ପ୍ରମୂଖ ଖବର
  • ଭୁବନେଶ୍ୱର : ବିଦେଶୀ ମଦ ଦୋକାନ ଉପରେ ଅବକାରୀ ବିଭାଗର ରେଡ୍‌, ପାଣି ମିଶା ମଦ ଜବତ
  • ||
  • ତେଲକୋଇ : ବେଣା ଗାଁରେ ହାତୀପଲଙ୍କ ଉତ୍ପାତ; ଧାନ ସହ ଖାଇଗଲେ ଟଙ୍କା, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ପାଟଣା : ଚମ୍ପୁଆ ରେଞ୍ଜରେ ଦନ୍ତା ଆହତ, ସ୍ବାସ୍ଥ୍ୟାବସ୍ଥା ଅନୁଧ୍ୟାନ କରୁଛି ବିଶେଷଜ୍ଞ ଟିମ୍
  • ||
  • ମାର୍ଶାଘାଇ : ରେଳ ପୋଲ ଉପରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ଭଞ୍ଜନଗର : ବଚସାକୁ କେନ୍ଦ୍ର କରି ଦୁଇ ଭାଇଙ୍କୁ ମରଣାନ୍ତକ ଆକ୍ରମଣ; ବଡ଼ ଭାଇ ମୃତ, ସାନ ଭାଇ ଗୁରୁତର
  • ||
  • ପୁରୁଷ ହକି ଏସିଆନ ଚାମ୍ପିଅନ୍ସ ଟ୍ରଫି: ଆଜି ଚୀନ-ପାକିସ୍ତାନ୍, ଭାରତ-କୋରିଆ ସେମି ଫାଇନାଲ୍‌ ଲଢ଼େଇ
  • ||
  • କରଞ୍ଜିଆ : ଶିମିଳିପାଳ ଅଭୟାରଣ୍ୟରେ ପ୍ରବଳ ବର୍ଷା, ୧୨ ଘଣ୍ଟାରେ ୧୮୩.୮୯୬ ମିମି ବର୍ଷା ରେକର୍ଡ
  • ||
  • ଜଳେଶ୍ବର : ବିପଦ ସଙ୍କେତ ପାର୍‌ କଲା ଜଳକା ନଦୀ, ତଳିଆ ଅଞ୍ଚଳବାସୀ ଭୟଭୀତ
  • ||
  • ଶ୍ରୀମନ୍ଦିରରେ ବଳିବାମନ ବେଶ ନୀତି, ବାମନରୂପି ବାଳକ ରୂପରେ ମହାପ୍ରଭୁ ରତ୍ନ ସିଂହାସନରେ ଉଭା ହେବେ
  • ||
  • ପାଟଣା : ତେଲ ନଦୀ ପୋଲ ଉପରେ ୩ ଫୁଟର ବନ୍ୟାଜଳ ପ୍ରବାହିତ, କେନ୍ଦୁଝର ଓ ମୟୁରଭଞ୍ଜ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ
  • ||
  • ଆଜି ବି ପ୍ରବଳ ଢାଳିବ ବର୍ଷା: ଦୁଇ ଜିଲ୍ଲାକୁ ଆଲର୍ଟ, ସତର୍କ ରହିବାକୁ ନିର୍ଦ୍ଦେଶ ଦେଲେ ଏସ୍‌ଆରସି
  • ||
  • ବୌଦ୍ଧ : ବାଟୋଇଙ୍କୁ ଧକ୍କା ଦେଇ ଗଛକୁ ପିଟିଲା ପିକ୍ଅ‌ପ୍ ଭ୍ୟାନ୍‌, ୯ ଗୁରୁତର
  • ||

ଆଗୁଆ ନୂଆଁ ଖାଇଲେ ପଥର୍ଲାବାସୀ, ରାଜା ଅମଳରୁ ଚାଲିଆସୁଛି ପରମ୍ପରା

କେସିଙ୍ଗା, ୪।୯: କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ପଥର୍ଲା ସମେତ ବାହାଦୂରପଦର ଏବଂ ପଲକାପଡ଼ାବାସୀ ମଙ୍ଗଳବାର ନୂଆଁଖାଇଛନ୍ତି । ସାଧାରଣତଃ ପଶ୍ଚିମ ଓଡ଼ିଶାରେ ନୂଆଁଖାଇ ଭାଦ୍ରବ ଶୁକ୍ଲପକ୍ଷ ପଞ୍ଚମୀରେ ପାଳିତ ହୋଇଥାଏ । କିନ୍ତୁ କଳାହାଣ୍ଡି ଜିଲ୍ଲାରେ ତିନିଟି ପର୍ଯ୍ୟାୟରେ ଲୋକେ ନବାନ୍ନ ଭକ୍ଷଣ କରିଥାନ୍ତି । ହେଲେ ପ୍ରଥମ ପର୍ଯ୍ୟାୟରେ ଅର୍ଥାତ ସମସ୍ତଙ୍କଠାରୁ ଆଗୁଆ କେସିଙ୍ଗାର ପଥର୍ଲା, ବାହାଦୂରପଦର ଓ କେସିଙ୍ଗା ଏନ୍‌ଏସି ଅନ୍ତର୍ଗତ ପଲକାପଡ଼ା ଗ୍ରାମବାସୀ ନୂଆଁଖାଇଥାନ୍ତି । ପୂର୍ବପରମ୍ପରା ଅନୁଯାୟୀ ସପ୍ତପୁରୀ ଅମାବାସ୍ୟା ଦିନ ଅର୍ଥାତ ଗତକାଲି ଗ୍ରାମବାସୀ ଗ୍ରାମ୍ୟ ଦେବଦେବୀଙ୍କୁ ପୂଜାକରି ନୂଆଁଖାଇ ପାଇଁ ବରଣ କରିଥିଲେ । ମଙ୍ଗଳବାର ପ୍ରତିପଦାରେ ସକାଳୁ ବିଧିମତେ ଗ୍ରାମ ଦେବଦେବୀ ଏବଂ ଘରର ଇଷ୍ଟଦେବୀଙ୍କ ଠାରେ ପୂଜାର୍ଚ୍ଚନା କରାଯିବା ସହ ନୂଆଁଅନ୍ନରେ ପ୍ରସ୍ତୁତ ଭୋଗ ଲାଗି ହୋଇଥିଲା । ପୂଜାକାର୍ଯ୍ୟ ସମ୍ପନ୍ନ ପରେ ସପରିବାର ବସି ନବାନ୍ନ ଭକ୍ଷଣ କରିଥିଲେ । ପରେ ସାନମାନେ ବୟୋଜ୍ୟେଷ୍ଠଙ୍କୁ ନୂଆଁଖାଇ ଜୁହାର କରି ଆଶୀର୍ବାଦ ଭିକ୍ଷା କରିଥିଲେ । 

ଏହି ଅବସରରେ ଗ୍ରାମରେ ବିଭିନ୍ନ ପ୍ରକାର ଖେଳକୁଦ ପ୍ରତିଯୋଗିତା, ଘୁମରା ନୃତ୍ୟ ଆଦି ପରିବେଷିତ ହୋଇଥିଲା । କିମ୍ବଦନ୍ତୀ ଅନୁସାରେ, କଳାହାଣ୍ଡିର ନାଗବଂଶୀ ରାଜା ତୀର୍ଥାଟନରେ ଯିବାପରେ ରାଜ୍ୟରେ ଅରାଜକତା ସୃଷ୍ଟି ହୋଇଥିଲା । ଏହାର ସୁଯୋଗ ନେଇ ଗଙ୍ଗ ବଂଶୀୟ ରାଜାମାନେ ସିଂହାସନ ଅକ୍ତିଆର କରିଥିଲେ । ତୀର୍ଥରୁ ରାଜା ପ୍ରତ୍ୟାବର୍ତ୍ତନ ପରେ ରାଜଗାଦିକୁ ନେଇ ଉଭୟପକ୍ଷ ମଧ୍ୟରେ ଯୁଦ୍ଧ ହୋଇଥିଲା । ଏହି ଯୁଦ୍ଧରେ ତତ୍କାଳୀନ ପଥର୍ଲା ଗୌନ୍ତିଆ ନାଗବଂଶୀୟ ମହାରାଜଙ୍କ ସପକ୍ଷରେ ଯୁଦ୍ଧ କରିଥିଲେ । ଏହି ଯୁଦ୍ଧରେ ନାଗ ବଂଶୀ ରାଜା ବିଜୟୀ ହୋଇଥିଲେ । ଯୁଦ୍ଧରେ ଗୌନ୍ତିଆଙ୍କ ବୀରତ୍ୱ ଦେଖି ରାଜା ଖୁସି ପ୍ରକଟ କରି କ’ଣ ମାଗିବାର ଅଛି ମାଗ ବୋଲି କହିଥିଲେ । ଉତ୍ତରରେ ପଥର୍ଲା ଗୌନ୍ତିଆ ଗ୍ରାମ୍ୟ ଦେବଦେବୀଙ୍କ କୃପାରୁ ବିଜୟ ଲାଭ କରିଥିବାରୁ ସେହି ଗ୍ରାମ ଦେବଦେବୀଙ୍କଠାରେ ସବୁଠାରୁ ଆଗୁଆ ନବାନ୍ନ ଭୋଗଲାଗି କରିବାକୁ ଅନୁମତି ମାଗିଥିଲେ । ମହାରାଜ ପଥର୍ଲା ଗୌନ୍ତିଆଙ୍କୁ ସମସ୍ତଙ୍କଠାରୁ ଆଗୁଆ ନୂଆଁଖାଇବା ପାଇଁ ଅନୁମତି ଦେଇଥିଲେ । ସେହିଦିନରୁ ପଥର୍ଲା, ବାହାଦୂରପଦର ଓ ପଲକାପଡ଼ାବାସୀ ପଶ୍ଚିମ ଓଡ଼ିଶାର ପ୍ରଥମ ଗାଁ ଭାବରେ ସର୍ବାଗ୍ରେ ନୂଆଁଖାଇ ପାଳନ କରିବାର ପରମ୍ପରା ପ୍ରଚଳିତ ଅଛି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.