁଥିବା ପାଟ ବସ୍ତ୍ର କାଳିଆସାଆନ୍ତଙ୍କୁ ଅଣ୍ଟୁନି । ଶ୍ରୀବିଗ୍ରହ ପିନ୍ଧିଲା ବେଳକୁ ବସ୍ତ୍ର  ଛୋଟ ହେଉଛି । ଠାକୁରଙ୍କୁ ବେଶ କଲା ବେଳେ ବାଧ୍ୟ ହୋଇ ସେବକମାନେ ଯାହିତାହି  ତୁଲାଉଛନ୍ତି । ପୁଣି ଆଗଭଳି ଉନ୍ନତ ମାନର ପାଟ ବସ୍ତ୍ର ମଧ୍ୟ ଯୋଗାଯାଉନି । ଆଗେ ଦିଅଁଙ୍କ ପାଟବସ୍ତ୍ରର ଓଜନ ରହୁଥିଲା । ଏବେ ସୋଲ ଭଳି ହାଲୁକା ରହୁଛି ଠାକୁରଙ୍କ ବସ୍ତ୍ର ।  ବେଶ ପ୍ରିୟ ମହାପ୍ରଭୁ ଶ୍ରୀଜଗନ୍ନାଥ । ଦୁର୍ଲ୍ଲଭ  ବେଶରେ କଳାଶ୍ରୀମୁଖଙ୍କୁ ଦର୍ଶନ କରିବାକୁ  ବିଶ୍ୱବାସୀ ଆକୁଳ । ଏଣୁ ଦାରୁବ୍ରହ୍ମଙ୍କ ବେଶରେ ଅବହେଳା କରାଯିବା ନେଇ  ଚିନ୍ତା ବ୍ୟକ୍ତ କରିଛନ୍ତି ସମ୍ପୃକ୍ତ ସେବକ । 

ବଡ଼ଠାକୁରଙ୍କ ପ୍ରତି ବଡ଼ ଅବହେଳାର ଅଭିଯୋଗ । ବଡ଼ଦେଉଳରେ ବିଜେ କୋଟି ବ୍ରହ୍ମାଣ୍ଡ ଇଶ୍ୱର । ଠାକୁରଙ୍କ ନିଆରା  ରୀତିନୀତି ନେଇ ବିଶ୍ୱ ପ୍ରସିଦ୍ଧି ରହିଛି ।  ଶ୍ରୀବିଗ୍ରହଙ୍କ ଯେତେ ଧୂପ(ଭୋଗ) ସେତେ  ବେଶ । ଆଗେ ବେଶ ପରେ ଧୂପ । ଅବକାଶ  ବେଶରେ ତଡ଼ପ ଓ ଉତ୍ତରୀୟଠାରୁ ଆରମ୍ଭ  କରି ସକାଳ ଧୂପ, ମଧ୍ୟାହ୍ନ ଧୂପ, ସନ୍ଧ୍ୟା  ଧୂପ ଓ ବଡ଼ସିଂହାର ବେଶରେ ଠାକୁରଙ୍କୁ  ଗୀତଗୋବିନ୍ଦ ପାଟ ପର୍ଯ୍ୟନ୍ତ ଠାକୁରେ  ବିଭିନ୍ନ ବସ୍ତ୍ର ଲାଗି ହୋଇଥାନ୍ତି । ଶ୍ରୀମନ୍ଦିର  ପ୍ରଶାସନ ଯୋଗାଉଛି ଠାକୁରଙ୍କ ପାଟ  ବସ୍ତ୍ର । ଆଗେ ଶ୍ରୀମନ୍ଦିର ପ୍ରଶାସନ ନିଜେ ସଂଗ୍ରହ କରୁଥିଲା । ଏବେ ଦାତାମାନେ ପର୍ଯ୍ୟାପ୍ତ ପରିମାଣରେ ପାଟବସ୍ତ୍ର ଠାକୁରଙ୍କୁ  ଦାନ ଦେଉଛନ୍ତି । ବସ୍ତ୍ର ସବୁକୁ ଶ୍ରୀମନ୍ଦିର  ପ୍ରଶାସନ ଜିମା ଦିଆଯିବା ପରେ ଠାକୁରଙ୍କ ଲାଗି ପାଇଁ ସେବାୟତଙ୍କୁ ଦିଆଯାଏ । 

ଠାକୁରଙ୍କୁ ବେଶ କରିବା ଦାୟିତ୍ୱ  ପୁଷ୍ପାଳକ ସେବକଙ୍କ ଉପରେ ନ୍ୟସ୍ତ ।  ଚତୁର୍ଦ୍ଧାମୂର୍ତ୍ତିଙ୍କୁ ପୁଷ୍ପାଳକ ସେବକମାନେ  ବେଶ କରିଥାନ୍ତି । ଅଧିକାଂଶ ସମୟରେ  ପାଟ ବସ୍ତ୍ର ଛୋଟ ରହୁଥିବାରେ ଶ୍ରୀଅଙ୍ଗକୁ  ଉକ୍ତ ବସ୍ତ୍ର ଅଣ୍ଟୁ ନାହିଁ । ଛୋଟ ପାଟ  ଯୋଗୁ ଶ୍ରୀଅଙ୍ଗକୁ ପାଉ ନାହିଁ । ଅନେକ  ସମୟରେ ବସ୍ତ୍ରକୁ ଝୋବା ସହ ସଂଯୁକ୍ତ  କରିବାକୁ ପଡ଼ୁଛି । ଠାକୁରଙ୍କ ଉପରେ ଦୃଷ୍ଟି  ନପଡ଼ିବା ପାଇଁ ଝୋବା ଲାଗି ହୋଇଥାଏ ।  ଠାକୁରଙ୍କ ଶ୍ରୀଅଙ୍ଗ ସମ୍ମୁଖରେ ଝୋବା  ଝୁଲୁଥିବା ଭକ୍ତ ଦେଖିପାରେ । ବସ୍ତ୍ର ପାଉ  ନଥିବାରେ ଅନେକ ସମୟରେ ଝୋବା  ସହିତ ଗଣ୍ଠି ପକାଇବାକୁ ହେଉଥିବା  କୁହାଯାଉଛି । ଠାକୁରଙ୍କୁ ଲାଗି ପାଇଁ ପ୍ରସ୍ତୁତ  ପାଟ କେତେ ଉପଯୁକ୍ତ ପୂର୍ବରୁ ଯାଞ୍ଚ  ହେବା କଥା । ହେଲେ ଏଥିରେ ଅବହେଳା  ହେଉଥିବାରୁ ଅନେକ ଦିନ ହେଲା ଏଭଳି  ଅବହେଳିତ ଭାବେ ଠାକୁରଙ୍କ ବେଶ  ଅନୁଷ୍ଠିତ ହେଉଥିବା ଅଭିଯୋଗ ହେଉଛି । 

ଏନେଇ ପୁଷ୍ପାଳକ ନିଯୋଗର ଜଣେ  ବରିଷ୍ଠ କର୍ମକର୍ତ୍ତା କୁହନ୍ତି ମହାପ୍ରଭୁଙ୍କୁ  କୌଣସି ପ୍ରକାରେ ଅବହେଳା କରା  ନଯାଉ । କିଛି ବର୍ଷ ହେଲା ଠାକୁରଙ୍କୁ ଯେଉଁ  ବସ୍ତ୍ର ଲାଗି କରାଯାଉଛି ତାହା ଉପଯୁକ୍ତ  ନୁହେଁ । ମହାପ୍ରଭୁଙ୍କ ବେଶର ସ୍ୱତନ୍ତ୍ରତା  ରହିଛି । ଉନ୍ନତ ମାନ ତଥା ଅସଲି ବସ୍ତ୍ର ଠାକୁରଙ୍କୁ ଲାଗି କରାଯିବା କଥା । ଆମେ  ଛାର ମଣିଷ ହୋଇ ବେଶ ହେଲା ବେଳେ  କେଉଁଠି ଅବହେଳା କରୁ ନାହେଁ । ତେବେ  ଜଗତକର୍ତ୍ତା କୋଟି ବ୍ରହ୍ମାଣ୍ଡ ଇଶ୍ୱରଙ୍କ ବେଶକୁ  କିପରି ଅଣଦେଖା କରାଯିବ? ଏପରକି  ପୁଷ୍ପାଳକ ନିଯୋଗ ପକ୍ଷରୁ ମଧ୍ୟ ଶ୍ରୀମନ୍ଦିର  ପ୍ରଶାସନଠାରେ ଅଭିଯୋଗ ହୋଇଥିବା ସେ  ପ୍ରକାଶ କରିଛନ୍ତି । ଏନେଇ ଯୋଗାଯୋଗ  କରାଯାଇଥିଲେ ସୁଦ୍ଧା ଶ୍ରୀମନ୍ଦିର ନୀତି  ପ୍ରଶାସକଙ୍କ କୌଣସି ପ୍ରତିକ୍ରିୟା ମିଳିନାହିଁ । 

ଦୈନନ୍ଦିନ ନୀତିରେ ଠାକୁରଙ୍କୁ  ଲୋଡ଼ା ବାରଲାଗି ପାଟ । ପୁଣି ଋତୁକୁ  ନେଇ ଠାକୁରଙ୍କ ବେଶ ନିର୍ଦ୍ଦିଷ୍ଟ ରହିଛି ।  ସପ୍ତାହକୁ ବାର ଅନୁସାରେ ଭିନ୍ନ ଭିନ୍ନ  ରଙ୍ଗର ବସ୍ତ୍ର ପରିଧାନ କରନ୍ତି ଠାକୁରେ ।  ରବିବାର ଲାଲ୍‌, ସୋମବାର କଳା ଛିଟା  ମିଶା ଧଳା, ମଙ୍ଗଳବାର ବାର ପଟିଆ(ପଞ୍ଚ  ରଙ୍ଗ ମିଶା), ବୁଧବାର ନୀଳ ରଙ୍ଗ,  ଗୁରୁବାର ହଳଦିଆ, ଶୁକ୍ରବାର ଧଳା ଓ  ଶନିବାର କଳା ରଙ୍ଗର ପାଟ ପରିଧାନ  କରନ୍ତି ଠାକୁରେ । ଏହା ପରେ ଦୁର୍ମୂଲ୍ୟ  ଅଳଙ୍କାର ଲାଗି ହୁଅନ୍ତି ଶ୍ରୀବିଗ୍ରହ । ଆଗେ  ଠାକୁରଙ୍କ ଉଲାଗି ବସ୍ତ୍ର ସେହିଭଳି ପଡ଼ି  ରହୁଥିଲା । ଏବେ ଏଥିରୁ ଭଲ ଉପାର୍ଜନ  କରୁଛି ପ୍ରଶାସନ । ଏକ ପ୍ରକାର ଆର୍ଥିକ  ଲାଭ ପାଉଛି ଶ୍ରୀମନ୍ଦିର ପ୍ରଶାସନ । ଠାକୁରଙ୍କୁ  ଲାଗି ପରେ ପୁନଃ ଶ୍ରୀଅଙ୍ଗ ଲାଗି ବସ୍ତ୍ର  ଶ୍ରୀମନ୍ଦିର ପ୍ରଶାସନ ଜିମା ରହୁଛି । ସୁଲଭ  ମୂଲ୍ୟରେ ଏହାକୁ ଭକ୍ତମାନେ ପାଉଛନ୍ତି ।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.