ପ୍ରମୂଖ ଖବର
  • ଆଜି ସୃଷ୍ଟି ହୋଇପାରେ ଅବପାତ: ୫ ଜିଲ୍ଲାକୁ ଅରେଞ୍ଜ, ୯ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ,୧୧ ଯାଏ ପ୍ରବଳ ବର୍ଷିବ
  • ||

୨୯୦ ଛୁଇଁଲା ପେଟ୍ରୋଲ… ପାକିସ୍ତାନରେ ଅଧରାତିରେ ଡିଜେଲ୍ ଲିଟର ପିଛା ୨୦ ଟଙ୍କା ବଢ଼ିଲା

ନୂଆଦିଲ୍ଲୀ, ୧୬/୦୮: ଆର୍ଥିକ ଅସ୍ଥିରତା ଭିତରେ ଗତି କରୁଥିବା ପାକିସ୍ତାନ ପାଇଁ ପୁଣି ସଂକଟ ଘନେଇବାରେ ଲାଗିଛି । ଅଧରାତିରେ ହୋଇଥିବା ଦରବୃଦ୍ଧି ପାକିସ୍ତାନୀଙ୍କ ପାଇଁ ବେଡ଼ି ଉପରେ କୋରଡ଼ା ମାଡ଼ ଭଳି ହୋଇଛି । ଶାହବାଜ ସରକାରଙ୍କ କାର୍ଯ୍ୟକାଳ ପୂରା ପରେ ଗତ ସୋମବାର କାମଚଳା ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ବେଳେ ଦରବୃଦ୍ଧି ହୋଇଛି ।

ପାକିସ୍ତାନରେ ହଠାତ୍ ପେଟ୍ରୋ ଓ ଡିଜେଲର ଦରବୃଦ୍ଧି ଜନତାଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିଛି । ଡନର ରିପୋର୍ଟ ଅନୁସାରେ, ପାକିସ୍ତାନ ସରକାର ମଙ୍ଗଳବାର ରାତିରେ ପେଟ୍ରୋଲ୍ ଓ ଡିଜେଲ୍ ଦର ବୃଦ୍ଧି କରିଛନ୍ତି । ପେଟ୍ରୋଲ ଦର ଲିଟର ପିଛା ୧୭ ଟଙ୍କା ୫୦ ପଇସା ବଢ଼ିଥିବା ବେଳେ ଡିଜେଲ୍ ଲିଟର ପିଛା ୨୦ ଟଙ୍କା ବୃଦ୍ଧି ପାଇଛି ।

ବର୍ଷେ ହେଲା କମୁନି ତେଲ ଦର;  ୧୬ରାଜ୍ୟରେ ପେଟ୍ରୋଲ ୧୦୦ଉପରେ

ଦର ବୃଦ୍ଧି ସହ ଏବେ ପାକିସ୍ତାନରେ ପେଟ୍ରୋଲ୍ ଲିଟର ପିଛା ୨୯୦ ଟଙ୍କା ୪୫ ପଇସା ରହିଥିବା ବେଳେ ହାଇସ୍ପିଡ୍ ଡିଜେଲ୍ ଲିଟର ପିଛା ମୂଲ୍ୟ ୨୯୩ ଟଙ୍କା ୪୦ ପଇସା । ୨୦୨୩ ଜାନୁଆରୀରେ ପାକିସ୍ତାନରେ ପେଟ୍ରୋଲ୍ ଲିଟର ଦର ୨୧୪ ଟଙ୍କା ରହିଥିଲା । ଫେବ୍ରୁଆରୀ ୧୬ରେ ପେଟ୍ରୋଲି ଲିଟର ଦର ୨୭୨ ଟଙ୍କାକୁ ବୃଦ୍ଧି ପାଇଥିଲା । ପରେ ଦର ବଢ଼ିବା ସହ ଜୁଲାଇ ୧୬ରେ ୨୭୨ ଟଙ୍କା ୪୫ ପଇସା ରହିଥିଲା ।

ଅଗଷ୍ଟ ୧ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଶାହବାଜ ପେଟ୍ରୋଲ୍ ଓ ଡିଜେଲ୍ ଦର ଲିଟର ପିଛା ୧୯ ଟଙ୍କା ୯୫ ପଇସା ବଢ଼ାଇଥିଲେ । ଏବେ ପୁଣି ଅଗଷ୍ଟ ୧୬ରେ ଦର ବୃଦ୍ଧି ପାଇଛି । ୧୫ ଦିନ ମଧ୍ୟରେ ପାକିସ୍ତାନରେ ପେଟ୍ରୋଲ୍ ଓ ଡିଜେଲ୍ ଲିଟର ପିଛା ୪୦ ଟଙ୍କା ମହଙ୍ଗା ହୋଇଛି ।

୯୦ ଦିନ ମଧ୍ୟରେ ପାକିସ୍ତାନରେ ନିର୍ବାଚନ ହେବ ନା ସେନା ହାତେଇବ ଶାସନ କ୍ଷମତା ?

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.