ପ୍ରମୂଖ ଖବର
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ଭାସାମ୍ୟ ହରାଇ ଓଲଟିଲା ଓଏସଆରଟିସି ବସ୍‌, ୧୨ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ
  • ||

ପାକିସ୍ତାନର ୩ଖେଳାଳୀଙ୍କ ଉପରେ ଜରିମାନା ଲଗାଇଲା ଆଇସିସି, ଜାଣନ୍ତୁ ପୂରା ମାମଲା

Published By : Prameya | February 13, 2025 5:22 PM

ନୂଆଦିଲ୍ଲୀ,୧୩/୨ : ଆଇସିସି ପାକିସ୍ତାନର ୩ଖେଳାଳୀଙ୍କ ଉପରେ ଜରିମାନା ଲଗାଇଛି । ଶହୀନ ଅଫରୀଦି, ସୁଉଦ ଶକୀଲ ଏବଂ କାମରାନ ଗୁଲାମଙ୍କୁ ଜରିମାନା ଶୁଣାଇଛି । ଆଇସିସି ଗୁରୁବାର ଏକ୍ସରେ ଏହି ସୂଚନା ଦେଇଛି । ପାକିସ୍ତାନ ଦକ୍ଷିଣ ଆଫ୍ରିକାକୁ ତ୍ରିକୋଣୀୟ ସିରିଜର ତୃତୀୟ ମ୍ୟାଚରେ ୬ଓ୍ବିକେଟରେ ହରାଇଦେଇଥିଲା । ଏହି ମୁକାବିଲା ସମୟରେ ୩ଜଣ ଆଇସିସିର ନିୟମକୁ ଭାଙ୍ଗିଥିଲେ । ପାକିସ୍ତାନ ଏବଂ ଦକ୍ଷିଣ ଆଫ୍ରିକା ମ୍ୟାଚ୍ ସମୟରେ ଏହି ୩ଖେଳାଳୀ ଆକ୍ରମକ ମୁଡ଼ରେ ଆସିଯାଇଥିଲେ ।

ପାକିସ୍ତାନର ଦ୍ରୁତ ବୋଲର ଶହୀନ ଅଫରୀଦୀଙ୍କ ସବୁଠାରୁ ଅଧିକ କ୍ଷତି ହୋଇଛି । ଆଇସିସି ଶହୀନଙ୍କ ଉପରେ ୨୫ପ୍ରତିଶତ ମ୍ୟାଚ୍ ଫିସର ଜରିମାନା ଲଗାଇଛି । ଶହୀନ ମ୍ୟାଚ୍ ସମୟରେ ଦକ୍ଷିଣ ଆଫ୍ରିକା ଖେଳାଳୀ ମ୍ୟାଥ୍ୟୁ ବ୍ରିତ୍ଜକଙ୍କ ସହ ଲାଗିଯାଇଥିଲେ । ଏହି ସମୟରେ ଉଭୟଙ୍କ ମଧ୍ୟରେ ବହୁ ଝଗଡ଼ା ହୋଇଥିଲା । ଏହି ଘଟଣାର କେତେକ ଭିଡ଼ିଓ ସୋସିଆଲ ମିଡ଼ିଆରେ ସେୟାର କରାଯାଇଥିଲା । ଆଇସିସି ଏହି କାରଣରୁ ଶହୀନଙ୍କୁ ଦଣ୍ଡ ଶୁଣାଇଛି ।  

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.