ପ୍ରମୂଖ ଖବର
  • ଭୁବନେଶ୍ୱରରେ ନୂଆ ରାଜ୍ୟପାଳ ଡ. ହରିବାବୁ କମ୍ଭମପତି, ଏୟାରପୋର୍ଟରେ ଦିଆଗଲା ଗାର୍ଡ ଅଫ୍ ଅନର୍‌
  • ||
  • ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ବଢିଲା ସ୍ୱାଧୀନତା ସଂଗ୍ରାମୀଙ୍କ ଭତ୍ତା
  • ||
  • ରାଜଧାନୀରେ ନକଲି ସିମେଣ୍ଟ୍ ଫ୍ୟାକ୍ଟ୍ରି ଠାବ, ପାଉଁଶ ମିଶାଇ ଲୋକଙ୍କୁ କରୁଥିଲେ ବିକ୍ରି
  • ||
  • କରଞ୍ଜିଆ : ସ୍କୁଟିକୁ ଧକ୍କା ଦେଲା ଲୁହା ପଥର ବୋଝେଇ ଟ୍ରକ୍, ମାଆ ଆଗରେ ଚାଲିଗଲା ପୁଅର ଜୀବନ
  • ||
  • ଆନନ୍ଦପୁର : ଜଙ୍ଗଲରୁ ୨ ଶିକାରୀ ଗିରଫ, ମାରଣାସ୍ତ୍ର ସହ ଫାସ ଜବତ
  • ||
  • ବୋରିଗୁୁମ୍ମା : ନୂଆବର୍ଷରେ ଭୋଜି କରି ଯୁବକଙ୍କୁ ନିର୍ମମ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • ବୌଦ୍ଧ : ୨୧୬ ଲିଟର ବିଦେଶୀ ମଦ ଜବତ, ଜଣେ ଗିରଫ
  • ||
  • ଅପରାହ୍ନରେ ଝାରସୁଗୁଡ଼ା ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ‘ଦୁଲ୍‌ଦୁଲି' କାର୍ଯ୍ୟକ୍ରମରେ ଦେବେ ଯୋଗ
  • ||
  • କଳାହାଣ୍ଡି : ଟ୍ୟାଙ୍କର ଧକ୍କାରେ ଯୁବକଙ୍କ ମୃତ୍ୟୁ ଘଟଣା, କ୍ଷତି ପୂରଣ ଦାବିରେ ଶବ ରଖି ରାସ୍ତା ଅବରୋଧ
  • ||
  • ଜଗା ଦର୍ଶନ ପାଇଁ ପୁରୀରେ ପ୍ରବଳ ଭିଡ଼, ବଡ଼ଦାଣ୍ଡରେ ଲାଗିଛି ଲମ୍ବା ଲାଇନ୍
  • ||
  • ସମ୍ୱଲପୁରରେ ଜବରଦଖଲ ଉଚ୍ଛେଦ, ୧୬୩ ଧାରା ଲାଗୁ
  • ||
  • ଘଟଗାଁରେ ଉଦ୍‌ଘାଟନ ହେବ ଅଟେଇ ଜଙ୍ଗଲ ସଫାରୀ, ବନ୍ୟଜନ୍ତୁ ଦେଖିବାର ମଜା ନେବେ ପର୍ଯ୍ୟଟକ
  • ||
  • ଆଜି ଓଡ଼ିଶାରେ ପହଞ୍ଚିବେ ନୂଆ ରାଜ୍ୟପାଳ, ପୁରୀ ଯାଇ ଶ୍ରୀଜିଉଙ୍କୁ କରିବେ ଦର୍ଶନ
  • ||
  • ସାଲେପୁର : ବାଇକ୍‌କୁ ପଛପଟୁ ଧକ୍କା ଦେଲା ବାଇକ୍: ଜଣେ ସଙ୍କଟାପନ୍ନ, ଦୁଇ ଗୁରୁତର
  • ||
  • ସୋର : ଇଶାନ ଗାଁରେ ଅଗ୍ନିକାଣ୍ଡ: ଜଳିଗଲା ୪ ବଖରା ଘର, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ
  • ||
  • ଜାନୁଆରୀରେ ଶୀତ କମ୍‌, ମାର୍ଚ୍ଚ ଯାଏଁ ଅଧିକ ବର୍ଷା, ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ
  • ||

'ଏକ୍ସ'ରେ ଟ୍ରମ୍ପଙ୍କୁ ଶୁଭେଚ୍ଛା ଜଣାଇ ଫସିଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ

Published By : Anindita | November 10, 2024 8:34 AM

ନୂଆଦିଲ୍ଲୀ,୧୦/୧୧:   ଆମେରିକାର ରାଷ୍ଟ୍ରପତି ଭାବେ ଡୋନାଲ୍ଡ ଟ୍ରମ୍ପ ନିର୍ବାଚିତ ହେବା ପରେ 'ଏକ୍ସ'ରେ ଟ୍ରମ୍ପଙ୍କୁ ଶୁଭେଚ୍ଛା ଜଣାଇ ଫସିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ। କାରଣ ଚଳିତ ବର୍ଷ ହିଁ ପାକିସ୍ତାନରେ 'ଏକ୍ସ'କୁ ନିଷିଦ୍ଧ କରାଯାଇଛି। ଏହା ସତ୍ତ୍ୱେ ସେ ଭିପିଏନ୍ ବ୍ୟବହାର କରି ଏକ୍ସରେ ଟ୍ରମ୍ପଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଭିପିଏନର ଏଭଳି ବ୍ୟବହାର ଆଇନଗତ ଭାବରେ ପାକିସ୍ତାନରେ ଅପରାଧ ବୋଲି ଧରାଯାଏ। ନିଜେ ପ୍ରଧାନମନ୍ତ୍ରୀ ଆଇନର ଉଲ୍ଲଂଘନ କରିଥିବାରୁ ଖୋଦ ପାକିସ୍ତାନୀମାନେ ହିଁ ତାଙ୍କୁ ପ୍ରବଳ ମାତ୍ରାରେ ସମାଲୋଚନା କରୁଛନ୍ତି।

ତେବେ ପାକ୍ ପ୍ରଧାନମନ୍ତ୍ରୀ ଶରିଫ୍ ନିଜ ଆଧିକାରୀକ 'ଏକ୍ସ' ହ୍ୟାଣ୍ଡେଲରେ ଲେଖିଛନ୍ତି, 'ଦ୍ୱିତୀୟ ଥର ପାଇଁ ଆମେରିକାର ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିବାରୁ ଡୋନାଲ୍ଡ ଟ୍ରମ୍ପଙ୍କୁ ଶୁଭେଚ୍ଛା। ମୁଁ ପାକିସ୍ତାନ ଓ ଆମେରିକା ସହଭାଗିତାକୁ ଆହୁରି ମଜବୁତ ତଥା ବ୍ୟାପକ କରିବା ପାଇଁ ଆଗାମୀ ପ୍ରଶାସନ ସହିତ ଘନିଷ୍ଠ ଭାବରେ କାର୍ଯ୍ୟ କରିବା ପାଇଁ ଅପେକ୍ଷାରତ।' ହେଲେ ସବୁଠାରୁ ବଡ଼ କଥା ହେଉଛି ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତିଙ୍କୁ ଶୁଭେଚ୍ଛା ଜଣାଇବାକୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ବ୍ୟବହାର କରିଥିବା 'ଏକ୍ସ' ପାକିସ୍ତାନରେ ବ୍ୟାନ୍ ହୋଇଛି। ଜାତୀୟ ସୁରକ୍ଷା ପ୍ରସଙ୍ଗ ଦର୍ଶାଇ ଚଳିତ ବର୍ଷ ପାକିସ୍ତାନର ସୂଚନା ମନ୍ତ୍ରୀ ଅତ୍ତଉଲ୍ଲା ତରାର ଦେଶରେ ସୋଶାଲ ମିଡିଆ ପ୍ଲାଟଫର୍ମ 'ଏକ୍ସ'କୁ ବ୍ୟାନ ଘୋଷଣା କରିଥିଲେ। ବାଲୋଚିସ୍ତାନ ଲିବରେସନ ଆର୍ମିର ଆତଙ୍କବାଦୀମାନେ ଦେଶ ବିରୋଧୀ କାର୍ଯ୍ୟକଳାପ ବିସ୍ତାର ପାଇଁ 'ଏକ୍ସ' ବ୍ୟବହାର କରୁଥିବା ସେ କହିଥିଲେ। ତେବେ ଦେଶରୁ ଏହି ସୋଶାଲ ମିଡିଆ ପ୍ଲାଟଫର୍ମ ଉପରୁ ପ୍ରତିବନ୍ଧକ ହଟିନଥିବା ସତ୍ତ୍ୱେ ପ୍ରଧାନମନ୍ତ୍ରୀ ଶରିଫ ଭିପିଏନ୍ ବ୍ୟବହାର କରି ଟ୍ରମ୍ପଙ୍କୁ ଶୁଭେଚ୍ଛା ଜଣାଇଥିବାରୁ ତାଙ୍କ ପୋଷ୍ଟ ନିକଟରେ ଏକ କମ୍ୟୁନିଟି ନୋଟିସ ଆସିଯାଇଛି। ଯାହାକୁ ନେଇ ଖୋଦ ପାକିସ୍ତାନରେ ଅନେକ ଲୋକ ଦେଶର ପ୍ରଧାନମନ୍ତ୍ରୀଙ୍କୁ ସମାଲୋଚନା କରୁଥିବାବେଳେ 'ଏକ୍ସ'ରେ ମଧ୍ୟ ଅନେକ ସରିଫଙ୍କ ପୋଷ୍ଟରେ କମେଣ୍ଟ ଦେଇ ଟ୍ରୋଲ କରୁଛନ୍ତି।

  • prameyanews
  • PrameyaOdia
  • prameya
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.