ପ୍ରମୂଖ ଖବର
  • ପୁରୁଷୋତ୍ତମପୁର : ପ୍ରେମ ପାଇଁ ହାରିଲେ ଜୀବନ, ବେକରେ ରଶି ଲଗାଇ ଯୁବକଙ୍କ ଆତ୍ମହତ୍ୟା
  • ||
  • ବୌଦ୍ଧ ଗସ୍ତରେ ଡିଜିପି ୱାଇ ବି ଖୁରାନିଆ, ମାଓ ଦମନ ଏବଂ ଆଇନ ଶୃଙ୍ଖଳା ବିଷୟରେ କରିବେ ଆଲୋଚନା
  • ||
  • କୋଣାର୍କ : ଗୋପର ୨ଟି ବେଆଇନ କରତକଳ ଉପରେ ଚଢ଼ାଉ, ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ଜବତ
  • ||
  • ଅନ୍‌ଲାଇନ୍‌ ଆବେଦନ କରି ନିରାଶ ହେଲେ ହବିଷ୍ୟାଳୀ: ଶିବିର ସାମ୍ନାରେ ଧାରଣା ଦେଲେ, କାନ୍ଦିକାନ୍ଦି ଘରକୁ ଫେରିଲେ
  • ||
  • ଅଧା ସହରବାସୀ ଭୋଗିବେ ଜଳ କଷ୍ଟ, ଦୁର୍ବଳ ପାଇପ ମରାମତି ପାଇଁ ଅପରାହ୍ନ ୨ଟାରୁ ୨୪ ଘଣ୍ଟା ଜଳ ଯୋଗାଣ ବନ୍ଦ
  • ||
  • ଓଏଏସ୍‌ ସ୍ତରରେ ବଡ଼ ଧରଣର ଅଦଳବଦଳ: ୧୧୮ ଓଏଏସ୍‌ଙ୍କ ବଦଳି, ୭୦ରୁ ଅଧିକ ତହସିଲଦାର ବଦଳିଲେ
  • ||
  • ଆଜିଠୁ ମୁମ୍ୱାଇରେ ନିବେଶକ ସମ୍ମିଳନୀ, ସାମିଲ ହେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • କଳିଙ୍ଗ ଷ୍ଟାଡିୟମ୍‌ ଟ୍ରାଫିକ୍‌ ପୋଷ୍ଟରେ ଆସହାୟ ପୋଲିସ, ଡିଆଇଜି ଏବଂ ତାଙ୍କ ପତ୍ନୀଙ୍କୁ ଦୁର୍ବ୍ୟବହାର
  • ||
  • ପୁରୀ : ଆଜିଠୁ ମହାକାର୍ତ୍ତିକ ବ୍ରତ: ଶ୍ରୀକ୍ଷେତ୍ରରେ ସଂକଳ୍ପ କରି ଚଉରା ମୂଳେ ରାଇଦାମୋଦର ବ୍ରତ କରିବେ ହବିଷ୍ୟାଳୀ
  • ||

୯୦ ଦିନ ମଧ୍ୟରେ ପାକିସ୍ତାନରେ ନିର୍ବାଚନ ହେବ ନା ସେନା ହାତେଇବ ଶାସନ କ୍ଷମତା ?

ଇସଲାମାବାଦ, ୧୩/୦୮: ପାକିସ୍ତାନର ଅସ୍ଥାୟୀ ପ୍ରଧାନମନ୍ତ୍ରୀ ହୋଇଛନ୍ତି ଅନୱର-ଉଲ୍-ହକ୍ । ଅନୱର କେୟାର ଟେକର ପିଏମ୍ ହେବା ପରେ ପାକିସ୍ତାନର ଆଗାମୀ ଭବିଷ୍ୟତ ନେଇ ପ୍ରଶ୍ନ ଉଠିଛି । ପାକିସ୍ତାନର ନ୍ୟାସନାଲ ଆସେମ୍ବ୍ଲି ରାଷ୍ଟ୍ରପତି ଭଙ୍ଗ କରିବା ସହ ନିର୍ବାଚନର ରାସ୍ତା ସଫା ହୋଇ ଯାଇଛି ।

ପାକିସ୍ତାନର ସମ୍ବିଧାନ ଅନୁସାରେ, ୯୦ ଦିନ ଭିତରେ ନିର୍ବାଚନ ହେବ । ସେହି ହିସାବରେ ଦେଖିଲେ ଆସନ୍ତା ନଭେମ୍ବରରେ ପାକିସ୍ତାନରେ ହେବ ନିର୍ବାଚନ । ଏବେ କିନ୍ତୁ ନିର୍ବାଚନ ତାରିଖକୁ ନେଇ ଦ୍ୱନ୍ଦ୍ୱ ଦେଖା ଦେଇଛି । ଯାହାର କାରଣ ହେଉଛି ଏବେ ପାକିସ୍ତାନ ସାମ୍ବିଧାନିକ, ରାଜନୈତିକ ଓ ଆର୍ଥିକ ସଂକଟ ସହ ଜୁଝୁଛି ।

ପାକିସ୍ତାନକୁ ମିଳିଲେ ଅସ୍ଥାୟୀ ପ୍ରଧାନମନ୍ତ୍ରୀ, ଆଗାମୀ ନିର୍ବାଚନ ଯାଏଁ ଦାୟିତ୍ବରେ ରହିବେ

ଅସ୍ଥାୟୀ ପ୍ରଧାନମନ୍ତ୍ରୀ କିଏ ?

ବିଦାୟୀ ପ୍ରଧାନମନ୍ତ୍ରୀ ଶହବାଜ ସରିଫ ଓ ବିରୋଧୀ ଦଳ ନେତା ରାଜା ରିୟାଜ, ସାଂସଦ ଅନୱର-ଉଲ୍-ହକଙ୍କୁ ନୂତନ ପ୍ରଧାନମନ୍ତ୍ରୀ ନିଯୁକ୍ତ କରିଛନ୍ତି । ବଲୁଚିସ୍ତାନକର ଆବାମୀ ପାର୍ଟିର ନେତା ଅନୱର । ସେ ଗତ ମାର୍ଚ୍ଚ ମାସରେ ଇମ୍ରାନ୍ ଖାନଙ୍କ ଦଳରୁ ସମର୍ଥନ ପ୍ରତ୍ୟାହାର କରି ନେଇଥିଲେ । ଆଗାମୀ ନିର୍ବାଚନ ଯାଏ ପାକିସ୍ତାନର କମାଣ ଅନୱରଙ୍କ ହାତରେ ରହିବ ।

କୁହାଯାଉଛି ଅନୱର-ଉଲ୍-ହକ୍ ଓ ତାଙ୍କ ଦଳର ସମ୍ପର୍କ ପାକିସ୍ତାନ ସେନା ସହ ବହୁତ ଭଲ ରହିଛି । ଯେଉଁଥିପାଇଁ ତାଙ୍କୁ ଅସ୍ଥାୟୀ ପ୍ରଧାନମନ୍ତ୍ରୀ ନିଯୁକ୍ତ କରାଯାଇ ପୁରସ୍କୃତ କରାଯାଇଥିବା ନେଇ ଚର୍ଚ୍ଚା ହେଉଛି । ବଲୁଚିସ୍ତାନକୁ ନେଇ ଚର୍ଚ୍ଚାରେ ରହୁଥିବା ଅନୱର ପ୍ରମୁଖ ମନ୍ତ୍ରଣାଳୟ ପରିଚାଳନା ଲାଗି ମନ୍ତ୍ରୀମାନଙ୍କ ନିର୍ବାଚନ କରାଇ ପାରନ୍ତି । ଏବେ ଦେଖିବାର କଥା ଅନୱର କିଭଳି ପାକିସ୍ତାନକୁ ଆଗେଇ ନେଉଛନ୍ତି ।

ସେପ୍ଟେମ୍ବରରେ ପାକିସ୍ତାନ ଫେରିବେ ନୱାଜ୍ ସରିଫ୍, ନିର୍ବାଚନ ପ୍ରଚାରରେ ସାମିଲ୍ ହେବେ

ଟଳିପାରେ ନିର୍ବାଚନ !

ପାକିସ୍ତାନର ସମ୍ବିଧାନ ଅନୁସାରେ, ଅସ୍ଥାୟୀ ସରକାରର ୯୦ ଦିନ ଭିତରେ ନିର୍ବାଚନ ହେବା ଉଚିତ୍ । ତେବେ ବିଦାୟୀ ସରକାର ଶେଷ ଦିନରେ ନୂଆ ଜନଗଣନାକୁ ମଞ୍ଜୁରୀ ଦେଇଥିଲା । ଫଳରେ ନିର୍ବାଚନ ଆୟୋଗ ନୂଆ ନିର୍ବାଚନ ମଣ୍ଡଳୀ ସୀମା ନିର୍ଦ୍ଧାରଣ କରିବେ । ରାଜ୍ୟ ଓ ଦେଶର ଆଧାରରେ ନୂଆ ନିର୍ବାଚନ କ୍ଷେତ୍ର ସୀମା ନିର୍ଦ୍ଧାରଣ ପାଇଁ ୬ ମାସରୁ ଅଧିକ ସମୟ ଲାଗିପାରେ ।

ଏହାଛଡ଼ା ଏହି ସମୟରେ ନୂଆ ନିର୍ବାଚନ କ୍ଷେତ୍ର ସୃଷ୍ଟି ହେଲେ କିଛି ଲୋକ ନିର୍ବାଚନ ଆୟୋଗଙ୍କ ବିରୋଧରେ ମାମଲା ବି ଦାଏର କରି ପାରନ୍ତି । ଏସବୁ ଦିଗକୁ ଧ୍ୟାନରେ ରଖି ସ୍ଥିର ହେବ ନିର୍ବାଚନ ତାରିଖ । ୯୦ ଦିନ ପରେ ନିର୍ବାଚନ ବି ହୋଇପାରେ ।

ନୱାଜ ସରିଫଙ୍କ ଆଶାକୁ ଭାଙ୍ଗିଦେଲେ ପାକିସ୍ତାନ ସୁପ୍ରିମକୋର୍ଟ, ଖୁସି ହେଲେ ଜେଲ୍‌ରେ ବନ୍ଦୀ ଥିବା ଇମ୍ରାନ … ଜାଣନ୍ତୁ ପୂରା ମାମଲା

ସେନାର ଭୂମିକା

ପ୍ରାୟ ସମସ୍ତେ ମାନନ୍ତି ପାକିସ୍ତାନରେ ସରକାରଙ୍କ ପରଦା ପଛରେ ସେନା ଶାସନ କରେ । ପାକିସ୍ତାନର ସାତ ଦଶନ୍ଧିର ଇତିହାସରେ ସେନା ୩ ଦଶନ୍ଧିରୁ ଅଧିକ ସମୟ ସରକାର ପରିଚାଳନା କରିଛି । ରାଜନୈତିକ ବିଶେଷଜ୍ଞଙ୍କ ଅନୁସାରେ, ଯଦି ଅସ୍ଥାୟୀ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକାଳ ବଢ଼ାଯାଏ । ତାହେଲେ ପାକିସ୍ତାନ ସେନା ଦେଶର ଶାସନ କ୍ଷମତା ହାତକୁ ନେଇ ପାରେ । ତାହା ପରେ ସେନା ହିଁ ନିଷ୍ପତ୍ତି ନେବ କେବେ ହେବ ନିର୍ବାଚନ ।

ତା ଛଡ଼ା ପାକିସ୍ତାନରେ ଲାଗି ରହିଥିବା ଆର୍ଥିକ ଅସ୍ଥିରତା ନିର୍ବାଚନରେ ଅନ୍ତରାୟ ସୃଷ୍ଟି କରିପାରେ । ଅନ୍ତରାଷ୍ଟ୍ରୀୟ ମୁଦ୍ରା ପାଣ୍ଠିରୁ ମିଳିଥିବା ସହାୟତାରେ ପାକିସ୍ତାନର ଅର୍ଥ ବ୍ୟବସ୍ଥା କୌଣସି ପ୍ରକାରେ ବଞ୍ଚି ରହିଛି । ଦେଶରେ ରାଜନୈତିକ ଅସ୍ଥିରତା ମଧ୍ୟ ଆଉ ଏକ ଚ୍ୟାଲେଞ୍ଜ । ଇମ୍ରାନ ଖାନଙ୍କୁ ଜେଲରେ ଭର୍ତ୍ତି କରି ତାଙ୍କ ନିର୍ବାଚନ ଲଢ଼ିବା ଉପରେ ରୋକ୍ ଲଗାଇ ଦିଆ ଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.