ପ୍ରମୂଖ ଖବର

ପାକିସ୍ତାନକୁ ମିଳିଲେ ଅସ୍ଥାୟୀ ପ୍ରଧାନମନ୍ତ୍ରୀ, ଆଗାମୀ ନିର୍ବାଚନ ଯାଏଁ ଦାୟିତ୍ବରେ ରହିବେ

ଇସଲାମାବାଦ, ୧୨/୦୮: ପାକିସ୍ତାନକୁ ମିଳିଲେ ଅସ୍ଥାୟୀ ପ୍ରଧାନମନ୍ତ୍ରୀ । ନ୍ୟାସନାଲ ଆସେମ୍ବଲି ଭଙ୍ଗ ହେବା ପରେ ପାକିସ୍ତାନର ଦାୟିତ୍ବ ନେବାକୁ ଯାଉଛନ୍ତି କେୟାରଟେକର ପିଏମ । ପାକିସ୍ତାନରେ ରାଜନୈତିକ ଅସ୍ଥିରତା ଜାରି ରହିଥିବା ବେଳେ ଅସ୍ଥାୟୀ ପ୍ରଧାନମନ୍ତ୍ରୀଙ୍କ ନାମ ଘୋଷଣା କରିଛନ୍ତି ନ୍ୟାସନାଲ ଆସେମ୍ବଲିର ବିରୋଧୀ ନେତା ରାଜା ରିୟାଜ୍‌ । ଅନଓ୍ବାର ଉଲ-ହକ୍‌ କାକର ପାକିସ୍ତାନର ଅନ୍ତରୀଣ ପ୍ରଧାନମନ୍ତ୍ରୀ ହୋଇଛନ୍ତି । ବିଦାୟୀ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ ଏବଂ ବିରୋଧୀ ଦଳ ନେତା ରାଜା ରିୟାଜଙ୍କ ମଧ୍ୟରେ ମାରାଥନ ଆଲୋଚନା ପରେ ଏହି ନିଷ୍ପତ୍ତି ହୋଇଥିବା ଜଣାପଡ଼ିଛି ।

ପଢ଼ନ୍ତୁ: ସେପ୍ଟେମ୍ବରରେ ପାକିସ୍ତାନ ଫେରିବେ ନୱାଜ୍ ସରିଫ୍, ନିର୍ବାଚନ ପ୍ରଚାରରେ ସାମିଲ୍…

ବଲୁଚିସ୍ତାନ ଆଓ୍ବାମୀ ପାର୍ଟି (ବିଏପି) ସହ ଜଡ଼ିତ ସିନେଟର ଅନଓ୍ବାର ଉଲ୍‌-ହକ୍‌ କାକର ଚଳିତବର୍ଷ ଶେଷ ପର୍ଯ୍ୟନ୍ତ କାର୍ଯ୍ୟକାରୀ ପ୍ରଧାନମନ୍ତ୍ରୀ ରହିବେ । ଆସନ୍ତା ନଭେମ୍ବରରେ ହେବାକୁ ଥିବା ସାଧାରଣ ନିର୍ବାଚନ ପର୍ଯ୍ୟନ୍ତ ଦାୟିତ୍ବରେ ରହିବେ ଅନଓ୍ବାର ଉଲ୍‌-ହକ । ଏହା ପୂର୍ବରୁ ଅଗଷ୍ଟ ୯ ତାରିଖରେ ନ୍ୟାସନାଲ ଆସେମ୍ବଲି ଭଙ୍ଗ କରିବାକୁ ସୁପାରିଶ କରିଥିଲେ ଶେହବାଜ ଶରିଫ । ତେବେ ପାକିସ୍ତାନର ସମ୍ବିଧାନ ଅନୁସାରେ ଆଗାମୀ ସାଧାରଣ ନିର୍ବାଚନ ୯୦ ଦିନ ମଧ୍ୟରେ ଅନୁଷ୍ଠିତ ହେବ ।

{"id":610261,"sizeSlug":"large","linkDestination":"none"}
ଶେହବାଜ ଶରିଫ (ଫଟୋ କ୍ରେଡିଟ୍‌: ମିଣ୍ଟ୍‌)

ଅନଓ୍ବାର ଉଲ୍‌-ହକ୍‌ କାକରଙ୍କୁ କାର୍ଯ୍ୟକାରୀ ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତ କରାଇବାକୁ ଶେହବାଜ ଶରିଫ ଏବଂ ରାଜା ରିୟାଜ ରାଷ୍ଟ୍ରପତି ଆରିଫ ଅଲଭିଙ୍କୁ ପ୍ରସ୍ତାବ ଦେଇସାରିଛନ୍ତି । ଏହାପୂର୍ବରୁ ଅନଓ୍ବାର ଉଲ୍‌-ହକ୍‌ କାକର ଦେଶର ଅନ୍ତରୀଣ ପ୍ରଧାନମନ୍ତ୍ରୀ ହେବା ନେଇ ପ୍ରଧାନମନ୍ତ୍ରୀଙ୍କ ବାସଭବନ ବାହାରେ ସୂଚନା ଦେଇଥିଲେ ରାଜା ରିୟାଜ । ତେବେ ରାଷ୍ଟ୍ରପତି ଉଭୟ ଶେହବାଜ ଶରିଫ ଏବଂ ରାଜା ରିୟାଜଙ୍କୁ ଅନ୍ତରୀଣ ପ୍ରଧାନମନ୍ତ୍ରୀଙ୍କ ନାମ ସୁପାରିଶ କରିବାକୁ ୧୨ ଅଗଷ୍ଟ ପର୍ଯ୍ୟନ୍ତ ସମୟ ଦେଇଥିଲେ । 

ଅଧିକ ପଢ଼ନ୍ତୁ: ଇମ୍ରାନ ଖାନଙ୍କୁ ୫ ବର୍ଷ ପାଇଁ ଅଯୋଗ୍ୟ ଘୋଷିତ କଲେ…

ନ୍ୟାସନାଲ ଆସେମ୍ବଲି ଭଙ୍ଗ ହେବାର ୮ ଦିନ ଭିତରେର କେୟାର ଟେକର ପ୍ରଧାନମନ୍ତ୍ରୀଙ୍କ ନାମ ସୁପାରିଶ କରିବାର ନିୟମ ରହିଛି । ଅନ୍ୟପଟେ ପାକିସ୍ତାନର ଜଣେ ବରିଷ୍ଠ ସାମ୍ବାଦିକଙ୍କ ମତରେ,  ଅନଓ୍ବାର ଉଲ୍‌-ହକ୍‌ କାକର କେୟାରଟେକର ପିଏମ ହେବା  ଏକପ୍ରକାର ନିଶ୍ଚିତ ଥିଲା । ସେ ବଲୁଚିସ୍ତାନ ଆଓ୍ବାମୀ ପାର୍ଟି (ବିଏପି)ର ନେତା । ଦୀର୍ଘ ଦିନ ଧରି ସେ ରାଜନୀତିରେ ସକ୍ରିୟ ଅଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.