ପ୍ରମୂଖ ଖବର
  • ବାଲିଗୁଡାରେ ଚାଞ୍ଚଲ୍ୟ, କିଡ୍‌ନୀ ଚୋରି ଅଭିଯୋଗ ପରେ କବର ଖୋଳି ଶବ କାଢିଲା ପୋଲିସ
  • ||
  • ନକଲି କଲ୍‌ ସେଣ୍ଟର ଠାବ ଘଟଣା, ଅଧିକ ତଦନ୍ତ ପାଇଁ କୋଲକାତା ଯିବ ସାଇବର ପୁଲିସ୍‌
  • ||
  • ପୁରୀ : ଅଣପଞ୍ଜିକୃତ ହବିଷ୍ୟାଳିଙ୍କ ପାଇଁ ବ୍ୟବସ୍ଥା, ବୃନ୍ଦାବତୀ ନିବାସର ବେସ୍‌ମେଣ୍ଟରେ ରହିବେ ୧୪୦ ହବିଷ୍ୟାଳି
  • ||
  • ଦେବଗଡ : ଆନ୍ତଃଜିଲ୍ଲା ମୋଟରସାଇକେଲ ଚୋରୀ ରାକେଟ ଠାବ: ୩ ଲୁଟେରା ଗିରଫ, ୮ ବାଇକ୍‌ ଜବତ
  • ||
  • ଭରତପୁର ଥାନା ଘଟଣା; ସମସ୍ତ ତଥ୍ୟ ବିଚାର ବିଭାଗୀୟ କମିଶନଙ୍କୁ ପ୍ରଦାନ କରିବ କ୍ରାଇମବ୍ରାଞ୍ଚ
  • ||
  • ପୁରୁଷୋତ୍ତମପୁର : ପ୍ରେମ ପାଇଁ ହାରିଲେ ଜୀବନ, ବେକରେ ରଶି ଲଗାଇ ଯୁବକଙ୍କ ଆତ୍ମହତ୍ୟା
  • ||
  • ବୌଦ୍ଧ ଗସ୍ତରେ ଡିଜିପି ୱାଇ ବି ଖୁରାନିଆ, ମାଓ ଦମନ ଏବଂ ଆଇନ ଶୃଙ୍ଖଳା ବିଷୟରେ କରିବେ ଆଲୋଚନା
  • ||
  • କୋଣାର୍କ : ଗୋପର ୨ଟି ବେଆଇନ କରତକଳ ଉପରେ ଚଢ଼ାଉ, ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ଜବତ
  • ||
  • ଅନ୍‌ଲାଇନ୍‌ ଆବେଦନ କରି ନିରାଶ ହେଲେ ହବିଷ୍ୟାଳୀ: ଶିବିର ସାମ୍ନାରେ ଧାରଣା ଦେଲେ, କାନ୍ଦିକାନ୍ଦି ଘରକୁ ଫେରିଲେ
  • ||
  • ଅଧା ସହରବାସୀ ଭୋଗିବେ ଜଳ କଷ୍ଟ, ଦୁର୍ବଳ ପାଇପ ମରାମତି ପାଇଁ ଅପରାହ୍ନ ୨ଟାରୁ ୨୪ ଘଣ୍ଟା ଜଳ ଯୋଗାଣ ବନ୍ଦ
  • ||
  • ଓଏଏସ୍‌ ସ୍ତରରେ ବଡ଼ ଧରଣର ଅଦଳବଦଳ: ୧୧୮ ଓଏଏସ୍‌ଙ୍କ ବଦଳି, ୭୦ରୁ ଅଧିକ ତହସିଲଦାର ବଦଳିଲେ
  • ||
  • ଆଜିଠୁ ମୁମ୍ୱାଇରେ ନିବେଶକ ସମ୍ମିଳନୀ, ସାମିଲ ହେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • କଳିଙ୍ଗ ଷ୍ଟାଡିୟମ୍‌ ଟ୍ରାଫିକ୍‌ ପୋଷ୍ଟରେ ଆସହାୟ ପୋଲିସ, ଡିଆଇଜି ଏବଂ ତାଙ୍କ ପତ୍ନୀଙ୍କୁ ଦୁର୍ବ୍ୟବହାର
  • ||
  • ପୁରୀ : ଆଜିଠୁ ମହାକାର୍ତ୍ତିକ ବ୍ରତ: ଶ୍ରୀକ୍ଷେତ୍ରରେ ସଂକଳ୍ପ କରି ଚଉରା ମୂଳେ ରାଇଦାମୋଦର ବ୍ରତ କରିବେ ହବିଷ୍ୟାଳୀ
  • ||

ନିଜ ଜାଲରେ ନିଜେ ଫସିଛି ପାକିସ୍ତାନ; ଅଗଷ୍ଟରେ ଆତଙ୍କୀ ଆକ୍ରମଣରେ ବୃଦ୍ଧି ହୋଇଛି ୮୩ ପ୍ରତିଶତ

ନୂଆଦିଲ୍ଲୀ,୦୩/୦୯: ଆତଙ୍କବାଦୀ ଆକ୍ରମଣରେ ପାକିସ୍ତାନ ରେକର୍ଡ କରିଛି। ପାକିସ୍ତାନ ଇନଷ୍ଟିଚ୍ୟୁଟ୍ ଫର୍ କନ୍‌ଫ୍ଳିକ୍ଟ ଆଣ୍ଡ ସିକ୍ୟୁରିଟି ଷ୍ଟଡିଜ୍ (PICSS) ର ଏକ ରିପୋର୍ଟରେ କୁହାଯାଇଛି ଯେ ଅଗଷ୍ଟ ମାସରେ ଆତଙ୍କବାଦୀ ଆକ୍ରମଣରେ ୮୩ ପ୍ରତିଶତ ବୃଦ୍ଧି ଘଟିଛି। ଗତ ମାସରେ ପାକିସ୍ତାନରେ ୯୯ ଆତଙ୍କବାଦୀ ଘଟଣା ରେକର୍ଡ କରାଯାଇଥିଲା। ତଥ୍ୟ ଅନୁଯାୟୀ, ନଭେମ୍ବର ୨୦୧୪ ଠାରୁ ଗୋଟିଏ ମାସରେ ଏହା ସର୍ବାଧିକ ରେକର୍ଡ ହୋଇଛି।

ରିପୋର୍ଟ ଅନୁଯାୟୀ, ଜୁଲାଇ ତୁଳନାରେ ଅଗଷ୍ଟରେ ୮୩ ପ୍ରତିଶତ ଅଧିକ ଆତଙ୍କବାଦୀ ଆକ୍ରମଣ ହୋଇଥିଲା। ଜୁଲାଇରେ ପାକିସ୍ତାନରେ ୫୪ଟି ଆତଙ୍କବାଦୀ ଆକ୍ରମଣ ହୋଇଥିଲା। ପିଆଇସିଏସଏସ ରିପୋର୍ଟରେ ଚାରିଟି ଆତ୍ମଘାତୀ ଆକ୍ରମଣ ବିଷୟରେ ମଧ୍ୟ ଉଲ୍ଲେଖ କରାଯାଇଛି। ଏଥିମଧ୍ୟରୁ ତିନୋଟି ଖୈବର ପଖତୁନଖଓ୍ବାର ଏକ ଆଦିବାସୀ ଜିଲ୍ଲା ଏବଂ ଅନ୍ୟଟି ମଧ୍ୟ କେପିରେ ଘଟିଛିଥିଲା।

ଏହାରି ଭିତରେ ଜୁଲାଇ ମାସରେ ପାଞ୍ଚଟି ଆତ୍ମଘାତୀ ଆକ୍ରମଣ ହୋଇଥିଲାଯାହାକି ଗୋଟିଏ ବର୍ଷ ମଧ୍ୟରେ ସର୍ବାଧିକ। ମୋଟ ଉପରେ୨୦୨୩ ର ପ୍ରଥମ ଆଠ ମାସରେ ଦେଶରେ ୨୨ଟି ଆତ୍ମଘାତୀ ଆକ୍ରମଣ ହୋଇଥିଲାଯେଉଁଥିରେ ୨୨୭ ଜଣଙ୍କର ମୃତ୍ୟୁ ଘଟିଥିଲା ଏବଂ ୪୯୭ ଜଣ ଆହତ ହୋଇଥିଲେ। ଖବର ଅନୁଯାୟୀସୁରକ୍ଷା ବାହିନୀଙ୍କ ଦ୍ୱାରା ଅତି କମରେ ୨୪ ଆତଙ୍କବାଦୀ ନିହତ ହୋଇଥିଲେ ଏବଂ ଦେଶର ବିଭିନ୍ନ ଅପରେସନରେ ୬୯ ଜଣଙ୍କୁ ଗିରଫ କରାଯାଇଥିଲା।

ରିପୋର୍ଟ ଅନୁଯାୟୀଅଗଷ୍ଟରେ ଆତଙ୍କବାଦୀ କାର୍ଯ୍ୟକଳାପ ଦ୍ୱାରା ବଲୁଚିସ୍ତାନ ଏବଂ ପୂର୍ବତନ ଫେଡେରାଲ୍ ଆଡମିନିଷ୍ଟ୍ରେସନ୍ ଆଦିବାସୀ କ୍ଷେତ୍ର ସର୍ବାଧିକ ପ୍ରଭାବିତ ହୋଇଥିଲା। ବାଲୁଚିସ୍ତାନରେ ଆତଙ୍କବାଦୀ ଆକ୍ରମଣ ୬୫% ବୃଦ୍ଧି ପାଇ ଜୁଲାଇରେ ୧୭ ରୁ ଅଗଷ୍ଟରେ ୨୮ରେ ପହଞ୍ଚିଛି। ଜୁଲାଇରେ ୧୮ ରୁ ଅଗଷ୍ଟରେ ୩୭ ପର୍ଯ୍ୟନ୍ତ ଏଫଏଟିଏ ଗୁଡ଼ିକରେ ୧୦୬ ପ୍ରତିଶତ ବୃଦ୍ଧି ଘଟିଛି। ତେହେରିକ୍-ଇ-ତାଲିବାନ ପାକିସ୍ଥାନ (ଟିଟିପି) ଏବଂ ଏହାର ସ୍ପ୍ଲେଣ୍ଟର୍ ଗୋଷ୍ଠୀ ଏହି ପ୍ରଦେଶଗୁଡ଼ିକୁ ଟାର୍ଗେଟ କରୁଥିବା ଅନେକ ଆକ୍ରମଣ ପାଇଁ ଦାୟୀ ବୋଲି ଦାବି କରିଛନ୍ତି।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.