ପ୍ରମୂଖ ଖବର
  • ମନ୍ତ୍ରୀଙ୍କ ଓଏସ୍‌ଡି, ବ୍ୟକ୍ତିଗତ ସଚିବ ନିଯୁକ୍ତି ପାଇଁ ମାର୍ଗଦର୍ଶିକା: ସିସିଆର୍‌ ଭଲ ନ ଥିଲେ ମିଳିବନି ନିଯୁକ୍ତି
  • ||
  • ଅକ୍ଟୋବର୧୦ରୁ ଖୋଲିବ ଶିମିଳିପାଳ ଅଭୟାରଣ୍ୟ, ଖୋଲା ଜିପ୍‌ରେ ବସି ଜଙ୍ଗଲ ସଫାରୀର ମଜା ନେବେ ପର୍ଯ୍ୟଟକ
  • ||
  • ଭିଜିଲାନ୍ସ ପଞ୍ଝାରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ବରିଷ୍ଠ ଅଧିକାରୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍
  • ||
  • ଫ୍ଲୋରିଡାରୁ ସ୍ପେସ୍‌ଏକ୍ସ ଫାଲକନ୍‌ ରକେଟ୍‌ର ସଫଳ ଲଞ୍ଚ୍, ଗ୍ରହାଣୁ ଉପରେ ଅଧ୍ୟୟନ କରିବ ‘ହେରା ମିଶନ’
  • ||
  • ମଙ୍ଗଳବାର ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଛତିଶା ନିଯୋଗ ବୈଠକ, କାର୍ତ୍ତିକ ମାସ ନୀତି ନିର୍ଘଣ୍ଟରେ ଲାଗିବ ମୋହର
  • ||
  • ମଙ୍ଗଳବାର ଜମ୍ମୁ-କାଶ୍ମୀର ଏବଂ ହରିଆଣା ଭୋଟ ଗଣତି, ମଧ୍ୟାହ୍ନ ସୁଦ୍ଧା ସ୍ପଷ୍ଟହୋଇଯିବ ଜନମତ ଚିତ୍ର
  • ||

ଲାଡେନର ପୁଅକୁ ଏହି ଦେଶରେ ଏଣ୍ଟ୍ରି ବ୍ୟାନ୍, ସୋସିଆଲ ମିଡିଆ ପୋଷ୍ଟ ପରେ ଆକ୍ସନ

ନୂଆଦିଲ୍ଲୀ,୮।୧୦: ଅଲକାଏଦା ନେତା ଓସମା ବିନ୍ ଲାଡେନର ପୁଅ ଉମର ବିନ୍ ଲାଡେନ୍ ଉପରେ ଫ୍ରାନ୍ସର କଟକଣା। ଉମରଙ୍କ ସୋସିଲ ମିଡିଆ ପୋଷ୍ଟ କାରଣରୁ ଏଣ୍ଟ୍ରି ଉପରେ ବ୍ୟାନ୍ ଲଗାଇଛି ଫ୍ରାନ୍ସ।   ଏନେଇ ଫ୍ରାନ୍ସର ଆଭ୍ୟନ୍ତରୀଣ ମନ୍ତ୍ରୀ ମଙ୍ଗଳବାର ନିର୍ଦେଶ ଉପରେ ସାକ୍ଷର କରିଛନ୍ତି। ଉମର ବିନ୍ ଲାଡେନ୍ ୨୦୨୩ ରେ ସୋସିଆଲ ମିଡିଆରେ ଆତଙ୍କବାଦ ସମର୍ଥନରେ ଏକ ପୋଷ୍ଟ କରିଥିଲେ। ଏହାପରେ ତାଙ୍କୁ ଦେଶ ଛାଡିବାକୁ ବାଧ୍ୟ କରାଯାଇଥିଲା। ଏହା ପୂର୍ବରୁ ଉମର ସୁଡାନ୍ ଓ ଆଫାଗିସ୍ତାନରେ ରହିସାରିଛନ୍ତି। ବ୍ରିଟିସ୍ ମହିଳାଙ୍କୁ ବିବାହା କରିବା ପରେ ସେ ଫ୍ରାନ୍ସରେ ରହୁଥିଲେ।

ସାଉଦି ଆରବରେ ଜନ୍ମିତ ଉମର ବିନ୍ ଲାଡେନ୍‌ ନିଜର ପ୍ରାରମ୍ଭିକ ଜୀବନ ସେଠାରେ ବିତାଇଥିଲେ। ୪୩ ବର୍ଷୀୟ ଉମର ବିନ୍ ଲାଡେନ୍ ସୁଡାନ ଓ ଆଫଗାନିସ୍ତାନରେ ମଧ୍ୟ ରହିସାରିଛନ୍ତି। ଉମର ୧୯ ବର୍ଷରେ ନିଜ ବାପାଙ୍କୁ ଛାଡି ଦେଇଥିଲା ଓ ୨୦୧୬ ରେ ଉତ୍ତର ଫ୍ରନ୍ସର ନରମେଣ୍ଡିରେ ବସବାସ କରିଥିଳେ। ସେଠାରେ ସେ ପେଣ୍ଟିଂ କରିବା ଆରମ୍ଭ କରିଥିଲେ। ଫ୍ରାନ୍ସର ମନ୍ତ୍ରୀ ବ୍ରୁନୋ ରିଟୋଲେ ଏକ୍ସରେ ପୋଷ୍ଟ କରି କହିଛନ୍ତି, ଉମର ଜଣେ ବ୍ରିଟିସ୍ ମହିଳାଙ୍କ ସ୍ବମୀ ଭାବରେ ରହୁଥିଲେ। ଜଣେ ଆତଙ୍କବାଦୀର ପୁଅ ଭାବରେ ପରିଚିତ ଉମର  ସୋସିଆଲ ମିଡିଆରେ ଆତଙ୍କବାଦୀଙ୍କୁ ସମର୍ଥନ କଲା ଭଳି ମନ୍ତବ୍ୟ ପୋଷ୍ଟ କରିଥିଲେ। ଏହାପରେ ତାଙ୍କ ଉପରେ ଏହି ଆକ୍ସନ ନିଆଯାଇଛି।

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.